Cricket

ଇତିହାସ ରଚିଲେ ରୋହିତ ଶର୍ମା

ନୂଆଦିଲ୍ଲୀ: ଧର୍ମଶାଳାରେ ଖେଳାଯାଇଥିବା ଶ୍ରୀଲଙ୍କା ଓ ଭାରତ ମଧ୍ୟର ଟି-ଟ୍ୱେଣ୍ଟି ସିରିଜକୁ ହାତେଇ ନେଇଛି ଭାରତ । ଭାରତ ଟିମ୍ ଏହି ତୃତୀୟ ମ୍ୟାଚକୁ ୬ ୱିକେଟରେ ଜିତିନେଇଛି । ଏହା ସହ କ୍ଲିନ ସୁଇପ୍ ମଧ୍ୟ କରିଛି । ଆଉ ଏହି ସିରିଜରେ ରୋହିତ ଶର୍ମା ସର୍ବାଧିକ ଟି-ଟ୍ୱେଣ୍ଟି ମ୍ୟାଚ ଜିତି ଇତିହାସ ଶୃଷ୍ଟି କରିଛନ୍ତି । ସେ ଏଥିରେ ଇୟୋନ ମୋର୍ଗାନ ଏବଂ କେନ ଓ୍ଵିଲିୟମ୍ସଙ୍କୁ ପଛରେ ପକାଇ ୧୬ଟି ଟି-୨୦ ମ୍ୟାଚ୍ ଜିତି ଯାଇଛନ୍ତି । ଶ୍ରେୟସ ଆୟର ଲଗାତାର ତୃତୀୟ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିବା ସହିତ ପ୍ଲେୟର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ମଧ୍ୟ ହୋଇଛନ୍ତି । ୧୪୭ ରନର ପିଛା କରୁଥିବା ଭାରତ ପକ୍ଷରୁ ଶ୍ରେୟସ ଆୟର ଅପରାଜିତ ୭୩ ରନ କରିଥିଲେ । ୪୫ ବଲ ଖେଳିଥିବା ଶ୍ରେୟସ୍ ୯ ଚୌକା ଏବଂ ୧ ଛକା ମାରିଥିଲେ । ଏହା ଭିତରେ ଲାହିରୁ ୨ଟି ୱିକେଟ ନେଇଥିବା ବେଳେ ଚମିରାଓ କରୁଣାରତ୍ନେ ୧ଟି ଲେଖାଏଁ ୱିକେଟ ନେଇଛନ୍ତି । ସମସ୍ତ ଘରୋଇ ମାଟିର ସର୍ବାଧିକ ଟି-ଟ୍ୱେଣ୍ଟି ଜିତିଥିବା ଅଧିନାୟକ ହେଉଛନ୍ତି – ବିରାଟ କୋହିଲି – ୧୩ଟି, ଆରାନ ଫିଞ୍ଚ – ୧୩, କେନ ଓ୍ଵିଲିୟମ୍ସ-୧୫, ଇୟୋନ ମୋର୍ଗାନ – ୧୫ ଓ ରୋହିତ ଶର୍ମା: ୧୬ ।

Related posts

ବିରାଟଙ୍କ ନାମରେ ୮ହଜାର ରନ୍

ଟେଷ୍ଟ୍ କ୍ରିକେଟରେ ୭୦୦ ୱିକେଟ ନେଇ ରେକର୍ଡ କଲେ ଅଶ୍ୱିନ

ମନୁ ସାହନି ହେଲେ ଆଇସିସି କାର୍ଯ୍ୟ ନିର୍ବାହୀ ଅଧିକାରୀ

Odisha Sports Bureau

Leave a Comment