Cricket

୬ ମାସ ଯାଏଁ ପଡିଆକୁ ଓହ୍ଲାଇବେ ନାହିଁ ରୁଷଭ

ଡେରାଡୁନ : ଦୁର୍ଘଟଣାର ଶୀକାର ହୋଇଛନ୍ତିି ଭାରତୀୟ କ୍ରିକେଟର ରୁଷଭ ପନ୍ତ । ଗତକାଲି ଦିଲ୍ଲୀ-ଡେରାଡୁନ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହୋଉଛନ୍ତି ପନ୍ତ । ଆସନ୍ତା ୬ ମାସ ପର୍ଯ୍ୟନ୍ତ ଫିଲ୍ଡକୁ ଓହ୍ଲାଇ ପାରିବେ ନାହିଁ ରୁଷଭ । ଏହି କାରଣରୁ ଭାରତୀୟ କ୍ରିକେଟ ଦଳର ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ ଓ ଆଇପିଏଲ ୨୦୨୩ରୁ ସେ ବାଦ ପଡ଼ିବାର ସମ୍ଭାବନା ରହିଛି । ରୁଷଭ ପନ୍ତଙ୍କ ମୁଣ୍ଡରେ ଆଘାତ ଲାଗିଥିଲେ ବି ବେଶି କ୍ଷତି ହୋଇନାହିଁ । କିନ୍ତୁ ତାଙ୍କ ପିଠି ଏବଂ ଆଣ୍ଠରେୁ ଅଧିକ ଆଘାତ ଲାଗିଛି । ସେଥିରୁ ସୁସ୍ଥ ହେବକୁ ହେଲେ ୬ ମାସ ଲାଗିବ ବୋଲି ଡାକ୍ତରମାନେ କହିଛନ୍ତି । ଆସନ୍ତା ଫେବ୍ରୁଆରି ମାସରେ ଭାରତରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ଆରମ୍ଭ ହେବ । ପ୍ରଥମ ଟେଷ୍ଟ ଫେବ୍ରୁଆରି ୯ରୁ ନାଗପୁରରେ ଆରମ୍ଭ ହେବ। ସେହିପରି ମାର୍ଚ୍ଚ ଶେଷ ବେଳକୁ ଆଇପିଏଲ ଆରମ୍ଭ ହେବ । ଏହି ସମୟ ବେଳକୁ ପନ୍ତ ଆରୋଗ୍ୟ ଲାଭ କରିବାର ସମ୍ଭାବନା କମ ବୋଲି କୁହାଯାଉଛି ।

Related posts

ସର୍ବାଧିକ ୱିକେଟ୍ ଦଖଲକରି ବ୍ରାଭୋଙ୍କ ସମକକ୍ଷ ହେଲେ ଚହଲ

ଏସିଆ କପ୍ର ପ୍ରଥମ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଭେଟିବ ୟୁଏଇ କୁ

Odisha Sports Bureau

ପିଙ୍କ ବଲ ଟେଷ୍ଟ ମ୍ୟାଚର ଟିକେଟ ଅର୍ଥ ଫେରାଇବ ସିଏବି

Odisha Sports Bureau