ଚଣ୍ଡିଗଡ: ଇଣ୍ଡିଆନ ପ୍ରିମିୟର ଲିଗରେ ଆଜି ଖେଳାଯିବ ୨୩ ତମ ମ୍ୟାଚ । ଚଣ୍ଡିଗଡ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ଖେଳିବେ ଘରୋଇ ଦଳ ପଞ୍ଜାବ କିଙ୍ଗ୍ସକୁ ସନ ରାଇଜର୍ସ ହାଇଦ୍ରାବାଦ । ଉଭୟ ଦଳ ଚଳିତ ଆଇପିଏଲରେ ୪ଟି ଲେଖାଏଁ ମ୍ୟାଚ ଖେଳି ସାରିଥିବାବେଳେ ୨ଟି ଲେଖାଏଁ ମ୍ୟାଚରେ ବିଜୟୀ ହୋଇଛନ୍ତି । ତେବେ ଆଜିର ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି କୁହାଯାଉଛି । ଆଜିର ମ୍ୟାଚ ଜିତି ପଞ୍ଜାବ କିଙ୍ଗ୍ସ ଓ ସନ ରାଇଜର୍ସ ପଏଣ୍ଟ ଟେବୁଲର ଉପରକୁ ଉଠିବାକୁ ଚେଷ୍ଟା କରିବେ । ଘରୋଇ ପଞ୍ଜାବ କିଙ୍ଗ୍ସ ଚଳିତ ଆଇପିଏଲରେ ସାମାନ୍ୟ ଅସନ୍ତୁଳିତ ଦଳ ମାନେ ହେଉଛି । ଅନ୍ୟପଟେ ଏସଆରଏଚ ପ୍ୟାଟ କୁମିନଙ୍କୁ ନେତୃତ୍ୱରେ ପ୍ରଭାବ ବିସ୍ତାର କରିଛି । ଦଳର ବ୍ୟାଟିଂ ଲାଇନ ଅଫ ବହୁତ ସୁଦୃଢ ରହିଛି । ବ୍ୟାଟିଂର ଉପର କ୍ରମରେ ଅଭିଷେକ ଶର୍ମା, ମାକ୍ରମ ଓ କ୍ଲାସେନଙ୍କ ଧୁଅାଁଧାର ବ୍ୟାଟିଂ କୌଣସି ବି ଦଳକୁ ବ୍ୟାକ ଫୁଟକୁ ଠେଲି ଦେଉଛନ୍ତି । ପୂର୍ବରୁ ରେକର୍ଡକୁ ଦେଖିଲେ ସନ ରାଇଜର୍ସ ଆଗରେ ରହିଛି । ଉଭୟ ଦଳ ପରସ୍ପରକୁ ୨୧ ଥର ଭେଟିଛନ୍ତୀ । ଏଥିରେ ୧୪ଟି ମ୍ୟାଚରେ ଏସଆରଏଚ ବିଜୟୀ ହୋଇଛି । ସେହିପରି ପଞ୍ଜାବ କିଙ୍ଗସ ମାତ୍ର ୭ଟି ମ୍ୟାଚରେ ଭଲ ପ୍ରଦର୍ଶନ କରିଛି । ତେବେ ବର୍ତ୍ତମାନ ସ୍ଥିତି ଦେଖିଲେ ଲାଗୁଛି ହାଇଦ୍ରାବାଦ ମ୍ୟାଚ ଜିତିବା ସମ୍ଭାବନା ରହିଛି । ତେବେ ଚଣ୍ଡିଗଡ ଖେଳାଯିବାକୁ ଥିବା ଆଜିର ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ହେବ ବୋଲି କ୍ରିକେଟ ପ୍ରେମୀ ଆଶା ରହିଛନ୍ତି ।
previous post