Cricket

୪୦୮ ରନରେ ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସ ପରିସମାପ୍ତି, ଭାରତଠାରୁ ୧୬୩ ରନରେ ଆଗୁଆ

ସେଞ୍ଚୁରିଅନ : ସେଞ୍ଚୁରିଅନ ଟେଷ୍ଟର ୩ୟ ଦିବସ ଖେଳରେ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ନିଜର ପ୍ରଥମ ଇନିଂସରେ ୯ ଓ୍ବିକେଟ ହରାଇ ୪୦୮ ରନ କରିଛି । ଦଳର ଅଧିନାୟକ ତେମ୍ବା ବାଭୁମା ଅହତ ଥିବାରୁ ବ୍ୟାଟିଂ କରିବାକୁ ଆସିନଥିଲେ, ଫଳରେ ଦଳର ଇନିଂସ ପରିସମାପ୍ତ ଘୋଷଣା କରାଯାଇଥିଲା । ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ଭାରତଠାରୁ ୧୬୩ ରନରେ ଆଗୁଆ ହୋଇଯାଇଛି ।
ଦକ୍ଷିଣ ଆଫ୍ରିକା ଦଳ ପକ୍ଷରୁ ଡିନ ଏଲଗାର ୧୮୫ ରନ କରିଥିବାବେଳେ ଡେଭିଡ୍ ବ୍ରାଣ୍ଡିଙ୍ଗହାମ୍ ୫୬ ରନ କରି ମହମ୍ମଦ ସିରାଜଙ୍କ ବଲରେ ଆଉଟ ହୋଇଥିଲେ । ମାର୍କୋ ଜାନସେନ ଅପରାଜିତ ୮୪ ରନର ପାଳି ଖେଳିଥିଲେ । ସେହିପରି ଟୋନି ଡି ଜୋରଜି ୨୮ ରନ କରି ବୁମରାଙ୍କ ବଲରେ ଆଉଟ ହୋଇଥିଲେ । ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୪ଟି ଓ୍ବିକେଟ୍ ଓ ମହମ୍ମଦ ସିରାଜ ୨ଟି ଓ୍ବିକେଟ ନେଇଥିବାବେଳେ ପ୍ରସିଦ୍ଧ କ୍ରିଷ୍ଣା, ଶାର୍ଦ୍ଦୁଲ ଠାକୁର ଓ ଆର.ଅଶ୍ବୀନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

Related posts

ନୂଆ ଇତିହାସ ସୃଷ୍ଟି କଲେ ଈଶାନ କିଶାନ

Odisha Sports Bureau

୪୦୦୦ ରନ୍ ସଂଗ୍ରହ କରି ଦ୍ବିତୀୟ ଭାରତୀୟ ୱିକେଟ୍-ରକ୍ଷକ ମାନ୍ୟତା ହାସଲ କରିଛନ୍ତି ଋଷଭ

Odisha Sports Bureau

ଖେଳାଳିଙ୍କୁ ଧରି କାନ୍ଦିଲେ ବାଳ‌କ

Odisha Sports Bureau