Cricket

ପୁଣି ବାପା ହେଲେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା

ରିପୋର୍ଟର୍ସ ଟୁଡେ; ପୁଣି ବାପା ହେଲେ ରୋହିତ । ଦ୍ୱିତୀୟ ଥର ବାପା ହୋଇଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ପତ୍ନୀ ରିତିକା ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ରିତିକିକାଙ୍କ ପାଇଁ ମୁମ୍ବାଇରେ ଅଭ୍ୟାସରେ କରିଛନ୍ତି ରୋହିତ ଶର୍ମା । ଆଗରୁ ରୋହିତଙ୍କ ଗୋଟିଏ ଝିଅ ଥିଲା । ତାଙ୍କ ନାମ ସମାଇରା । ଆଗକୁ ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ହେବାକୁ ଯାଉଛି । ଏ ନେଇ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ପହଞ୍ଚି ଅଭ୍ୟାସ ଜାରି ରଖିଛନ୍ତି । କିନ୍ତୁ ରୋହିତ ଶର୍ମା ଏ ପର୍ୟ୍ୟନ୍ତ ଦଳ ସହ ଯୋଗ ଦେଇ ପାରି ନାହାନ୍ତି । ସେ ମୁମ୍ବାଇରେ ଅଭ୍ୟାସ ଜାରି ରଖିଛନ୍ତି । ତେବେ ଆଗାମୀ ଦିନରେ ସେ ଅଷ୍ଟ୍ରେଲିଆ ଗସ୍ତ କରିବେ । ତାଙ୍କୁ ବର୍ତ୍ତମାନ ୬ ବର୍ଷ ।ରୋହିତ ଦ୍ବିତୀୟ ଥର ପିତା ହେବା ଖବର ତାଙ୍କ ପରିବାର ସହିତ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଆଣି ଦେଇଛି । ହିନ୍ଦୁସ୍ଥାନ ଟାଇମ୍ସ ରିପୋର୍ଟ ଅନୁସାରେ ଶୁକ୍ରବାର ରୋହିତଙ୍କ ପତ୍ନୀ ରିତିକା ଏକ ପୁତ୍ର ସନ୍ତାକୁ ଜନ୍ମ ଦେଇଛନ୍ତି । ୨୦୧୫ରେ ରେହିତ ଶର୍ମା ଓ ରିତିକା ବିବାହ କରିଥିଲେ ।ଖବର ପ୍ରକାଶ ପାଇବା ପରେ ରୋହିତଙ୍କ ଶୁଭେଚ୍ଛା ଜଣାଇଛନ୍ତି ଫ୍ୟାନ୍ସ । ଜଣେ ଏକ୍ସ ୟୁଜର୍ସ କହିଛନ୍ତି, ଜୁନିୟର ହିଟମ୍ୟାନଙ୍କ ଆଗମନ ନେଇ ଶୁଭେଚ୍ଛା ରୋହିତ । ଭଗବାନ ସମସ୍ତଙ୍କ ମଙ୍ଗଳ କରନ୍ତୁ । ସେହିପରି ଆଉ ଜଣେ ଫ୍ୟାନ୍ସ ଲେଖିଛନ୍ତି ଭାରତୀୟ କ୍ରିକେଟ ଦଳଙ୍କୁ ସନ୍ତାନ ପ୍ରାପ୍ତି ହେବାର ସୌଭାଗ୍ୟ ମିଳୁଛି । ଅକୟ, ଅଗସ୍ତ ଓ ଅଙ୍ଗଦ । ଅଣ୍ଡର-୧୯ ଟିମ ପ୍ରସ୍ତୁତ ହେଉଛି ।

Related posts

ବିନା ଦର୍ଶକରେ ଆରମ୍ଭ ହେଲା ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ

Odisha Sports Bureau

ସୌରଭ ଗାଙ୍ଗୁଲିଙ୍କ ନାମରେ ବିଅର

Odisha Sports Bureau

ଆସିଲା ଟାମ୍ପିୟନ୍ସ ଟ୍ରଫି କ୍ରିକେଟ ଖେଳସୂଚୀ : ଫେବୃଆରୀ ୨୩ରେ ଭାରତ – ପାକିସ୍ତାନ ମ୍ୟାଚ

Odisha Sports Bureau

Leave a Comment