Hockey

ହକି ପ୍ରେମୀଙ୍କ ପାଇଁ ଖୁସି ଖବର, ଷ୍ଟାର ସ୍ପୋର୍ଟସ୍ ରେ ହେବ ବିଶ୍ୱକପର ସିଧାପ୍ରସାରଣ

ଭୁବନେଶ୍ବର ହକି ବିଶ୍ବକପ୍‌କୁ ନେଇ ସମଗ୍ର ବିଶ୍ବରେ ଉତ୍ସାହ ପରିଲକ୍ଷିତ ହେଉଛି। ଟିକେଟ କାଉଣ୍ଡର ସାମ୍ନାରେ ଲମ୍ବାଧାଡ଼ି ଲାଗୁଛି । ଘଣ୍ଟା ଘଣ୍ଟା ଧରି ଠିଆ ହେବା ପରେ ମଧ୍ୟ ଟିକେଟ ନ ପାଇଁ ନିରାସ ହୋଇ ଫେରୁଛନ୍ତି । ତେଣୁ କରି ହକି ପ୍ରେମୀ ମାନେ ଯେପରି ନିରାସ ନ ହୁଅନ୍ତି ସେଥପାଇଁ ଦୃଷ୍ଟି ନିଆଯାଉଛି ।

ଷ୍ଟାଡିୟମକୁ ଆସି ହକି ମହାସମରର ମଜା ଯେଉଁମାନେ ନେଇ ନପାରିବେ, ସେମାନେ କିଭଳି ଘରେ ବସି ବିଶ୍ବକପ୍ ଦେଖିବେ ସେ ବ୍ୟବସ୍ଥା ମଧ୍ୟ କରାଯାଇଛି। ବିଶ୍ବର ବଛା ବଛା ଏବଂ ଲୋକପ୍ରିୟ ଟେଲିଭିଜନ ଚ୍ୟାନେଲ ଏହାର ସିଧାପ୍ରସାରଣ କରିବାକୁ ଚୁକ୍ତିଭୁକ୍ତ ହୋଇଛନ୍ତି। ଭାରତରେ ବିଶ୍ବକପ୍‌ର ପ୍ରସାରଣ ଷ୍ଟାର ସ୍ପୋର୍ଟସ ଏବଂ ଷ୍ଟାର ସ୍ପୋର୍ଟସ ଏଚ୍‌ଡିରେ ହେବ। ସେହିଭଳି ବ୍ରିଟେନରେ ବିଟି ସ୍ପୋର୍ଟସ, ଅଷ୍ଟ୍ରେଲିଆରେ ଫକ୍ସ ସ୍ପୋର୍ଟସ, ସ୍ପେନରେ ୟୁରୋ ସ୍ପୋର୍ଟସ ପ୍ରସାରଣ କରିବେ। ବିଶ୍ବର ଅନ୍ୟଦେଶଗୁଡ଼ିକରେ ମଧ୍ୟ ଏହାର ପ୍ରସାରଣ ସେଠାକାର କ୍ରୀଡ଼ା ଚ୍ୟାନେଲ କରିବେ। ହଟଷ୍ଟାରରେ ଲାଇଭ୍ ଷ୍ଟ୍ରିମିଂ ଏବଂ ସ୍ପୋର୍ଟସକିଡ଼ାରେ ଲାଇଭ୍ ଅପଡେଟ୍ ମିଳିବ।

Related posts

ଚମକୁଛି ନୀରଜଙ୍କ ଭାଗ୍ୟ

Odisha Sports Bureau

ହିଞ୍ଜିଳିକାଟୁ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା

Odisha Sports Bureau

ଚେନ୍ନାଇ, ତାମିଲନାଡୁକୁ ଆଗାମୀ ହିରୋ ଏସୀୟ ଚାମ୍ପିଅନ୍ସ ଟ୍ରଫି 2023 ପାଇଁ ମନୋନିତ କଲା ହକି ଇଣ୍ଡିଆ

Odisha Sports Bureau