Cricket

ଅଚାନକ ସନ୍ନ୍ୟାସ ଗ୍ରହଣ କାଲେ ଶ୍ରୀଲଙ୍କା ଖେଳାଳି

ଶ୍ରୀଲଙ୍କାର ଖେଳାଳି ଲାହିରୁ ଥିରିମାନେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ସେ ଆଜି  ସୋସିଆଲ ମିଡ଼ିଆରେ   ମାଧ୍ୟମରେ  ଅବସର ନେବାର ସୂଚନା ଦେଇଛନ୍ତି। ଥିରିମାନେ କହିଛନ୍ତି ଦେଶର ପ୍ରତିନିଧିତ୍ଵ କରିବାକୁ ସୁଯୋଗ ମିଳିବା ସମ୍ମାନର ବିଷୟ। ଏହି ତାରକା ବ୍ୟାଟର ଅନେକ ମାସ ଧରି ଦଳରୁ ବାହାରେ ଥିଲେ। ସେ ଶ୍ରୀଲଙ୍କା ପକ୍ଷରୁ ୨୦୨୨ ମାର୍ଚ୍ଚରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ଥିରିମାନେ ୨୦୧୦ ଅନ୍ତର୍ଜାତୀୟ କ୍ରିକେଟ୍ରେ ପଦାର୍ପଣ କରିଥିଲେ।

ଥିରିମାନେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭାବବିହ୍ଵଳ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ଦେଶର ପ୍ରତିନିଧିତ୍ଵ କରିବାକୁ ସୁଯୋଗ ମିଳିବା ସମ୍ମାନର ବିଷୟ। ୧୩ ବର୍ଷର ଯାତ୍ରାରେ ମୋତେ ବହୁତ ସ୍ମରଣୀୟ ସ୍ମୃତି ମିଳିଛି। ଏହି ଯାତ୍ରାରେ ଶୁଭକାମନା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଏବେ ପରବର୍ତ୍ତୀ ପର୍ଯ୍ୟାୟରେ ଆପଣଙ୍କ ସହ ଦେଖା ହେବ। ଥିରିମାନେଙ୍କ ପୋଷ୍ଟ ଉପରେ ପ୍ରଶଂସକ ନିଜ ଶୈଳୀରେ ପ୍ରତିକ୍ରିୟା ଦେଇଛନ୍ତି। ଅନେକ ପ୍ରଶଂସକ ଲେଖିଛନ୍ତି, ଆମେ ଥିରିମାନେଙ୍କ ଅନୁପସ୍ଥିତି ଅନୁଭବ କରିବୁ। ତାଙ୍କୁ ନୂତନ ଯାତ୍ରା ପାଇଁ ଶୁଭକାମନା।

ଥିରିମାନେ ମୋଟ୍ ୧୯୭ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ସେ ୪୪ ଟେଷ୍ଟରେ ୨୬.୪୩ ହାରରେ ୩ ଶତକ ଏବଂ ୧୦ ଅର୍ଦ୍ଧଶତକ ବଳରେ ୨୦୮୮ ରନ କରିଛନ୍ତି। ୧୨୭ ଦିନିକିଆରେ ୩୪.୭୭ ହାରରେ ୩୧୬୪ ରନ କରିଛନ୍ତି। ଏଥିରେ ୪ ଶତକ ଏବଂ ୨୧ ଅର୍ଦ୍ଧଶତକ ସାମିଲ୍। ୨୬ଟି ଅନ୍ତର୍ଜାତୀୟ ଟି-୨୦ ଖେଳି ସେ ୧୬.୧୭ ହାରରେ ୨୯୧ ରନ କରିଛନ୍ତି। ଏହି ଫର୍ମାଟ୍ରେ ସେ ଅର୍ଦ୍ଧଶତକ ହାସଲ କରି ପାରି ନାହାନ୍ତି।

Related posts

ବିଜୟ ହଜାରେ ଟ୍ରଫି: ୭୮ ବଲ୍‌ରେ ଶତକ, ପରବର୍ତ୍ତୀ ୧୯ ବଲ୍‌ରେ ୧୫୦ ରନ୍… ଧ୍ରୁବ ଜୁରେଲ ଏକଦିବସୀୟରେ ଏକ ବଡ଼ ସଫଳତା ହାସଲ କଲେ

Odisha Sports Bureau

ରୋହିତ୍ ଶର୍ମାଙ୍କ ପରେ ଏବେ ବିରାଟ କୋହଲି ମଧ୍ୟ ନିଜ ଛୁଟିକୁ କ୍ୟାନ୍ସଲ

ବିମାନରେ ଧୋନିଙ୍କୁ ଦେଲେ ଚକଲେଟ