More Sports

ଏସିଆ ଖେଳର ଷ୍ଟାର ଏଥଲେଟିକ୍ ସୁଦ୍ଧାଙ୍କୁ ରେଳ ବିଭାଗରେ ପଦୋନ୍ନତୀ

(ଓଡିଶା ସ୍ପୋର୍ଟ ): ଏସିଆନ୍ ଖେଳରେ ଦୁଇ ଦୁଇ ଥର ପଦକ ବିଜେତା ଷ୍ଟିପଲଚେଜ ଆଥଲେଟିକ୍ ସୁଦ୍ଧା ସିଂହ ଏବଂ ରାଷ୍ଟ୍ରିୟ କୁସ୍ତି କୋଚ୍ କୁୁଲଦିପ୍ ସିଂହଙ୍କୁ ତାଙ୍କର ନିଯୁକ୍ତି ଭାରତୀୟ ରେଲୱେ ‘ଉଦାର ନିତୀ’ ଆଧାରରେ ପଦୋନ୍ନତୀ ଦିଆଯାଇଛି । ଏହି ନିତୀ ଖେଳାଳୀ ଏବଂ ତାଙ୍କ କୋଚ୍ ମାନଙ୍କୁ ପ୍ରେରିତ କରିବା ପାଇଁ ବନା ଯାଇଛି । ସୁଦ୍ଧାଙ୍କୁ ଅଧିକରୀ ଗ୍ରେଡ୍ ରେ ପଦୋନ୍ନତୀ ଦିଆଯାଇଛି । ସୁଦ୍ଧା ଜକାର୍ତା ଏସିଆନ୍ ଖେଳରେ କାଂଶ୍ୟ ପଦକ ଜିତିଥିଲେ । ସେ ଗ୍ୱାଙ୍ଗଝୁ ରେ ୨୦୧୦ ମସିହାରେ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଥିଲେ । ଉତ୍ତରପ୍ରଦେଶ ରାୟବରେଲିର ୩୨ ବର୍ଷିୟ ଖେଳାଳୀ ରାଜ୍ୟ ସରକାରଙ୍କ ଖେଳ ବିଭାଗ ପଦ ପାଇଁ ଦାବି କରିଛନ୍ତି ।

ଏହି ବର୍ଷ ରାଷ୍ଟ୍ରମଣ୍ଡଳ ଖେଳ ପାଇଁ ସମ୍ମାନ ସମାରୋହରେ ଏହି ନିତୀର ଘୋଷଣା କରାଯାଇଥିଲା । ଏହି ଆଧାରରେ ଏଥଲେଟିକ୍ ଏବଂ ତାଙ୍କର କୋଚ୍ଙ୍କୁ ରାଷ୍ଟ୍ରମଣ୍ଡଳ ଏବଂ ଏସିଆନ୍ ଖେଳରେ ପଦକ ଜିତିବା ପାଇଁ ସମୟ ପୂର୍ବରୁ ପଦୋନ୍ନତୀ ଦେବା ପାଇଁ କଥା ଦିଆଯାଇଥିଲା । ଦୁଇଗୋଟି ଅଲମ୍ପିକ୍ ଖେଳରେ ଦେଶର ପ୍ରତିନୀଧିତ୍ୱ କରିଥିବା ଏଥ୍ଲେଟିକ୍ ଏହି ପଦ ପାଇଁ ଯୋଗ୍ୟ ଅଟନ୍ତି ।

Related posts

ପାଞ୍ଚଟି ଅଲିମ୍ପିକ୍ ରିଙ୍ଗର ମୂଳ ଚିତ୍ର ୧.୬୨ କୋଟିରେ ବିକ୍ରି

Odisha Sports Bureau

ଦକ୍ଷିଣ ଏସୀୟ କ୍ରୀଡ଼ାରେ ଝିଲିଙ୍କୁ ସ୍ୱର୍ଣ୍ଣ

Odisha Sports Bureau

ମ୍ୟାରିକମ୍‌ ଷଷ୍ଠ ଥର ପାଇଁ ବିଶ୍ୱ ଟାଇଟଲ୍‌ ହାସଲ କରିଛନ୍ତି

Odisha Sports Bureau