Cricket

ନ୍ୟୁୟର୍କରେ ମସ୍ତି ମୁଡରେ ରୋହିତ

ଟି ୨୦ ବିଶ୍ୱକପରେ ଆସନ୍ତାକାଲି ଭାରତ ଏବଂ ଆୟରଲାଣ୍ଡ ମଧ୍ୟରେ ମ୍ୟାଚ ଖେଳାଯିବ । ଏଥିପାଇଁ ଭାରତୀୟ ଟିମ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । ଭାରି ୱାର୍ମ ଅପ ମ୍ୟାଚ ବାଂଲାଦେଶ ବିପକ୍ଷରେ ଖେଳି ମ୍ୟାଚ ଜିତିସାରିଛି । ତେବେ ଭାରତ – ଆୟର୍କର ଏକ ରେଷ୍ଟରାଣ୍ଟରେ ପହଞ୍ଚିଛନ୍ତି । ରୋହିତ ଏହାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଫ୍ୟାନ୍ସ ଏହି ଫଟୋରେ କମେଣ୍ଟ କରୁଛନ୍ତି ।
ରୋହିତ ଇନଷ୍ଟାଗ୍ରାମରେ ୪ଟି ଫଟୋ ସେୟାର କରିଛନ୍ତି । ଏଥିରେ କ୍ୟାପସନରେ ଲେଖିଛନ୍ତି , ବିଗ ମୁଡସ ଇନ ଦ ବିଗ ଆପଲ । ରୋହିତଙ୍କ ଏହି ଫଟୋରେ ଅତି କମରେ ୮ ଏକ୍ଷରୁ ଅଧିକ ଲୋକ ଲାଇକ କରିସାରିଛନ୍ତି ।
ଏହାକୁ ନେଇ ଫ୍ୟାନ୍ସ ବିଭିନ୍ନ ପ୍ରକାର କମେଣ୍ଟ ଦେଇଛନ୍ତି । ୟୁଜର୍ସ ରୋହିତଙ୍କୁ କପ ଆଣିବାକୁ କହିଛନ୍ତି । ରୋହିତ ଏହି ଫଟୋରେ ଧଳା ରଙ୍ଗର ସାର୍ଟ ପିନ୍ଧିଛନ୍ତି । ଏହାସହିତ ଅଲଭି ରଙ୍ଗର ଏକ କ୍ୟାପ ପିନ୍ଧିଥିବା ସହିତ ଚଷମା ଲଗାଇଛନ୍ତି । ରୋହିତ ବାଂଲାଦେଶ ବିପକ୍ଷ ୱାର୍ମଅପ ମ୍ୟାଚରେ କିଛି ଖାସ କରି ପାରିନଥିଲେ । ୧୯ ବଲ ଖେଲି ୨୩ ରନ କରିଥିଲେ ରୋହିତ । ରୋହିତ ଲଥିରେ ୨ଟି ଚଉକା ଏବଂ ୧ଟି ଛକା ମରିଛନ୍ତି । ଭାରତ ପ୍ରଥମେ ବ୍ୟାଟିଂ କରି ୧୮୨ ରନ କରିଥିଲା ବେଳେ ବାଂଲାଦେଶ ୧୨୨ ରନ କରିପାରିଥିଲା ।
ଭାରତ ଆୟରଲାଣ୍ଡ ସହିତ ମ୍ୟାଚ ପରେ ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳିବ । ଏହି ମ୍ୟାଚକୁ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ଏହି ମ୍ୟାଚ ନ୍ୟୁୟର୍କରେ ଖେଳାଯିବ ।
ଭାରତୀୟ ଟି ମ ଆଇସିସି ଟି ୨୦ ବିଶ୍ୱକପ ଗ୍ରୁପ ରେ ପାକୀସ୍ତାନ , ଆୟରଲାଣ୍ଡ, ଆମେରିକା ଏବଂ କାନାଡା ସହିତ ମ୍ୟାଚ ଖେଳିବ । ଜୁନ ୫ ତାରିଖରେ ଆୟରଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ ଭାରତ । ଜୁନ ୯ ତାରିଖରେ ପାକିସ୍ତାନ ସହିତ ଭାରତ ମ୍ୟାଚ ଖେଳିବ । ଏହାପରେ ୧୨ରେ ଆମେରିକା ସହିତ ଏବଂ ଜୁନ ୧୫ରେ କାନାଡା ସହିତ ଶେଷ ଲିଗ ମ୍ୟାଚ ଖେଳିବ ଭାରତ ।

Related posts

ଫଟାଫଟ କ୍ରିକେଟରେ ଯୋଗ ଦେଲେ ମାଷ୍ଟର ବ୍ଲାଷ୍ଟର

Odisha Sports Bureau

ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବାକୁ ଭାରତ ଆସିବେ ପାକିସ୍ତାନର ପ୍ରତିନିଧି

Odisha Sports Bureau

ଆଜି ରାହୁଲଙ୍କ ଫିଟନେସ ଟେଷ୍ଟ , ଫିଟ ହେଲେ ଶ୍ରୀଲଙ୍କା ଗସ୍ତ

Odisha Sports Bureau

Leave a Comment