Cricket

ସାମିଙ୍କୁ ଲାଗିଲା ହାଇକୋର୍ଟଙ୍କ ଝଟକା

ରିପୋର୍ଟର୍ସ ଟୁଡେ;- ସାମିଙ୍କୁ ଲାଗିଲା ହାଇକୋର୍ଟଙ୍କ ଝଟକା । ପୂର୍ବତନ ପତ୍ନୀଙ୍କୁ ସାମି ଦେବେ ୩କୋଟି ୩୬ଲକ୍ଷ ଟଙ୍କା । ଭାରତୀୟ କ୍ରିକେଟର ଟିମର ଦ୍ରୁତ ବୋଲର ସାମିଙ୍କୁ କୋଲକତା ହାଇକୋର୍ଟଙ୍କ ନିର୍ଦ୍ଦେଶ ଯେ, ସେ ଏବେ ଠାରୁ ପୂର୍ବତନ ପତ୍ନୀଙ୍କୁ ଭରଣାପୋଷଣ ଦେବେ । ବହୁତ ଦିନ ଧରି ମହମ୍ମଦ ସାମି ଓ ପତ୍ନୀ ହସିନ୍ ଜାହାଁଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା । ଏବଂ ଏହି ବିବାଦ କୋର୍ଟରେ ଚାଲିଥିଲା । ୨୧ ଏପ୍ରିଲରେ ମାମଲାର ଶୁଣାଣି ହୋଇଥିଲା । ତେବେ ପୁଣି ଜୁଲାଇ ୧ରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏବେ ଠାରୁ ପ୍ରତିମାସରେ ପତ୍ନୀଙ୍କୁ ମାସିକ ଖର୍ଚ୍ଚ ବାବଦରେ ଦେଢ ଲକ୍ଷ ଟଙ୍କା ଓ ଝିଅ ଆୟରାଙ୍କ ଖର୍ଚ୍ଚ ବାବଦକୁ ଅଢେଇଲକ୍ଷ ଦେବେ ସାମି । ସେପଟେ ଆସନ୍ତା ୬ ତାରିଖ ମଧ୍ୟରେ ପୁରା ମାମଲାକୁ ରଫାଦଫା କରିବା ପାଇଁ ତଳକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋଲକତା କୋର୍ଟ । ତେବେ ୨୦୨୧ ମସିହା ଏପ୍ରିଲ ୭ତାରିଖରେ ହସିନ ଓ ସାମିଙ୍କ ବିବାହ ହୋଇଥିବା ବେଳେ ୨୦୧୫ ଝିଅ ଆୟରାଙ୍କ ଜନ୍ମ ହୋଇଥିଲା । ଉଭୟଙ୍କ ମଧ୍ୟରେ ବିବାଦକୁ ନେଇ ଏହି ମାମଲା ଦୀର୍ଘ ୭ବର୍ଷ ହେବ କୋର୍ଟରେ ଚାଲୁଥିବାରୁ ୭ବର୍ଷ ପାଇଁ ହିସାବ ଅନୁସାରେ ୩କୋଟି ୩୬ଲକ୍ଷ ଟଙ୍କା ପତ୍ନୀ ଓ ଝିଅଙ୍କୁ ଦେବେ ସାମି ।

Related posts

ଅଷ୍ଟ୍ରେଲିଆ ତୃତୀୟ ଟି-୨୦ ମ୍ୟାଚ୍ ପାଇଁ ଡକାଇଲା ସବୁଠାରୁ ଖତରନାକ୍ ବୋଲର୍

Odisha Sports Bureau

ବାରବାଟୀରେ ଜୁନ ୧୨ରେ ଭାରତ ଦକ୍ଷିଣ ଆଫ୍ରିକା ଆନ୍ତର୍ଜାଜତୀୟ ମ୍ୟାଚ

Odisha Sports Bureau

ଆଜି ଭାରତ ଓ ଇଣ୍ଡିଜ୍ ମଧ୍ୟରେ ଶେଷ ଦିନିକିଆ

Odisha Sports Bureau

Leave a Comment