Cricket

ରାଜସ୍ଥାନକୁ ହରାଇଲା ସୁପର ଜାଏଣ୍ଟ

ଚଳିତ ଆଇପିଏଲରେ ଗତ କାଲି ୨୬ ତମ ମ୍ୟାଚ ରାଜସ୍ଥାନ ଓ ଲକ୍ଷେ୍ନ ମଧ୍ୟରେ ହୋଇଥିଲା । ସୁପର ଜାଏଣ୍ଟ ରାଜସ୍ଥାନକୁ ୧୦ ରନରେ ହରାଇଛି । ରାଜସ୍ଥାନକୁ ହରାଇବା ପରେ ଲକ୍ଷେ୍ନ ର ଏହା ଚତୁର୍ଥ ବିଜୟ । ରାଜସ୍ଥାନ ହାରିବା ପରୋ ମଧ୍ୟ ପଏଣ୍ଟ ଟେବୁଲରେ ଏକ ନମ୍ବରରେ ରହିଛି । ରାଜସ୍ଥାନ ରୟାଲ୍ସ ଶେଷ ଓଭରରେ ବିଜୟ ପାଇଁ ୧୯ ରନ୍ ଆବଶ୍ୟକ ଥିବା ବେଳେ ଆୱେସ୍ ୮ ରନ୍ ବିନିମୟରେ ୨ଟି ୱିକେଟ୍ ନେଇ ଲକ୍ଷ୍ନୌକୁ ବଜୟ କରାଇଥିଲେ । ସେହିପରି ମାଇଲ ମାୟର୍ସଙ୍କ ଅର୍ଦ୍ଧଶତକ ବଳରେ ୧୫୪/୭ କରିଥିବା ଲକ୍ଷ୍ନୌ ନବୀନ ଉଲ୍ ହକ୍ଙ୍କ କଞ୍ଜୁସ ବୋଲିଂ ସାଙ୍ଗକୁ ଆୱେସ ଖାନ୍ଙ୍କ ୩ ଓ ମାର୍କସ ଷ୍ଟୋଇନିସ୍ଙ୍କ ୨ ୱିକେଟ୍ ଦଖଲ ବଳରେ ରାଜସ୍ଥାନ ରୟାଲ୍ସ ପାଳିକୁ ୧୪୪/୬ରେ ଅଟକାଇ ଦେଇଥିଲା । ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଷ୍ଟୋଇନିସ୍ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।। ରାଜସ୍ଥାନକୁ ରୟାଲ୍ସ ପାଇଁ ଯଶସ୍ବୀ ଜୟସ୍ବାଲ ଏବଂ ଜୋସ୍ ବଟଲର୍ ପ୍ରଥମ ୱିକେଟ୍ରେ ୮୭ ରନ୍ ଯୋଡ଼ି ଭଲ ଆରମ୍ଭ ଦେଇଥିଲେ ମଧ୍ୟ ଅବଶିଷ୍ଟ ବ୍ୟାଟର୍ଙ୍କ ବିଫଳତା ଯୋଗୁଁ ଦଳ ପରାଜିତ ହୋଇଥିଲା

Related posts

ହଇଚଇ ସୃଷ୍ଟି କରିଛି ଆକୃତିଙ୍କ ପୋଷ୍ଟ,ବିଶ୍ୱାସଘାତକତା ନା ଗୁଜବ?

ବିଶ୍ୱକପ୍ ପାଇଁ ଅମ୍ପାୟାର ,ରେଫରୀଙ୍କ ନାମ ସ୍ଥିର କରିଛି ଆଇସିସି

Odisha Sports Bureau

ରାହୁଲଙ୍କୁ ଶ୍ରେଷ୍ଠ ଫିଲ୍ଡର ମେଡାଲ : ରାହୁଲଙ୍କୁ ଏମିତି ସରପ୍ରାଇଜ ଦେଲେ ଫିଲ୍ଡିଂ କୋଚ

Odisha Sports Bureau