Cricket

ସିଡନୀ ଟେଷ୍ଟ: ୩୩୮ରେ ଅଷ୍ଟ୍ରେଲିଆର ଅଲ୍ ଆଉଟ୍, ଜାଡେଜାଙ୍କୁ ୪ ୱିକେଟ

(ସିଡନୀ): ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀ ଠାରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚର ଆଜି ଦ୍ୱିତୀୟ ଦିନ । ମ୍ୟାଚର ଦ୍ୱିତୀୟ ଦିନରେ ଶୁକ୍ରବାର ଅଷ୍ଟ୍ରେଲିଆ ୩୩୮ ରନ କରି ଅଲଆରଟ ହୋଇଛି । ଷ୍ଟିଭ ସ୍ମିଥ ୧୩୧ ରନ କରି ଆଉଟ ହୋଇଥିଲେ । ଘରୋଇ ଦଳ ଅଲଆଉଟ ହେବା ପରେ ଭାରତୀୟ ଦଳ ବ୍ୟାଟିଂ ଆରମ୍ଭ କରିଛି । ଖବର ଲେଖାଯିବା ସୁଦ୍ଧା ଦଳ ୧ ୱିକେଟ ହରାଇ ୭୯ ରନ ସଂଗ୍ରହ କରିଛି ।

ଗତକାଲି ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଗତକାଲି ଷ୍ଟମ୍ପ ଅପସାରଣ ସୁଦ୍ଧା ଦଳ ୨ ୱିକେଟ ହରାଇ ୧୬୬ ରନ କରିଥିଲା । ମାରନଓ ଲାବୁଶେନ ଓ ଷ୍ଟିଭ ସ୍ମିଥ ଯଥାକ୍ରମେ ୬୭ ଓ ୩୧ ରନ କରି ଅପରାଜିତ ରହିଥିବା ବେଳେ ଆଜି ପୁଣି ଇନିଂସକୁ ଆେଗେଇ ନେଇଥିଲେ । ତେବେ ଲାବୁଶେନ୍ ଶତକ ହାସଲ କରିବା ପୂର୍ବରୁ ଆଉଟ୍ ହୋଇଯାଇଥିଲେ। ରବୀନ୍ଦ୍ର ଜାଡେଜାଙ୍କ ବଲରେ ଆଜିଙ୍କ୍ୟ ରାହାଣେଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇଥିଲେ । ଏହାପରେ ସ୍ମିଥ ବ୍ୟାଟିଂ କରି ଅଷ୍ଟ୍ରେଲିଆର ପାଳି ସମ୍ଭାଳିବା ସହ ଶତକ ହାସଲ କରିଥିଲେ । ସେ ୨୨୬ଟି ବଲରୁ ୧୬ ଟି ଚୌକା ସହାୟତାରେ ୧୩୧ ରନ କରିଥିଲେ । ଭାରତ ପକ୍ଷରୁ ରବିନ୍ଦ୍ର ଜାଡେଜା ସର୍ବଧିକ ୪ ୱିକେଟ ନେଇଥିବା ବେଳେ ସାଇନି ୨ଟି ଓ ସିରାଜ ଗୋଟିଏ ୱିକେଟ ନେଇଥିଲେ ।

Raspberry Ketone is the basic aroma mixture widely found in raspberries of red color, however, this aroma mixture has been widely found in slight quantity in plants, animals and fungi. vgrmalaysia.net In earlier times, Raspberry Ketone aroma was extensively used in several foods and cosmetic industries just because of its pleasant fragrance of fruity nature.

Related posts

ଭାରତ ପାଇଁ ୨୫୭ ଟାର୍ଗେଟ ଦେଲା ବାଂଲାଦେଶ

Odisha Sports Bureau

ବାହାନଗା ଟ୍ରେନ୍ ଟ୍ରାଜେଡି: ପୀଡ଼ିତଙ୍କ ଚିକିତ୍ସା ପାଇଁ ୧ଲକ୍ଷ ଟଙ୍କା ଦାନ କଲେ ଚହଲ

ଆଣ୍ଠୁ ଜନିତ ସମସ୍ୟା ପାଇଁ ସ୍ପୋର୍ଟ୍ସ ଅର୍ଥୋପେଡିକ୍ସଙ୍କ ପରାମର୍ଶ ନେବେ ଧୋନି

Odisha Sports Bureau

Leave a Comment