Cricket

ବଲିଉଡରେ ଡେବ୍ୟୁ କରିବେ ସ୍ପୋର୍ଟସ୍ ସେଲିବ୍ରିଟି ଶିଖର ଧାୱନ

(ମୁମ୍ବାଇ) : ସ୍ପୋର୍ଟସ୍ ସେଲିବ୍ରିଟି ଶିଖର ଧାୱନ ସବୁବେଳେ ନିଜର ନିଆରା ଷ୍ଟାଇଲ ପାଇଁ ଚର୍ଚାରେ ରହିଆସିଛନ୍ତି । ଆଇପିଏଲ୍ ୨୦୨୨ ରେ, ସେ ପଞ୍ଜାବ କିଙ୍ଗ୍ସ ଟିମ୍ ପାଇଁ ଖେଳୁଥିବା ନଜର ଆସିଛନ୍ତି। ଫିଲ୍ଟ ପରେ ଏବେ ବର୍ତ୍ତମାନ କ୍ୟାମେରା ଆଗରେ ନିଜର ଜଲୱା ଦେଖାଇବାକୁ ଯାଉଛନ୍ତି ଏହି ଖେଳାଳି । କ୍ରିକେଟ୍ ପିଚ୍ ରେ ନିଜର ଚମତ୍କାର ପ୍ରଦର୍ଶନ କରିବା ପରେ, ବର୍ତ୍ତମାନ ଶିଖର କ୍ୟାମେରା ଆଗରେ ନିଜର ଜଲୱା ଦେଖାଇବାକୁ ଯାଉଛନ୍ତି। ଭାରତୀୟ ଟିମ୍‌ର ‘ଗବର’ ବର୍ତ୍ତମାନ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସୂଚନାନୁଯାୟୀ, ଶିଖର କ୍ରିକେଟ୍ ପଡିଆ ବ୍ୟତୀତ ଏବେ ବଲିଉଡରେ ବି ଛକା ମାରିବାକୁ ପ୍ରସ୍ତୁତ। ତାଙ୍କୁ ଏକ ଫିଲ୍ମ ଅଫର୍ କରାଯାଇଛି। ଗବର କିଛି ସମୟ ପୂର୍ବରୁ ଫିଲ୍ମର ସୁଟିଂ ମଧ୍ୟ ଶେଷ କରିସାରିଛନ୍ତି। ତେବେ ଫିଲ୍ମର ଟାଇଟଲ୍ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।

Related posts

୩୪ ରନ୍‌ରେ ଜିତିଲା ପ୍ରଥମ ଟ୍ବେଣ୍ଟି-୨୦

ପିତାଙ୍କ ମୃତ୍ୟୁ ପରେ ଭାବପ୍ରବଣ ହୋଇ କ୍ରିକେଟ୍ରୁ ବ୍ରେକ୍ ନେଲେ ଇଂଲଣ୍ଡ ଖେଳାଳି କ୍ରିସ ୱକ୍ସ

Odisha Sports Bureau

ରାହାଣେଙ୍କ ୫ହଜାର ରନ ପୂର୍ଣ୍ଣ