Cricket

ନ୍ୟୁଜିଲ୍ୟାଣ୍ଡ ମାଟିରେ ରେକର୍ଡ଼ କରିବା ନେଇ ଆଶାବାଦୀ : ରୋହିତ

(ଓଡିଶା ସ୍ପୋର୍ଟ): ଆସନ୍ତାକାଲିଠାରୁ ଭାରତ ଓ ଘରୋଇ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ଟିକିଆ ଟି-୨୦ ସିରିଜ୍ ଆରମ୍ଭ ହେବ। ତେବେ ଏହି ସିରିଜ୍ ଓ ମ୍ୟାଚ୍ରେ ଟିମ୍ ଇଣ୍ଡିଆର କାମଚଳା ଅଧିନାୟକ ରୋହିତ ଶର୍ମାଙ୍କ ପାଖରେ ଏକ ବିରଳ ଇତିହାସ ସୃଷ୍ଟି କରିବାର ସୁଯୋଗ ରହିଛି। ରୋହିତ ନ୍ୟୁଜିଲ୍ୟାଣ୍ଡକୁ ଟି-୨୦ରେ ହରାଇ ପାରିଲେ ଦେଶର ପ୍ରଥମ ଅଧିନାୟକ ହେବାର କୀର୍ତ୍ତିମାନ ସ୍ଥାପନ କରିପାରିବେ।

ଭାରତ ନ୍ୟୁଜିଲ୍ୟାଣ୍ଡ ବିରୋଧରେ ନ୍ୟୁଜିଲ୍ୟାଣ୍ଡ ମାଟିରେ କୌଣସି ଟି-୨୦ ଜିତି ନଥିବା ବେଳେ ଇତିହାସ ମଧ୍ୟ ରୋହିତ ସେନା ବିପକ୍ଷରେ ରହିଛି। ପ୍ରଥମଥର ପାଇଁ ଭାରତ ୨୦୧୭-୧୮ରେ ନ୍ୟୁଜିଲ୍ୟାଣ୍ଡକୁ ଭାରତରେ ୨-୧ରେ ହରାଇଥିଲା। ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୮ଟି ଟି-୨୦ ମ୍ୟାଚ ହୋଇଥିବା ବେଳେ ଦଳ ମାତ୍ର କେବଳ ୨ଟିରେ ଜିତିଛି।

ତେବେ ଭାରତ ପାଇଁ ରୋହିତ ସର୍ବଦା ଲକି ସାବ୍ୟସ୍ତ ହୋଇଛନ୍ତି। ବିରାଟ୍ଙ୍କ ଅନୁପସ୍ଥିତିରେ ରୋହିତ ୧୨ଟି ଟି-୨୦ ମ୍ୟାଚର ନେତୃତ୍ୱ ନେଇଥିବା ବେଳେ ୧୧ଟିରେ ଜିତିଛନ୍ତି। ଯଦି ଏହି ସିରିଜ୍ରେ ରୋହିତଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ୨ଟି ମ୍ୟାଚ୍ ଜିତି ନିଏ, ତା’ହେଲେ ରୋହିତ ବିରାଟ୍ଙ୍କ ବିଜୟ ରେକର୍ଡକୁ ଅତିକ୍ରମ କରିଯିବେ। ସେହିପରି ଭାରତର ଦ୍ୱିତୀୟ ସଫଳତମ ଅଧିନାୟକ ହେବେ।

Related posts

ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର୍ ଶେନ୍ ୱାର୍ଣ୍ଣଙ୍କ ପରଲୋକ

Odisha Sports Bureau

କ୍ରିକେଟରେ କରୋନା କାଳ

Odisha Sports Bureau

ମ୍ୟାଚ୍ ପୂର୍ବରୁ ବିରାଟ କୋହଲି ଡେଲ୍ ଷ୍ଟେନ୍‌ଙ୍କୁ କ’ଣ କହିଥିଲେ?

Odisha Sports Bureau