Cricket

ଧୋନୀଙ୍କ ପରି ଅଧିନାୟକ କେହି ନାହାନ୍ତି, କି ଆଗକୁ ଆସିବେ ନାହିଁ

ମୁମ୍ବାଇ: ଗାଭାସ୍କର କହିଛନ୍ତି ଧୋନୀ ହେଉଛନ୍ତି ଭାରତର ଶ୍ରେଷ୍ଠ ଅଧିନାୟକ । ସେ କହିଛନ୍ତି ଯେ ଧୋନୀଙ୍କ ପରି ଅଧିନାୟକ କେହି ନାହାନ୍ତି, କି ଆଗକୁ ଆସିବେ ନାହିଁ । ଗାଭାସ୍କର ନିଜ ବୟାନରେ କହିଛନ୍ତି କେବଳ ଧୋନିଙ୍କୁ ଜଣା ପରିସ୍ଥିକିକୁ କିପରି ସାମ୍ନା କରାଯାଏ । ସେଥିପାଇଁ ‘ଚେନ୍ନାଇ ସୁପର କିଙ୍ଗ୍’ କଠିନ ପରିସ୍ଥିତିର ସାମ୍ନାକରି ବାହାରକୁ ଆସିପାରିଛି । ଇତିହାସର ଶ୍ରେଷ୍ଠ ଅଧିନାୟକ ବୋଲି କହିଛନ୍ତି । ଧୋନୀଙ୍କୁ ନେଇ ଏପରି କହିବା ସହ ଭାବପ୍ରବଣ ହୋଇପଡିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟ ତାରକା ସୁନୀଲ ଗାଭାସ୍କର।
ନିକଟରେ ଚେନ୍ନାଇ ସୁପର କିଙ୍ଗର ଅଧିନାୟକ ଭାବେ ଧୋନି ୨୦୦ ମ୍ୟାଚ ଖେଳିଛନ୍ତି । ୪୧ ବର୍ଷୀୟ ଧୋନୀ ଇତିହାସର ପ୍ରଥମ ଖେଳାଳି ଯିଏକି ଏହି ରେକର୍ଡ ସୃଷ୍ଟି କରିଛନ୍ତି । ମହେନ୍ଦ୍ର ସିଂ ଧୋନୀ ଭାରତୀୟ ଦଳ ଓ ଆଇପିଏଲର ସବୁଠାରୁ ସଫଳ ଅଧିନାୟକ । ୪ଥର ଆଇପିଏଲ ଟ୍ରଫି ନିକ ନାମକୁ କରିଛନ୍ତି ।୨୦୧୬ ଏବଂ ୨୦୧୭ ଆଇପିଏଲ ଚେନ୍ନାଇକୁ ପ୍ରତିବନ୍ଦ ଲାଗିବାରୁ ଧୋନିଙ୍କୁ ଅନ୍ୟ ଦଳରେ ଖେଲିବାକୁ ପଡିଥିଲା ।ଏମଏସ ଧୋନି ୨୦୦୭ରେ ଟି-୨୦ ବିଶ୍ୱ କପ ଜିତାଇଛନ୍ତି । ସେ ୯୦ ଟି ଟେଷ୍ଟରେ ୪୮୭୬ ରନ୍ ସ୍କୋର କରିଛନ୍ତି । ଧୋନି ୩୫୦ ଟି ଦିନିକିଆରେ ୧୦୭୭୩ ରନ୍ ସଂଗ୍ରହ କରିଥିବାବେଳେ ୯୮ଟି ଟି-୨୦ ରେ ୧୬୧୭ ରନ୍ କରିଛନ୍ତି । ଏହି ସମୟରେ, ଆଇପିଏଲ୍ ର ୨୩୮ ମ୍ୟାଚରେ ୫୦୩୬ ରନ୍ କରିଛନ୍ତି । ଧୋନି ମଧ୍ୟ ଦିନିକିଆରେ ଗୋଟିଏ ୱିକେଟ୍ ନେଇଛନ୍ତି ।

 

Related posts

BCCI ଓ୍ଵାନଡେ ଟିମରେ ସାମିଲ ହେଲେ ରିଙ୍କୁ ସିଂ

ସତ ହୋଇଛି ବ୍ରାଏନ ଲାରାଙ୍କ ପୂର୍ବାନୁମାପ

Odisha Sports Bureau

ଆଇପିଏଲ୍ର ୧୨ତମ ସଂସ୍କରଣରେ ଫାଷ୍ଟ୍ ବୋଲରମାନେ ଖେଳିବେନି, ବିସିସିଆଇକୁ ପ୍ରସ୍ତାବ ଦେଇଛନ୍ତି ବିରାଟ କୋହଲି

Odisha Sports Bureau