Uncategorized

୯ତମ ଗଜପତି ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ଖୋ-ଖୋ,କବାଡି, ଦୌଡକୁଦ, ଯୋଗାସନ ଓ ସତରଞ୍ଜ ପ୍ରତିଯୋଗିତା ଅନୁଷ୍ଠିତ

ଗଜପତି/ ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ଖୋ-ଖୋ,କବାଡି, ଦୌଡକୁଦ, ଯୋଗାସନ ଓ ସତରଞ୍ଜ ପ୍ରତିଯୋଗିତା ୨୦୨୩-୨୪ ଜିଲ୍ଲା ଶିକ୍ଷାଧିକରୀ ଶ୍ରୀଯୁକ୍ତ ପ୍ରଦୋଷ କୁମାର ନାୟକଙ୍କ ପୌରହିତ୍ୟ ରେ ସ୍ଥାନୀୟ ବିଦ୍ୟାନିକେତନ ପାଞ୍ଚମାଇଲ ଖେଳ ପଡିଆରେ ଅନୁଷ୍ଠିତ ହୋଯାଇଅଛି। ଉକ୍ତ କ୍ରୀଡ଼ା ପ୍ରତିଯୋଗିତାରେ ଶ୍ରୀଯୁକ୍ତ ଜି.ତିରୁପତି ରାଓ,ଅଧ୍ୟକ୍ଷ, ଜିଲ୍ଲା ପରିଷଦ, ଗଜପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରି ଓ ପ୍ରଦୀପ ପ୍ରଜ୍ବଳନ କରି ପ୍ରତିଯୋଗିତାର ଉଦ୍ଘାଟନ କରିଥିଲେ। ଭାର ପ୍ରାପ୍ତ ଶାରୀରିକ  ଶିକ୍ଷା ନିରୀକ୍ଷକ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର, ସ୍ବାଗତ ଭାଷଣ ଓ ଉଦ୍ଦେଶ ଜ୍ଞାପନ କରିଥିଲେ। ଶ୍ରୀମତୀ ସୁନେମି ମଣ୍ଡଳ, ଅଧକ୍ଷା, ଗୁମ୍ମା ବ୍ଲକ, ସନ୍ଧ୍ୟା ଶବର,ଜିଲ୍ଲା ପରିଷଦ ସଭ୍ୟ,ଗୁମ୍ମା ବ୍ଲକ, ଶ୍ରୀ ଏନ.କ୍ରିଷ୍ଣା ରାଓ, ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ, ଗୁମ୍ମା, ଯାଜପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ସାତ୍ମିକ କୁମାର ପଟ୍ଟନାୟକ, ସରକାରୀ ମହେନ୍ଦ୍ରଗିରି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଓ ଶ୍ରୀ ଅମୂଲ୍ୟ କୁମାରୀ ରଥ, ପ୍ରିନ୍ସିପାଲ ମଞ୍ଚାସିନ ଥିବାବେଳେ ଶ୍ରୀ ଅମୂଲ୍ୟ କୁମାର ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ। ଗଜପତି ଜିଲ୍ଲାର ୭ଟି ବ୍ଲକରୁ ୫୪୦ ଜଣ ୧୪ ବର୍ଷ ରୁ କମ ଓ ୧୭ ବର୍ଷ ରୁ କମ ଛାତ୍ରଛାତ୍ରୀ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ। ବିକାଶ ବିଧ୍ୟାନି କେତନ ସମ୍ପାଦକ ଲାଲମୋହନ ଆଚାର୍ଯ୍ୟ , ଶ୍ରୀ ମନୋଜ ବେହେରା, ମେନକା ରାଓ ଓ ଜିଲ୍ଲାର ୧୦୦  ଜଣ ଖେଳ ଶିକ୍ଷକ ଏହି କ୍ରୀଡ଼ା ଉତ୍ସବକୁ  ପରିଚାଳନା କରିବା ସହିତ ସହଯୋଗ କରିଥିଲେ ।

Related posts

ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ବ୍ରୋଞ୍ଜ ପଦକ

Odisha Sports Bureau

ବିଶ୍ୱ ପୁଲିସ ଓ ଫାୟାର କ୍ରୀଡ଼ାରେ ଚିନ୍ମୟୀଙ୍କୁ ଦୁଇ ସ୍ୱର୍ଣ୍ଣ

Odisha Sports Bureau

ଏଏଫସି ଏସିଆନ୍ କପ୍ ୨୦୨୪ ଭାରତୀୟ ଦଳର ନାମ ଘୋଷଣା

Odisha Sports Bureau