Badminton

ଥାଇଲାଣ୍ଡ ଓପନରେ ସଫଳତା ପରେ ନମ୍ବର ଓ୍ବାନକୁ ଫେରିଲେ ସାତ୍ତ୍ୱିକ-ଚିରାଗ

ନୂଆଦିଲ୍ଲୀ : ଥାଇଲାଣ୍ଡ ଓପନରେ ସଫଳତା ପରେ ନମ୍ବର ଓ୍ବାନକୁ ଫେରିଲେ ସାତ୍ତ୍ୱିକ-ଚିରାଗ | ସଫଳତା ପରେ ଭାରତର ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ପୁଣି ବିଶ୍ୱର ନମ୍ବର ଓ୍ବାନ ର଼୍ୟାଙ୍କିଙ୍ଗ ପୁରୁଷ ଡବଲ୍ସ ବ୍ୟାଡମିଣ୍ଟନ ଯୋଡ଼ି ହୋଇପାରିଛନ୍ତି। ଅଲ୍‌ ଇଂଲଣ୍ଡ ଚାମ୍ପିୟନଶିପ୍‌ର ଦ୍ୱିତୀୟ ରାଉଣ୍ଡରେ ପରାଜୟ ପରେ ଭାରତୀୟ ଯୋଡ଼ି ୩ନମ୍ବର ସ୍ଥାନକୁ ଖସି ଆସିଥିଲା। ପରେ ଚାଇନାରେ ଅନୁଷ୍ଠିତ ଏସିଆନ ଚାମ୍ପିୟନଶିପ୍‌ରେ ସାତ୍ତ୍ୱିକ ଆଘାତପ୍ରାପ୍ତ ହେବାରୁ ଏହି ଯୋଡ଼ିଙ୍କୁ ସ୍ବାକଓଭର ଦେବାକୁ ହୋଇଥିଲା।

ଥାଇଲାଣ୍ଡ ଓପନରେ ସେମାନେ କିନ୍ତୁ ଦୃଢ ପ୍ରତ୍ୟାବର୍ତ୍ତନ କରି ରବିବାର ଫାଇନାଲରେ ଚାଇନାର ଚେନ୍‌ ବୋ ୟାଙ୍ଗ ଓ ଲିୟୁ ୟି ଯୋଡ଼ିଙ୍କୁ ସିଧାସଳଖ ଗେମ୍‌ରେ ପରାସ୍ତ କରି ସିଜନରେ ସେମାନଙ୍କର ଦ୍ୱିତୀୟ ଟାଇଟଲ ଜିତିଥିଲେ। ମଙ୍ଗଳବାର ପ୍ରକାଶିତ ବ୍ୟାଡମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ର଼୍ୟାଙ୍କିଙ୍ଗ ତାଲିକାରେ ସେମାନେ ୯୯୬୭୦ ପଏଣ୍ଟ ସହ ଦୁଇ ସ୍ଥାନ ପଦୋନ୍ନତି ପାଇ ୫ ସପ୍ତାହ ପରେ ପୁଣି ପ୍ରଥମ ସ୍ଥାନକୁ ଫେରିଛନ୍ତି। ଅନ୍ୟପକ୍ଷରେ ମହିଳା ସିଙ୍ଗଲ୍ସ ଡବଲ ଅଲିମ୍ପିକ ପଦକ ବିଜେତା ପି. ଭି. ସିନ୍ଧୁ ଗୋଟିଏ ସ୍ଥାନ ତଳଖୁ ଖସି ୧୫ତମ ସ୍ଥାନରେ ରହିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଏଚ୍‌. ଏସ୍‌. ପ୍ରଣୟ ତାଙ୍କ ୯ନମ୍ବର ସ୍ଥାନ ବଜାୟ ରଖିଛନ୍ତି।

ପୁରୁଷ ସିଙ୍ଗଲ୍ସ ଟପ୍‌ ୧୦ରେ ସେ ଜଣେ ମାତ୍ର ଭାରତୀୟ ସ୍ଥାନ ପାଇଛନ୍ତି। ଲକ୍ଷ୍ୟ ସେନ୍‌ ୩ ସ୍ଥାନ ତଳଖୁ ଖସି ୧୪ତମ ସ୍ଥାନକୁ ଚାଲି ଆସୁଛନ୍ତି। କିଡାମ୍ବି ଶ୍ରୀକାନ୍ତ (୨୬ତମ), ପ୍ରିୟାଂଶୁ ରାଜାଓ୍ବତ (୩୩ ତମ) ଗୋଟିଏ ଲେଖାଏଁ ସ୍ଥାନ ତଳକୁ ଖସି ଆସିଥିବା ବେଳେ କିରଣ ଜର୍ଜ ୩୬ତମ ସ୍ଥାନକୁ ଚାଲି ଆସିଛନ୍ତି। ମହିଳା ଡବଲ୍ସରେ ତନିଶା କ୍ରାଷ୍ଟୋ ଓ ଅଶ୍ୱିନୀ ପୋନ୍ନାପ୍ପା ଦୁଇ ସ୍ଥାନ ଉପରକୁ ଉଠି ୧୯ତମ ସ୍ଥାନରେ ଅଛନ୍ତି। ଭାରତର ସେମାନେ ଶ୍ରେଷ୍ଠ ର଼୍ୟାଙ୍କିଙ୍ଗପ୍ରାପ୍ତ ଯୋଡ଼ି।

Related posts

ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଲେ ଲକ୍ଷ୍ୟ ସେନ

Odisha Sports Bureau

ଦକ୍ଷିଣ ଏସିଆ ଖେଳର ପଞ୍ଚମ ଦିନରେ ଭାରତୀୟ ଖେଳାଳୀମାନେ ଜିତିଲେ ୪୧ ପଦକ, ଭାରତର ପଦକ ସଂଖ୍ୟା ୧୭୮ରେ ପହଞ୍ଚିଛି

Odisha Sports Bureau

ବ୍ୟାଡମିଣ୍ଟନ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ

Odisha Sports Bureau