Football

ଶ୍ରଦ୍ଧାଞ୍ଜଳି ହେଲେ ଜାତୀୟ ମହିଳା ଫୁଟବଲ୍ ଦଳର ସହ ପ୍ରଶିକ୍ଷିକା

ଭାରତୀୟ ମହିଳା ଫୁଟବଲ୍ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କୁ ପୁଣି ଏକ ବଡ଼ ଦାୟିତ୍ୱ ମିଳିଛି । ତାଙ୍କୁ ଜାତୀୟ ଯୁବ ଦଳର ସହକାରୀ ପ୍ରଶିକ୍ଷକ ଦାୟିତ୍ବ ମିଳିଛି । ଚଳିତ ବର୍ଷର ଏଏଫସି ପ୍ରତିଯୋଗିତା ଏବଂ ବିଶ୍ବକପ୍ ଯୋଗ୍ୟତା ପର୍ୟ୍ୟାୟରେ ଭଲ ପ୍ରଦର୍ଶନ କରିଥିବା ଭାରତୀୟ ଦଳର ଦାୟିତ୍ବ ପରେ ଶ୍ରଦ୍ଧାଞ୍ଜଳିଙ୍କୁ ଏବେ ଗୁରୁ ଦାୟିତ୍ୱ ଦିଆଯାଇଛି ।

ଗତ ମାର୍ଚ୍ଚ ମାସରେ ଏଏଫସି ପର୍ୟ୍ୟାୟ ମହିଳା ଫୁଟବଲ ପ୍ରତିଯୋଗିତାରେ ବେଶ୍ ଭଲ ପ୍ରଦର୍ଶନ କରି ୧୭ ବର୍ଷରୁ କମ୍ ମହିଳା ଫୁଟବଲ ଦଳ ୨୦୨୪ ଅଲିମ୍ପିକ୍ସ ଯୋଗ୍ୟତା ପର୍ୟ୍ୟାୟର ଦୁଇଟି ମ୍ୟାଚ୍ ଜିତି ନେଇଥିଲା । ଏଥିରେ ଶ୍ରଦ୍ଧାଞ୍ଜଳି ଭାରତୀୟ ଦଳର ସହ ପ୍ରଶିକ୍ଷିକା ରହିଥିଲେ । ଶୁକ୍ରବାର ଠାରୁ ମଧ୍ୟପ୍ରଦେଶର ଇନ୍ଦୋରରେ ଆରମ୍ଭ ହେବାକୁ ଥିବା ୧୭ ବର୍ଷରୁ କମ୍ ବାଳିକା ଦଳର ପ୍ରସ୍ତୁତି ଶିବିରରେ ସାମିଲ ହେବାକୁ ଶ୍ରଦ୍ଧାଞ୍ଜଳି ରାଜ୍ୟର ଅନ୍ୟତମ ଅନ୍ତର୍ଜାତୀୟ ଖେଳାଳି ରଂଜିତା ମହାନ୍ତିଙ୍କ ସହ ଯାତ୍ରା କରିଛନ୍ତି। ରଂଜିତା ଏହି ଦଳର ଗୋଲରକ୍ଷକ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଏହି ଦୁଇ ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ନାଲକୋରେ ନିଯୁକ୍ତ ଅଛନ୍ତି।

Related posts

ଲା ଲିଗ୍: ଜିଦାନଙ୍କ ରିୟଲ୍କୁ ଭାଲେନ୍ସିଆ ୨-୧ ଗୋଲରେ କଲା ପରାଜୟ

ଶେଷ ନିଶ୍ୱାସ ତ୍ୟାଗ କଲେ ଭାରତୀୟ ଫୁଟବଲର ମହମ୍ମଦ ଜୁଲଫିକାରୁଦ୍ଦିନ

Odisha Sports Bureau

କିଟ ଓ କିସ୍ ରେ ଆରମ୍ଭ ହୋଇଛି ପ୍ରଥମ ଜନ ଜାତୀୟ ଖେଳ ମହୋତ୍ସବ

Odisha Sports Bureau