Cricket

୯ ବର୍ଷ ପରେ ଆଇପିଏଲ୍ ଫାଇନାଲ୍ ଖେଳିବ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ନୂଆଦିଲ୍ଲୀ-: ୯ ବର୍ଷ ପରେ ଆଇପିଏଲ୍ ଫାଇନାଲ୍ ଖେଳିବ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)। ଗୁରୁବାର କ୍ବାଲିଫାୟାର୍-୧ରେ ଆର୍‌ସିବି ଏକତରଫା ଭାବେ ୮ ୱିକେଟ୍‌ରେ ଲିଗ୍ ଟପ୍ସର ପଞ୍ଜାବ କିଙ୍ଗୁକୁ ପରାସ୍ତ କରିଛି । ମୋଟ ଉପରେ ଆର୍‌ସିବି ଚତୁର୍ଥ ଥର ଫାଇନାଲ୍ ଖେଳିବ । ଏପର୍ଯ୍ୟନ୍ତ ଆଇପିଏଲ୍ ଟ୍ରଫି ଜିତିନ‌ଥିବା ଆର୍‌ସିବି ଦଳ ବିରାଟ କୋହଲିଙ୍କ ସେନା ଭାବେ ପରିଚିତ ଥିବାରୁ ତାଙ୍କ ୧୮ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିବ ବୋଲି କୁହାଯାଉଛି । ଜୁନ୍ ୩ ତାରିଖରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଆଇପିଏଲ୍ ଫାଇନାଲ୍ ମ୍ୟାଚ ଖେଳିବ । ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ-ଗୁଜରାଟ ଟାଇଟନ୍ସ ମୁକାବିଲାର ବିଜୟୀ ଦଳ ସହ ରବିବାର ପଞ୍ଜାବ କିଙ୍ଗ କ୍ବାଲିଫାୟାର୍-୨ ଖେଳିବ । କ୍ବାଲିଫାୟାର୍-୨ର ବିଜୟୀ ଦଳ ହିଁ ଆର୍‌ସିବି ସହ ଫାଇନାଲ୍ ଟକ୍କରରେ ଅବତୀର୍ଣ୍ଣ ହେବ । ଶେଷ ଥର ପାଇଁ ଆର୍‌ସିବି ୨୦୧୬ରେ ଫାଇନାଲ୍ ଖେଳି ସନ୍‌ରାଇଜର୍ସ ହାଇଦ୍ରାବାଦ ଠାରୁ ହାରି ଉପବିଜେତା ହୋଇଥିଲା ।

Related posts

ବିଶ୍ୱ ଦେଖିଲା ୱିକେଟ ବର୍ଷା । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଶାମୀ ଭାଙ୍ଗିଲେ ଜହିର ଖାନଙ୍କ ରେକର୍ଡ

Odisha Sports Bureau

କିକ୍ରେଟକୁ ବାଏ ବାଏ କହିଲେ ମାଲିଙ୍ଗା, ଡ଼ୁମୁନି

ଭାରତ-ଦକ୍ଷିଣ ଆଫ୍ରିକା: ବର୍ଷା ପାଇଁ ବାତିଲ ହେଲା ପ୍ରଥମ ମୁକାବିଲା

Odisha Sports Bureau