Uncategorized

୨୭ ତାରିଖରୁ ଆରମ୍ଭ ହେବ ଟେବୁଲ ଟେନିସ୍: ମୈଦାନକୁ ଓହ୍ଲାଇବେ ହର୍ମିତ୍ ଦେଶାଇ

ଆଜି ଠାରୁ ଆରମ୍ଭ ହୋଇଛି ପ୍ୟାରିସ ଅଲିମ୍ପିକ୍ସ । ଏହିରେ ୧୦୬ ଦେଶର ୧୦,୫୦୦ ଖେଳାଳି ଭାଗ ନେଇଛି । ତେଣୁ ଆଜି ଠାରୁ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ତେବେ ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବ ଟେବୁଲ ଟେନିସ୍ (ଟିଟି) କ୍ରୀଡ଼ା । ପ୍ରଥମ ଦିବସରେ ପୁରୁଷ, ମହିଳା ଏବଂ ମିକ୍ସଡ୍ ଡବଲ୍ସ ଇଭେଣ୍ଟ ରହିଛି । ପୁରୁଷ ସିଙ୍ଗଲ୍ସରେ ହର୍ମିତ୍ ଦେଶାଇ ଏକମାତ୍ର ଭାରତୀୟ ଭାବେ ମୈଦାନକୁ ଓହ୍ଲାଇବେ । ସେ ପ୍ରଥମ ରାଉଣ୍ଡ୍ରେ ଜୋର୍ଡାନର ଜାୟଦ ଅବୋ ୟମାନଙ୍କୁ ଭେଟିବେ ।ସେହିପରି ୨୮ ତାରିଖରେ ମହିଳା ସିଙ୍ଗଲ୍ସ ରାଉଣ୍ଡ୍-୬୪ରେ ଶ୍ରୀଜା ଆକୁଲା, ମନିକା ବାତ୍ରା ଏବଂ ପୁରୁଷ ବର୍ଗ ରାଉଣ୍ଡ୍-୬୪ରେ ଅଚାନ୍ତ ଶରତ କମଲ ଅଭିଯାନ ଆରମ୍ଭ କରିବେ । ଅଭିଜ୍ଞ କମଲ ପ୍ରଥମ ରାଉଣ୍ଡ୍ରେ ସ୍ଲୋଭାକିଆର ଡେନି କୋଜୁଲଙ୍କୁ ଏବଂ ମନିକା ବ୍ରିଟେନର ଆନ୍ନା ହର୍ସିଙ୍କୁ ଭେଟିବେ । ଦଳଗତ ଇଭେଣ୍ଟ ଅଗଷ୍ଟ ୫ ତାରିଖରୁ ଆରମ୍ଭ ହେବ । ଭାରତୀୟ ପୁରୁଷ ଓ ମହିଳା ପାଇଁ କ୍ୱାର୍ଟର ଫାଇନାଲ୍ ପଥ କଷ୍ଟକର ରହିଛି । ପୁରୁଷ ଦଳ ଶକ୍ତିଶାଳୀ ଚୀନକୁ ଭେଟିବ । ଚୀନ ଦଳ ଗତ ୪ଟି ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଭାରତୀୟ ମହିଳା ଦଳ ରାଉଣ୍ଡ୍-୧୬ରେ ରୋମାନିଆକୁ ଭେଟିବ । ଏହି ମ୍ୟାଚ୍ରେ ବିଜୟୀ ହେଲେ ଦଳ ୨୦୧୬ ରିଓ ଅଲିମ୍ପିକ୍ସ ରୌପ୍ୟ ବିଜେତା ଜର୍ମାନୀ ଦଳକୁ ଭେଟିବା ସମ୍ଭାବନା ରହିଛି ।

Related posts

ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ ଏସ-ଏଲ ୩ରେ ସ୍ୱର୍ଣ୍ଣ ଜିତିଛନ୍ତି ନୀତେଶ କୁମାର

Odisha Sports Bureau

୧୯ତମ ଏସୀୟ କ୍ରୀଡ଼ା ପାଇଁ ମନୋନୀତ ହେଇଛନ୍ତି ଓଡ଼ିଶାର ସର୍ବାଧିକ ୧୩ ଜଣ କ୍ରୀଡ଼ାବିତ

Odisha Sports Bureau

ଅନ୍ତଃ ବିଶ୍ଵବିଦ୍ୟାଳୟ ହ୍ୟାଣ୍ଡବଲ୍ ଟୁର୍ନାମେଣ୍ଟରେ ମା ମାର୍କମା ମହାବିଦ୍ୟାଳୟ ତିନିଜଣ ଛାତ୍ର

Odisha Sports Bureau