Uncategorized

ନୀରଜ ସ୍ବର୍ଣ୍ଣ ଜିତିଲେ ପୁରସ୍କାର ଦେବେ ଋଷବ ପନ୍ତ

ନୂଆଦିଲ୍ଲୀ: ଚାଲିଛି ପ୍ୟାରିସ ଅଲିମ୍ପିକ୍ସ ୨୦୨୪ । ଏହାରି ଭିତରେ ଭାରତର ସୁନା ପୁଅ ନୀରଜ ଚୋପ୍ରା ଫାଇନାଲରେ ପ୍ରବେଶ କରିଛନ୍ତି । ପୁରୁଷ ଜାଭେଲିନ ଥ୍ରୋ ଇଭେଣ୍ଟର କ୍ୱାଲିଫିକେସନ ରାଉଣ୍ଡର ପ୍ରଥମ ଥ୍ରୋରେ ଫାଇନାଲରେ ପ୍ରବେଶ କରିଥିଲେ ନୀରଜ । ନୀରଜ କ୍ୱାଲିଫିକେସନ ରାଉଣ୍ଡରେ ୮୯.୩୪ ମିଟର ଜାଭେଲିନ ପକାଇଥିଲେ । ନୀରଜଙ୍କ ଫାଇନାଲକୁ ସମସ୍ତ ନଜର ରହିଛି ।

ଯୋଗ୍ୟତା ପର୍ଯ୍ୟାୟର ଗ୍ରୁପ୍ ‘ବି’ରେ ସ୍ଥାନ ପାଇଥିବା ୨୬ ବର୍ଷୀୟ ନୀରଜ ଟୋକିଓ ଅଲିମ୍ପିକ୍ସ ଭଳି ପ୍ୟାରିସ୍ରେ ମଧ୍ୟ ନିଜ ପ୍ରଥମ ପ୍ରୟାସରେ ୮୪ ମିଟରର ସିଧାଳସଖ ଯୋଗ୍ୟତା ସୀମାରେଖାକୁ ଅତି ସହଜରେ ଟପି ଯାଇଥିଲେ। ଫଳରେ ପରବର୍ତ୍ତୀ ଦୁଇଟି ରାଉଣ୍ଡ୍ରେ ତାଙ୍କୁ ଆଉ ଜାଭଲିନ୍ ଫିଙ୍ଗିବାକୁ ପଡ଼ି ନଥିଲା। ଏବେ ଯୋଗ୍ୟତା ପର୍ଯ୍ୟାୟର ଶ୍ରେଷ୍ଠ ୧୨ଜଣ ଖେଳାଳିଙ୍କୁ ନେଇ ହେବାକୁ ଥିବା ଫାଇନାଲ୍ରେ ସ୍ବର୍ଣ୍ଣ ପଦକ ଜିତି ନୂଆ ଇତିହାସ ରଚିବାକୁ ଚେଷ୍ଟା କରିବେ ସେ। ଏହି ଐତିହାସିକ ଲଢ଼େଇ ଗୁରୁବାର ରାତି ୧୧ଟା ୫୫ରୁ ଆରମ୍ଭ ହେବ ହେବାର କାର୍ଯ୍ୟ ସୂଚି ରହିଛି ।
ଏହାରି ଭିତରେ ଭାରତୀୟ କ୍ରିକେଟର ଋଷଭ ପନ୍ତ ଏକ ବଡ଼ ଘୋଷଣା କରିଛନ୍ତି। ‘ଏକ୍ସ’ରେ ପୋଷ୍ଟ କରି ସେ ଲେଖିଛନ୍ତି, “ଯଦି ନୀରଜ ଆସନ୍ତାକାଲି ସ୍ୱର୍ଣ୍ଣ ପଦକ ଜିତିବେ, ତେବେ ଏହି ଟ୍ୱିଟରେ ଅଧିକ

Related posts

ସ୍ୱର୍ଣପଦକ ଜିତିଲେ ପ୍ରଣବ

Odisha Sports Bureau

ବିଚିତ୍ର ଖେଳ ଚାପୁଡା ଲଢ଼େଇ

ରାଜ୍ୟଗୋଷ୍ଠୀ ଯୁବ ଭରୋତ୍ତୋଳନରେ ହୃଦାନନ୍ଦ ଜିତିଲେ ସ୍ବର୍ଣ୍ଣ