Cricket

ଦିନିକିଆ ମ୍ୟାଚରେ ରୋହତ ଶର୍ମା ଆହତ

ମୀରପୁର: ମୀରପୁରରେ ଜାରି ରହିଛି ବାଂଲାଦେଶ ଓ ଭାରତ ମଧ୍ୟରେ ଓ୍ବାନଡେ ସିରିଜ୍ର ଦ୍ବିତୀୟ ମ୍ୟାଚ୍ । ଏହି ମ୍ୟାଚରେ ସିରିଜର ପଛରେ ଥିବାରୁ ବିଜୟ ହାସଲ ପାଇଁ ଲକ୍ଷ୍ୟ ରଖିଛି ଭାରତ । ପ୍ରଥମେ ଟସ ଜିତି ବାଂଲାଦେଶ ପକ୍ଷରୁ ବ୍ୟାଟିଂ ନିଷ୍ପତ୍ତି ନିଆଯାଇଥିବା ବେଳ, ବୋଲିଂ କରୁଛି ଭାରତ । ଅନ୍ୟପଟେ ପ୍ରଥମ ୱାନଡେରେ ଭାରତର ପ୍ରଦର୍ଶନ ଖୁବ୍ ନିରାଶଜନକ ଥିଲା । ଭାରତ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିନଥିଲା । ସେଥିଲାଗି ଭାରତ ପାଇଁ ଆଜିର ମ୍ୟାଚ୍ ଖୁବ୍ ଗୁରୁତ୍ୱପୂର୍ଣ୍ଣ ରହିଛି । ହେଲେ ଖେଳ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଖେଳାଳିଙ୍କୁ ଲାଗିଛି ଝଟକା । ସୂଚନା ଅନୂଯାୟୀ କ୍ୟାପଟେନ୍ ରୋହିତ ଶର୍ମା ଫିଲ୍ଡିଂ କରିବା ସମୟରେ ଆହତ ଲାଗିଥିବା ଜଣା ପଡିଛି । ସେଥିଲାଗି ପଡିଆରୁ ରୋହିତଙ୍କୁ ବାଦ ଦିଆ ଯାଇଛି । ବାଂଲାଦେଶ ୧୪ ଓଭରରେ ୩ଟି ଓ୍ୱିକେଟ୍ ହରାଇ ୫୪ ରନ୍ ସଂଗ୍ରହ କରିଛି ।

 

Related posts

ବିଦେଶ ମାଟିରେ ଚମକିଲେ ଭାରତୀୟ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ

ଦିନିକିଆ ମ୍ୟାଚ୍‌ ପାଇଁ ବାରବାଟୀ ଷ୍ଟାଡ଼ିୟମ ବୁଲି ଅନୁଧ୍ୟାନ କଲେ ମନ୍ତ୍ରୀ

Odisha Sports Bureau

ଭାରତ ଠାରୁ ହାରିଲା ପାକିସ୍ତାନ, ଆଇସିସି ଶୁଣାଇଲେ ନିଷ୍ପତ୍ତି

Odisha Sports Bureau