Cricket

ଦିନିକିଆ ମ୍ୟାଚରେ ରୋହତ ଶର୍ମା ଆହତ

ମୀରପୁର: ମୀରପୁରରେ ଜାରି ରହିଛି ବାଂଲାଦେଶ ଓ ଭାରତ ମଧ୍ୟରେ ଓ୍ବାନଡେ ସିରିଜ୍ର ଦ୍ବିତୀୟ ମ୍ୟାଚ୍ । ଏହି ମ୍ୟାଚରେ ସିରିଜର ପଛରେ ଥିବାରୁ ବିଜୟ ହାସଲ ପାଇଁ ଲକ୍ଷ୍ୟ ରଖିଛି ଭାରତ । ପ୍ରଥମେ ଟସ ଜିତି ବାଂଲାଦେଶ ପକ୍ଷରୁ ବ୍ୟାଟିଂ ନିଷ୍ପତ୍ତି ନିଆଯାଇଥିବା ବେଳ, ବୋଲିଂ କରୁଛି ଭାରତ । ଅନ୍ୟପଟେ ପ୍ରଥମ ୱାନଡେରେ ଭାରତର ପ୍ରଦର୍ଶନ ଖୁବ୍ ନିରାଶଜନକ ଥିଲା । ଭାରତ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିନଥିଲା । ସେଥିଲାଗି ଭାରତ ପାଇଁ ଆଜିର ମ୍ୟାଚ୍ ଖୁବ୍ ଗୁରୁତ୍ୱପୂର୍ଣ୍ଣ ରହିଛି । ହେଲେ ଖେଳ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଖେଳାଳିଙ୍କୁ ଲାଗିଛି ଝଟକା । ସୂଚନା ଅନୂଯାୟୀ କ୍ୟାପଟେନ୍ ରୋହିତ ଶର୍ମା ଫିଲ୍ଡିଂ କରିବା ସମୟରେ ଆହତ ଲାଗିଥିବା ଜଣା ପଡିଛି । ସେଥିଲାଗି ପଡିଆରୁ ରୋହିତଙ୍କୁ ବାଦ ଦିଆ ଯାଇଛି । ବାଂଲାଦେଶ ୧୪ ଓଭରରେ ୩ଟି ଓ୍ୱିକେଟ୍ ହରାଇ ୫୪ ରନ୍ ସଂଗ୍ରହ କରିଛି ।

 

Related posts

ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାରଙ୍କ ବ୍ୟାଟିଂର ଦିବାନା ଡି ଭିଲିୟର୍ସ

Odisha Sports Bureau

ବିମାନ ବନ୍ଦରରେ ସାକ୍ଷୀଙ୍କ ସହ ଧୋନି

ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ମିଳିଛି ହତ୍ୟା ଧମକ

Odisha Sports Bureau