Cricket

ବାଂଲାଦେଶ ବିପକ୍ଷରେ ମ୍ୟାଚ ପାଇଁ ପ୍ରସ୍ତୁତ କରୁଛି ଟିମ ଭାରତ

ବିଶ୍ୱକପରେ ଭାରତ ତିନିଥର ବିଜୟ ହାସଲ କରିଛି । ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମାଙ୍କ ଯୋଗଦାନ ଟିମରେ ଗୁରୁତ୍ୱପୂର୍ଣ୍ଣ ରହିଛି । ବିଶ୍ୱକପରେ ୩ଟି ଇନଂସରେ ୧ଟି ଶତକ ଏବଂ ୧ଟି ଅର୍ଦ୍ଧଶତକ ମାରିସାରିଛନ୍ତି । ତେବେ ବଶ୍ୱକପରେ ଆସନ୍ତାକାଲ ଭାରତ ବାଂଲାଦେଶ ପୁଣେରେ ମୁହାଁମୁହିଁ ହେବେ ।

ସେପଟେ ୩ଟି ମ୍ୟାଚ୍ ଖେଳି କେବଳ ଗୋଟିଏ ବିଜୟ ହାସଲ କରିଛି ବାଂଲାଦେଶ । ବାଂଲାଦେଶ ବିପକ୍ଷ ମ୍ୟାଚ ପାଇଁ ନେଟସରେ ବୋଲିଂ ଅଭ୍ୟାସ କରୁଛନ୍ତି ରୋହିତ ଶର୍ମା । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।ପୂର୍ବରୁ ୨୦୧୬ରେ ରୋହିତ ଦିନିକିଆ ମ୍ୟାଚରେ ଶେଷ ଥର ବୋଲିଂ କରିଥିଲେ । ରୋହିତ ଏକ ଓଭର ବୋଲିଂ କରି ୧୧ ରନ୍‌ ଦେଇଥିଲେ । ତା’ପରେ ରୋହିତ ୩ଟି ଫର୍ମାଟରେ ବୋଲିଂ କରିସାରିଛନ୍ତି । ଆଇପିଏଲରେ ରୋହିତଙ୍କ ନାମରେ ହ୍ୟାଟ୍ରିକ ରେକର୍ଡ ରହିଛି । ତାଙ୍କ କାନ୍ଧରେ ଆସିଥିବା ଆଘାତ ଯୋଗୁଁ ବୋଲିଂ କରୁନାହାନ୍ତି ।

Related posts

ହକି ହିରୋ ଅମିତ ରୋହିଦାସଙ୍କୁ ଦେଢ କୋଟି ପୁରସ୍କାର : ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Odisha Sports Bureau

ଗେଲଙ୍କ ପୁରୁଣା ଅବତାର

Odisha Sports Bureau

ଓଡ଼ିଆ ଅନ୍ତର୍ଜାତୀୟ ମହିଳା କ୍ରିକେଟର କରୋନାରେ ଆକ୍ରାନ୍ତ

Odisha Sports Bureau