Cricket

ସାଂସଦ ପ୍ରିୟା ସରୋଜଙ୍କୁ ବିବାହ କରିବେ କି କ୍ରିକେଟର ରିଙ୍କୁ ସିଂ?

ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନ୍ ରିଙ୍କୁ ସିଂ ୟୁପି ସାଂସଦ ପ୍ରିୟା ସରୋଜଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେବା ଖବର ବର୍ତ୍ତମାନ ଚର୍ଚ୍ଚା ହେଉଛି । ପ୍ରିୟା ସରୋଜ ଜଣେ ସମାଜବାଦୀ ପାର୍ଟିର ସାଂସଦ। ରିଙ୍କୁ ସିଂ ବାମହାତୀ ବ୍ୟାଟ୍ସମ୍ୟାନ୍ ଗତ ଦୁଇ ବର୍ଷ ଧରି ଟିମ୍ ଇଣ୍ଡିଆ ପାଇଁ ଭଲ ପ୍ରଦର୍ଶନ କରିଆସୁଛନ୍ତି ଏବଂ ବର୍ତ୍ତମାନ ଏହି ଖେଳାଳି ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବୋଲି ଦାବି ହେଉଛି। ପ୍ରିୟା ସରୋଦଙ୍କ ମାତ୍ର ୨୫ ବର୍ଷ ବୟସରେ ସାଂସଦ ହୋଇଥିଲେ। ସେ ସୁପ୍ରିମକୋର୍ଟରେ ଓକିଲ ରହିଛନ୍ତି। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଅଧ୍ୟୟନ କରିଥିଲେ।


ଭେଟେରାନ ବିଜେପି ନେତା ବିପି ସରୋଜଙ୍କୁ ପରାସ୍ତ କରି ପ୍ରିୟା ସରୋଜ ଲୋକସଭାରେ ପ୍ରବେଶ କରିଥିଲେ। ପ୍ରିୟା ସରୋଜଙ୍କ ପିତା ତୋଫାନି ସରୋଜ ମଧ୍ୟ ମାଖିଲିଶାହର ଲୋକସଭା ଆସନରୁ ତିନିଥର ସାଂସଦ ହୋଇଛନ୍ତି।


ରିଙ୍କୁ ସିଂଙ୍କର ବାମହାତୀ ବ୍ୟାଟ୍ସମ୍ୟାନ୍ ଭାରତୀୟ ଦଳର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍। ଟି -୨୦ ଫର୍ମାଟରେ ତାଙ୍କର ପ୍ରଦର୍ଶନ ଆଶ୍ଚର୍ୟ୍ୟଜନକ ହୋଇଛି ଜ୍ଝ ହାରାହାରି ୪୬ ରୁ ଅଧିକ ୩୦ ଟି ଟି -୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ପାଇଁ ରିଙ୍କୁ ସିଂ ୫୦୭ ରନ୍ କରିଛନ୍ତି। ତାଙ୍କର ଷ୍ଟ୍ରାଇକ୍ ହାର ମଧ୍ୟ ୧୬୦ ରୁ ଅଧିକ ଜ୍ଝ ଟିମ୍ ଇଣ୍ଡିଆ ପାଇଁ ରିଙ୍କୁ ମଧ୍ୟ ଙ ଟି ମ୍ୟାଚ୍ ଖେଳିଛନ୍ତି। ଏହା ବ୍ୟତୀତ ରିଙ୍କୁ ସିଂ ବର୍ତ୍ତମାନ ବ୍ୟକ୍ତିଗତ ଜୀବନରେ ମଧ୍ୟ ବିବାହର ଇନିଂସ ଖେଳିବାକୁ ପ୍ରସ୍ତୁତ ଥିବା ଜଣାପଡିଛି ଜ୍ଝ ତେବେ ଏହି ଖବର ପଛର ସତ୍ୟତା କେତେ ଏହା ଅସ୍ପଷ୍ଟ ।

Related posts

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ

Odisha Sports Bureau

ଇତିହାସ ରଚିଲେ ବାମହାତୀ କ୍ରିକେଟର୍‌ ଯଶସ୍ବୀ ଜୈଶୱାଲ୍

Odisha Sports Bureau

ଟି-୨୦ ବିଶ୍ୱକପ୍ ୨୦୨୬: ଭାରତର ୧୯୩ ରନ, ନେଦରଲ୍ୟାଣ୍ଡ ସମ୍ମୁଖରେ ୧୯୪ ରନର ଲକ୍ଷ୍ୟ

Odisha Sports Bureau