Cricket

T-20 ପରେ ଆଇପିଏଲ୍‌ରୁ ବିଦାୟ ନେବେ କି ହିଟ୍‌ମ୍ୟାନ୍ ?

ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପ ୨୦୨୪ ଚାମ୍ପିଅନହୋଇଛି ଭାରତ | ଏହାପରେ ଅନ୍ତରାଷ୍ଟ୍ରୀୟ ଟି-୨୦ରୁ ଅବସର ନେଇଛନ୍ତି କ୍ୟାପଟେନ ରୋହିତ ଶର୍ମା । ହେଲେ ଏବେ ପ୍ରଶଂସକଙ୍କ ମନରେ ଏକ ପ୍ରଶ୍ନ ଉଙ୍କି ମାରୁଛି ଯେ, କଣ ଆଇପିଏଲରୁ ବି ବିଦାୟ ନେଇଯିବେ କି ହିଟ ମ୍ୟାନ | ବର୍ତ୍ତମାନ ରୋହିତ ତାଙ୍କ ନୀରବତାକୁ ଭାଙ୍ଗି ଏହି ସମସ୍ତ ଆଶଙ୍କା ଦୂର କରିଛନ୍ତି । ରୋହିତ ଶର୍ମା ତାଙ୍କ ଅଧିନାୟକତ୍ୱରେ ଭାରତ ଟି-୨୦ ବିଶ୍ୱକପ ୨୦୨୪ରେ ଚାମ୍ପିଅନ ହୋଇଥିଲା। ଚାମ୍ପିଅନ ହେବା ପରେ ଗଣମାଧ୍ୟମକୁ ସମ୍ବୋଧିତ କରୁଥିବାବେଳେ ରୋହିତଙ୍କୁ ଆଇପିଏଲରେ ତାଙ୍କ ଭବିଷ୍ୟତ ବିଷୟରେ ପଚରାଯାଇଥିଲା । ଏହା ଉପରେ ସେ ସମସ୍ତଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସେ ବର୍ତ୍ତମାନ ସେ ଆଇପିଏଲ ଛାଡିବା ନେଇ କିଛି ନିଷ୍ପତ୍ତି ନେଇନାହାଁନ୍ତି ।

ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ରୋହିତ କହିଛନ୍ତି- ମୁଁ ଏହି ସମୟରେ ଟି -୨୦ ରୁ ଅବସର ନେବାକୁ ଚିନ୍ତା କରି ନ ଥିଲି, କିନ୍ତୁ ପରିସ୍ଥିତି କିପରି ଆସିଛି, ମୁଁ ଅନୁଭବ କଲି ଯେ ଟି-୨୦କୁ ବିଦାୟ ଦେବା ମୋ ପାଇଁ ଠିକ୍ ହେବ । କିନ୍ତୁ ପ୍ରତିଶୃତି ଦେଉଛି ମୁଁ IPL ଶତପ୍ରତିଶତ ଖେଳିବି ।

Related posts

ମହିଳା T-20 ବିଶ୍ୱକପ: ଭାରତ ଏବଂ ପାକିସ୍ଥାନ ମଧ୍ୟରେ କେଉଁ ଦିନ ହେବ ଲଢେଇ

Odisha Sports Bureau

ବଢିଲା କ୍ରିକେଟରଙ୍କ ମ୍ୟାଚ ଫି

Odisha Sports Bureau

ରାହାଣେଙ୍କ ୫ହଜାର ରନ ପୂର୍ଣ୍ଣ