Cricket

ସୁରତର ଜଣେ ବ୍ୟବସାୟୀ ବିରାଟଙ୍କୁ ଉପହାରରେ ଦେବେ ହୀରା ବ୍ୟାଟ

ନିକଟରେ ବିରାଟଙ୍କୁ ୧୫ ବର୍ଷ ପୂରିଛି । ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟଙ୍କ ଫ୍ୟାନ୍ ଫଲୋଇଂ ଆକାଶଛୁଆଁ। ତେଣୁ ଫ୍ୟାନ୍ସ ବିରାଟଙ୍କ ପାଇଁ କେତେ ବେଳେ କିଛି ବି କରିପାରନ୍ତି । ଏମିତି ଜଣେ ଫ୍ୟାନ୍ସ ବିରାଟଙ୍କୁ ଏଭଳି ଉପହାର ଦେବାକୁ କହି ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଦେିଛନ୍ତି । ବିରାଟ କୋହଲିଙ୍କୁ ହୀରା ବ୍ୟାଟ ଉପହାର ଦେବେ ସୁରତର ଜଣେ ବ୍ୟବସାୟୀ କହିଛନ୍ତି । ବିରାଟଙ୍କୁ ମିଳିବାକୁ ଥିବା ଏହି ବ୍ୟାଟ୍ ୧.୦୪ କ୍ୟାରେଟର ଅରିଜିନାଲ ଡାଇମଣ୍ଡ ରହିବ ।

୧୫ ମିଟର ଲମ୍ବା ୫ ମିଟର ଚଉଡା ରହିବ । ଏହାର ଦାମ୍ ୧୦ ଲକ୍ଷ ଟଙ୍କା ବୋଲି ଜଣାପଡିଛି । ଡାଇମଣ୍ଡ ଟେକ୍ନୋଲୋଜି ଏକ୍ସପର୍ଟ ଏବଂ ଲେକ୍ସସ ସଫ୍ଟମେକ କମ୍ପାନୀର ନିର୍ଦ୍ଦେଶକ ଉତ୍ପଳ ମିସ୍ତ୍ରୀ ଏହି ବ୍ୟାଟ ନିର୍ମାଣ ଉପରେ ନଜର ରଖିବେ । ଏହି ବ୍ୟାଟକୁ ପ୍ରସ୍ତୁତ କରିବା ପାଇଁ ୧ ମାସ ସମୟ ଲାଗିବ ।
ପୂର୍ବରୁ ବିରାଟଙ୍କୁ ଅନେକ ପ୍ରକାର ଉପହାର ମିଳିଥିବ । କିନ୍ତୁ ଏଭଳି ଗିପ୍ଟ କେବେ ବି ମିଳିନଥିବ । କୋହଲିଙ୍କର ବ୍ୟବସାୟୀ ଜଣକ ସବୁଠାରୁ ବଡ ପ୍ରଶଂସକ ବୋଲି ଏଭଳି ଉପହାର ଦେଉଛନ୍ତି ବୋଲି ଉତ୍ପଳ କହିଛନ୍ତି ।

ବିରାଟ ଏବେ ବିଶ୍ରାମ ନେଇଛନ୍ତି । ୱେଷ୍ଟଇଣ୍ଡିଜ ଟୁର ପରେ କୋହଲି ଏସିଆ କପରେ ଖେଳିବେ । ଏହି ଟୁର୍ଣ୍ଣାମେଣ୍ଟ କୋହଲି ଏବଂ ଭାରତ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏଥିରୁ ବିଶ୍ୱକପ ପାଇଁ ଭାରତ କେତେ ପ୍ରସ୍ତୁତ ତାହା ଜଣାପଡିବ । ୩୦ ଅଗଷ୍ଟରେ ହେବାକୁ ଥିବା ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ପାକିସ୍ତାନ ଏବଂ ନେପାଳ । ଭାରତ-ପାକିସ୍ତାନ ମଧ୍ୟରେ ମହା ମୁକାବିଲା ସେପ୍ଟେମ୍ବର ୨ ତାରିଖରେ ଖେଳାଯିବ । ଶ୍ରୀଲଙ୍କାରେ ଦୁଇ ଦେଶ ମଧ୍ୟରେ ମ୍ୟାଚ୍ ଖେଳାଯିବ ।

Related posts

ଧୋନିଙ୍କ ଗ୍ୟାରେଜ ଦେଖି ମୁଣ୍ଡ ଘୂରେଇଯିବ

Odisha Sports Bureau

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଳ୍ୟୁଟିସି) ଫାଇନାଲ ମୁକାବିଲା ଦ୍ରାବିଡଙ୍କ ପ୍ରସ୍ତୁତ ଆରମ୍ଭ

Odisha Sports Bureau

ପଡିଆ ମଧ୍ୟରେ ଟଳିପଡିଲେ ପାକିସ୍ତାନ ବ୍ୟାଟ୍ସ ମ୍ୟାନ୍ ଇମାମ

Odisha Sports Bureau