Cricket

ସୁରକ୍ଷା ଦୃଷ୍ଟିକୋଣରୁ, ପ୍ରଥମ ଟି-୨୦ ମ୍ୟାଚ ବିଶାଖାପାଟଣା ଠାରେ ହେବ

(ଓଡିଶା ସ୍ପୋର୍ଟ): ପ୍ରଥମ ଟି-୨୦ ମ୍ୟାଚ ବେଙ୍ଗାଲୁର ବଦଳରେ ବିଶାଖାପାଟଣା ଠାରେ ହେବ ଏବଂ ୨୭ ତାରିଖରେ ବିଶାଖାପାଟଣାରେ ହେବାକୁ ଥିବା ଦ୍ୱିତୀୟ ଟି -୨୦ ମ୍ୟାଚ୍ ବେଙ୍ଗାଲୁରରେ ହେବ ବୋଲି ବୋଲି ସ୍ଥିର ହୋଇଛି। ସୁରକ୍ଷା ଦୃଷ୍ଟିକୋଣରୁ ପ୍ରଥମ ମ୍ୟାଚ୍କୁ ଘୁଞ୍ଚାଇ ଦିଆଯାଇଛି। ବେଙ୍ଗାଲୁରରେ ଏହି ସମୟରେ ଆର୍ନ୍ତଜାତିକ ଏରୋ ଇଣ୍ଡିଆ ସୋ ଅନୁଷ୍ଠିତ ହେବ ଓ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ବହୁ ଭିଆଇପି ଯୋଗ ଦେଉଥିବାରୁ ବେଙ୍ଗାଲୁର ପୁଲିସ କମିସନର ଖେଳାଳିମାନଙ୍କ ସୁରକ୍ଷା ବ୍ୟବସ୍ଥା କରିବା ନେଇ ଅସୁବିଧିା ଥିବା ଦର୍ଶାଇବାରୁ ଏହି ପରିବର୍ତ୍ତନ କରାଯାଇଛି। କର୍ଣ୍ଣାଟକ କ୍ରିକେଟ ଆସୋସିଏସନ୍ ଏହି ଟି-ଟେ୍ଵଣ୍ଟି ମ୍ୟାଚ୍ ଆନ୍ଧ୍ର କିକେଟ ଆସୋସିଏସନ ସହିତ ସ୍ଵାପିଂ କରିବାକୁ ଚାହିଁବାରୁ ଓ ଉଭୟ କ୍ରିକେଟ ଆସୋସିଏସନ୍ ଏଥିରେ ସହମତି ପ୍ରକାଶ କରିବାରୁ ଶେଷରେ ବିସିସିଆଇ ଏହି ଅନୁମତି ଦେଇଛି।

Related posts

ଏସିଆ କପରେ ସ୍ଥାନ ପାଇବି ସ୍ୱପ୍ନରେ ବି ସୁଦ୍ଧା ଭାବିନଥିଲି

Odisha Sports Bureau

ହ୍ୱାଇଟ୍ ବଲ ଫର୍ମାଟରେ ଶେଷ ହୋଇପାରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ? ବିସିସିଆଇ ଏକ ବଡ ନିଷ୍ପତ୍ତି ନେଇପାରେ

Odisha Sports Bureau

ନିରାଶ ହେଲେ କ୍ରିକେଟ ଫ୍ୟାନ୍ସ: କୁଆଡ଼େ ଗଲା ବଳକା ୨୨ ହଜାର ଟିକେଟ