Hockey

ପୁରୁଷ ହକି ପ୍ରତିଯୋଗିତାରେ ରାଉରକେଲା ଚମ୍ପିଆନ

ସମ୍ବଲପୁର: ସମ୍ବଲପୁର ଅନ୍ତଃ ମହାବିଦ୍ୟାଳୟର ପୁରୁଷ ହକି ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ପାନିପୋଷ ସ୍ପୋର୍ଟସ ହଷ୍ଟେଲଠାରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ୧୨ଟି କଲେଜ ଅଂଶଗ୍ରହଣ କରିଥିଲେ । ଆଜିର ଫାଇନାଲ ମ୍ୟାଚରେ ହମିରପୁରର କଲ୍ୟାଣୀରାୟପୁର କଲେଜ ଏବଂ ରାଉରକେଲାର ମୁନିସପାଲ କଲେଜ ମୁହାଁମୁହିଁ ହୋଇଥିଲେ । ଏହି ରୋମାଞ୍ଚକର ମ୍ୟାଚରେ ମୁନିସପାଲ କଲେଜ ୨-୦ ଗୋଲରେ କଲ୍ୟାଣୀରାୟପୂରକୁ ପରାସ୍ତ କରି ଚମ୍ପିଆନର ଆଖ୍ୟା ପାଇଛି । ମୁନିସପାଲ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ପ୍ରସାଦ କୁମାର ପାତ୍ର ଉଭୟ ବିଜେତା ଏବଂ ଉପବିଜେତାଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ଏହାପରେ ବିଜୟ ଟ୍ରଫିକୁ ଖେଳାଳୀମାନେ ଅଧ୍ୟକ୍ଷ ପ୍ରଫେସର ପରେଶ ଚନ୍ଦ୍ର ପ୍ରଧାନଙ୍କୁ ହସ୍ତାନ୍ତର କରିଥିଲେ । ଏହି କୃତିତ୍ୱ ପାଇଁ ସମସ୍ତ ଖେଳାଳି ତଥା କ୍ରୀଡା ଶିକ୍ଷକ ଦଳର ଅଧିନାୟକ ସତ୍ୟନାରାୟଣ ରାଉତଙ୍କୁ ଖୁବ ପ୍ରଶଂସା କରିଛନ୍ତି ।

Related posts

ବାରବାଟୀରେ ଦବଙ୍ଗ ଖାନ, କମ୍ଫିବ ବାରବାଟୀ

Odisha Sports Bureau

ହକି ବିଶ୍ୱକପ୍‌ର ରଙ୍ଗାରଙ୍ଗ ଉଦ୍‌ଘାଟନୀ: ଜଲ୍‌ୱା ଦେଖାଇଲେ ମାଧୁରୀ, ଶାହାରୁଖ୍‌

Odisha Sports Bureau

ଲୋକସେବା ଭବନରେ ଭାରତୀୟ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧନା

Odisha Sports Bureau