Cricket

କୋହଲି ଓ ଗୌତମ ମଧ୍ୟରେ ମାରପିଟ

ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ଝଗଡା କଥା ସମସ୍ତେ ଜାଣନ୍ତି । ଏହା ଏବେ ନୁହେଁ ୧୦ ବର୍ଷ ପୂର୍ବରୁ ଦୁହିଙ୍କ ମଧ୍ୟରେ ଦେଖଯାଇଛି । କ୍ଷ୍ନୌର ଏକ ଷ୍ଟାଡିୟମରେ ଆଇପିଏଲ ମ୍ୟାଚ୍ ସମୟରେ ଦୁହିଁଙ୍କର ଝଗଡା ହୋଇଥିଲା । ଏହାକୁ ନେଇ ବିବାଦ ବଢିବାରୁ ଜଣେ ଫ୍ୟାନ୍ ନିଜ କ୍ରିଏଟିଭିଟର ବ୍ୟବହାର କରି ଭିଡିଓ ଗେମ୍ ପ୍ରସ୍ତୁତ କରିଛନ୍ତି । ଏହି ଅନଲାଇନ ଗେମ୍ ବହୁତ ସହଜରେ ଉପଲବ୍ଧ । ଏହାକୁ ଯେକୌଣସି ବ୍ୟକ୍ତି ଖେଳିପାରିବେ । ଏହାକୁ ତିଆରି କରିଥିବା ବ୍ୟକ୍ତି ଟୁଇଟରରେ ସେୟାର କରିଛନ୍ତି । ହି ଗେମ୍ ୨ଡି ଗ୍ରାଫିକ ମାଧ୍ୟମରେ ପ୍ରସ୍ତୁତ କରାଯାଇଛି। ଏଥିରେ ଖେଳିବା ପାଇଁ ଫ୍ୟାନଙ୍କୁ ବିରାଟ କିମ୍ବା ଗମ୍ଭୀର ଜଣକୁ ଚୟନ କରିବାକୁ ହେବ । ଏହାପରେ ଆପଣ ନିଜକୁ କ୍ରିକେଟ ମଇଦାନରେ ପାଇବେ । ଆପଣ ବ୍ୟାଟିଂ କରିବେ । ଏହି ଗେମ୍ରେ ପରସ୍ପରକୁ ବ୍ୟାଟରେ ପିଟିବାର କନସେପ୍ଟ ରହିଛି । ଯାହାକୁ ଦେଖିବା ପରେ ଅନେକ ଫ୍ୟାନ୍ସ ପ୍ରତିକ୍ରିୟା ଦେଉଛନ୍ତି ।
ମଇ ୧ ତାରିଖରେ ଲକ୍ଷ୍ନୌର ଏକନା କ୍ରିକେଟ ଷ୍ଟାଡିୟମରେ ଲକ୍ଷ୍ନୌ –ବାଙ୍ଗାଲୋର ଆଇପିଏଲ୍ ମ୍ୟାଚରେ ବେଙ୍ଗାଲୁରୁ ଲକ୍ଷ୍ନୌକୁ ୧୮ ରନରେ ହରାଇଥିଲା । ମ୍ୟାଚ ସରିବା ପରେ ବିରାଟ କୋହଲି ଏବଂ ଗୌତମ ଗମ୍ଭୀର କଥା କଟାକଟି ହୋଇଥିବାର ଦେଖିବାକୁ ମିଳିଥିଲା । ଏଥିପାଇଁ ଦୁହିଁଙ୍କ ୧୦୦ ପ୍ରତିଶତ ମ୍ୟାଚ୍ ଫି କଟିଥିଲା ।

Related posts

ପର୍ଥ ଟେଷ୍ଟରେ ଭାରତର ପରାଜୟ ସିରିଜ ୧-୧ରେ ବରାବର

Odisha Sports Bureau

ଇଂଲଣ୍ଡ ଆଗରେ ୧୬୯ ରନର ଲକ୍ଷ୍ୟ ରଖିଲା ଭାରତ

Odisha Sports Bureau

ପ୍ରଥମ ବିଜୟର ସନ୍ଧାନରେ ମୁମ୍ବାଇ: ଦୁଇଟି ମ୍ୟାଚ୍ ଜିତିଥିବା ପଞ୍ଜାବ ସହ କଡ଼ା ମୁକାବିଲା

Odisha Sports Bureau