Cricket

WTC ଫାଇନାଲ ପୂର୍ବରୁ ଅଶ୍ୱିନୀ ଆହତ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତା ମାସ ୭ ତାରିଖରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି)ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । WTC ଫାଇନାଲ ପାଇଁ ଦୁଇଟି ଯାକ ଟିମ୍ ଘୋଷଣା ହୋଇସାରିଛି । ଏହା ମଧ୍ୟରେ ଟିମ୍ ଇଣ୍ଡିଆକୁ ଲାଗିଛି ଝଟକା । ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ରବିଚନ୍ଦ୍ରନ ଅଶ୍ୱିନୀ ଆହତ ହୋଇଛନ୍ତି ।
ଖବର ମୁତାବକ, ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ତଥା ସ୍ପିନର ଆର. ଅଶ୍ୱିନୀ ଆଇପିଏଲରେ ରାଜସ୍ଥାନ ପକ୍ଷରୁ ଖେଳୁଛନ୍ତି । ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ଅଶ୍ୱିନୀ ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚ ପୂର୍ବରୁ ଆହତ ହୋଇଛନ୍ତି । ପିଠିରେ ହେଉଥିବା ଯନ୍ତ୍ରଣା ପାଇଁ ପଞ୍ଜାବ ବିପକ୍ଷ ମ୍ୟାଚରେ ଖେଳିନଥିଲେ ।
ଅଶ୍ୱିନୀଙ୍କର ପିଠିରେ କିଛି ସମସ୍ୟା ଦେଖାଦେଇଥିଲା । ଫଳରେ ସେ ଆଇପିଏଲ ମ୍ୟାଚ ଖେଳିପାରି ନଥିଲେ । ଫଳରେ ଦଳ ଶେଷ ସମୟରେ ଆଉ ଜଣେ ପ୍ଲେୟାରକୁ ପ୍ଲେଇଂ-୧୧ରେ ସାମିଲ କରାଯାଇଥିଲା ବୋଲି ସଞ୍ଜୁ ସାମସନ କହିଛନ୍ତି ।
ତେବେ ଅଶ୍ୱିନୀ ଅଚାନକ ଆହତ ହେବା ଏବେ ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର କାରଣ ହୋଇଛି । ଆସନ୍ତା ୭ ତାରିଖ ପୂର୍ବରୁ ଯଦି ଅଶ୍ୱିନୀ ଫିଟ୍ ହୋଇ ନ ପାରନ୍ତି ତେବେ ଟିମ୍ ଇଣ୍ଡିଆର ମୁସ୍କିଲ ନିଶ୍ଚିତ ଭାବେ ବଢ଼ିଯିବ ।

Related posts

୯ରୁ ୯ ଜିତି ଭାରତର ରେକର୍ଡ, ବିଶ୍ୱକପରେ ଟିମ୍ ଇଣ୍ଡିଆର ବଡ଼ ବିଜୟ

Odisha Sports Bureau

ଟେଷ୍ଟରେ ପ୍ରଥମ ଦିନରେ ଧୂଳି ଚଟାଇଲେ ରୋହିତ ଆର୍ମି; ଅଶ୍ୱିନଙ୍କ ରେକର୍ଡ

Odisha Sports Bureau

ଟିମ୍ ଇଣ୍ଡିଆର ନୂଆ ଜର୍ସି: ନଜର ଆସିବ ଡ୍ରିମ୍ ୧୧

Leave a Comment