Football

କିସ ଦେଇ ଫସିଗଲେ ସ୍ପେନ୍‌ ଫୁଟବଲ୍‌ ସଂଘ ସଭାପତି ଲୁଇସ୍‌ ରୁବେଲ୍ସ

ଲୌସେନ୍‌: କିସ ଦେଇ ଫସିଗଲେ ସ୍ପେନ୍‌ ଫୁଟବଲ୍‌ ସଂଘ ସଭାପତି ଲୁଇସ୍‌ ରୁବେଲ୍ସ | ସ୍ପେନ୍‌ର ଫିଫା ମହିଳା ବିଶ୍ବକପ୍‌ ବିଜେତା ଦଳର ପ୍ରମୁଖ ଖେଳାଳି ଜେନି ହର୍ମୋସୋଙ୍କୁ ସ୍ପେନ୍‌ ଫୁଟବଲ୍‌ ସଂଘ ସଭାପତି ଲୁଇସ୍‌ ରୁବେଲ୍ସ ପୁରସ୍କାର ପ୍ରଦାନ ମଞ୍ଚରେ ଓଠକୁ ଚୁମ୍ବନ ଦେବା ଘଟଣାରେ ଫିଫା କାର୍ଯ୍ୟାନୁଷ୍ଠାନ ନେବ। ଫିଫା ଶୃଙ୍ଖଳା ସମିତି ଏ ସଂପର୍କରେ ଲୁଇସ୍‌ଙ୍କୁ ଅବଗତ କରାଇ ଦେଇଛି। ଲୁଇସ୍‌ଙ୍କ ଉକ୍ତ ଆଚରଣ ଫିଫା ଶୃଙ୍ଖଳା ନିୟମାବଳୀର ଧାରା ୧୩ ପାରା ୧ ଓ ୨ ର ଉଲ୍ଲଂଘନ କରୁଥିବା କୁହାଯାଇଛି। ମହିଳା ଫୁଟବଲ୍‌ ଖେଳାଳିଙ୍କ ସୁରକ୍ଷା ପାଇଁ ବିହିତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଥିବା ଜେନି ପ୍ରତିକ୍ରିୟା ଦେଇଛନ୍ତି। ପୂର୍ବରୁ ସ୍ପେନ୍‌ ସରକାର ଓ କ୍ରୀଡ଼ା ମନ୍ତ୍ରାଳୟ ମଧ୍ୟ ଲୁଇସ୍‌ଙ୍କ ଏହି ଆଚରଣକୁ ନିନ୍ଦା କରିଛି।

Related posts

ପ୍ରଖ୍ୟାତ ଫୁଟବଲର ପିକେ ବାନାର୍ଜୀଙ୍କ ପରଲୋକ

Odisha Sports Bureau

ପୂର୍ବ ଚମ୍ପିଆନ ୟୁବେଣ୍ଟସକୁ ପରାସ୍ତ କଲା ଲାଜିୟୋ

Odisha Sports Bureau

ବୁନ୍ଦେସ୍ଲିଗା: ମେନଜ୍ ସମାନତା ପାଇଁ କୋଲନଙ୍କୁ ଧରି ରଖିଛନ୍ତି, ମ୍ୟାଚ୍ ୨-୧ରେ ଡ୍ର ରହିଛି