Cricket

ସୁରକ୍ଷା ଦୃଷ୍ଟିକୋଣରୁ, ପ୍ରଥମ ଟି-୨୦ ମ୍ୟାଚ ବିଶାଖାପାଟଣା ଠାରେ ହେବ

(ଓଡିଶା ସ୍ପୋର୍ଟ): ପ୍ରଥମ ଟି-୨୦ ମ୍ୟାଚ ବେଙ୍ଗାଲୁର ବଦଳରେ ବିଶାଖାପାଟଣା ଠାରେ ହେବ ଏବଂ ୨୭ ତାରିଖରେ ବିଶାଖାପାଟଣାରେ ହେବାକୁ ଥିବା ଦ୍ୱିତୀୟ ଟି -୨୦ ମ୍ୟାଚ୍ ବେଙ୍ଗାଲୁରରେ ହେବ ବୋଲି ବୋଲି ସ୍ଥିର ହୋଇଛି। ସୁରକ୍ଷା ଦୃଷ୍ଟିକୋଣରୁ ପ୍ରଥମ ମ୍ୟାଚ୍କୁ ଘୁଞ୍ଚାଇ ଦିଆଯାଇଛି। ବେଙ୍ଗାଲୁରରେ ଏହି ସମୟରେ ଆର୍ନ୍ତଜାତିକ ଏରୋ ଇଣ୍ଡିଆ ସୋ ଅନୁଷ୍ଠିତ ହେବ ଓ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ବହୁ ଭିଆଇପି ଯୋଗ ଦେଉଥିବାରୁ ବେଙ୍ଗାଲୁର ପୁଲିସ କମିସନର ଖେଳାଳିମାନଙ୍କ ସୁରକ୍ଷା ବ୍ୟବସ୍ଥା କରିବା ନେଇ ଅସୁବିଧିା ଥିବା ଦର୍ଶାଇବାରୁ ଏହି ପରିବର୍ତ୍ତନ କରାଯାଇଛି। କର୍ଣ୍ଣାଟକ କ୍ରିକେଟ ଆସୋସିଏସନ୍ ଏହି ଟି-ଟେ୍ଵଣ୍ଟି ମ୍ୟାଚ୍ ଆନ୍ଧ୍ର କିକେଟ ଆସୋସିଏସନ ସହିତ ସ୍ଵାପିଂ କରିବାକୁ ଚାହିଁବାରୁ ଓ ଉଭୟ କ୍ରିକେଟ ଆସୋସିଏସନ୍ ଏଥିରେ ସହମତି ପ୍ରକାଶ କରିବାରୁ ଶେଷରେ ବିସିସିଆଇ ଏହି ଅନୁମତି ଦେଇଛି।

Related posts

ପରବର୍ତ୍ତୀ ଅଧିନାୟକ ଲାଗି ଅଷ୍ଟ୍ରେଲିଆ ଚିନ୍ତାକରୁ : ଆଣ୍ଡ୍ରିୟୁ ମ୍ୟାକଡୋନାଲ୍ଡ

Odisha Sports Bureau

ଚତୁର୍ଥ ଟେଷ୍ଟରେ ଭାରତୀୟ ଦଳର ଜବରଦସ୍ତ ବିଜୟ

Odisha Sports Bureau

ପରଲୋକରେ ଭିବି ଚନ୍ଦ୍ରଶେଖର

Odisha Sports Bureau