Cricket

୪୦୮ ରନରେ ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସ ପରିସମାପ୍ତି, ଭାରତଠାରୁ ୧୬୩ ରନରେ ଆଗୁଆ

ସେଞ୍ଚୁରିଅନ : ସେଞ୍ଚୁରିଅନ ଟେଷ୍ଟର ୩ୟ ଦିବସ ଖେଳରେ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ନିଜର ପ୍ରଥମ ଇନିଂସରେ ୯ ଓ୍ବିକେଟ ହରାଇ ୪୦୮ ରନ କରିଛି । ଦଳର ଅଧିନାୟକ ତେମ୍ବା ବାଭୁମା ଅହତ ଥିବାରୁ ବ୍ୟାଟିଂ କରିବାକୁ ଆସିନଥିଲେ, ଫଳରେ ଦଳର ଇନିଂସ ପରିସମାପ୍ତ ଘୋଷଣା କରାଯାଇଥିଲା । ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ଭାରତଠାରୁ ୧୬୩ ରନରେ ଆଗୁଆ ହୋଇଯାଇଛି ।
ଦକ୍ଷିଣ ଆଫ୍ରିକା ଦଳ ପକ୍ଷରୁ ଡିନ ଏଲଗାର ୧୮୫ ରନ କରିଥିବାବେଳେ ଡେଭିଡ୍ ବ୍ରାଣ୍ଡିଙ୍ଗହାମ୍ ୫୬ ରନ କରି ମହମ୍ମଦ ସିରାଜଙ୍କ ବଲରେ ଆଉଟ ହୋଇଥିଲେ । ମାର୍କୋ ଜାନସେନ ଅପରାଜିତ ୮୪ ରନର ପାଳି ଖେଳିଥିଲେ । ସେହିପରି ଟୋନି ଡି ଜୋରଜି ୨୮ ରନ କରି ବୁମରାଙ୍କ ବଲରେ ଆଉଟ ହୋଇଥିଲେ । ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୪ଟି ଓ୍ବିକେଟ୍ ଓ ମହମ୍ମଦ ସିରାଜ ୨ଟି ଓ୍ବିକେଟ ନେଇଥିବାବେଳେ ପ୍ରସିଦ୍ଧ କ୍ରିଷ୍ଣା, ଶାର୍ଦ୍ଦୁଲ ଠାକୁର ଓ ଆର.ଅଶ୍ବୀନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

Related posts

ଟିମ୍ ଇଣ୍ଡିଆ ଟେଷ୍ଟରେ ନମ୍ବର ୧

Odisha Sports Bureau

ନିଜକୁ ଫିଟ ଘୋଷଣା କରିଛନ୍ତି ଭାରତୀୟ କ୍ରିକେଟ ଦଳର ତାରକା ବ୍ୟାଟର ଶେୟସ ଆୟର

Odisha Sports Bureau

ଆଜିର ଦିନରେ ଡେବ୍ୟୁ କରିଥିଲେ ବିରାଟ,ଆନ୍ତର୍ଜାତୀୟ କ୍ରିକେଟରେ କୋହଲିଙ୍କ ୧୫ ବର୍ଷ

Odisha Sports Bureau