Cricket

WTC ଫାଇନାଲ ପୂର୍ବରୁ ଅଶ୍ୱିନୀ ଆହତ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତା ମାସ ୭ ତାରିଖରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି)ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । WTC ଫାଇନାଲ ପାଇଁ ଦୁଇଟି ଯାକ ଟିମ୍ ଘୋଷଣା ହୋଇସାରିଛି । ଏହା ମଧ୍ୟରେ ଟିମ୍ ଇଣ୍ଡିଆକୁ ଲାଗିଛି ଝଟକା । ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ରବିଚନ୍ଦ୍ରନ ଅଶ୍ୱିନୀ ଆହତ ହୋଇଛନ୍ତି ।
ଖବର ମୁତାବକ, ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ତଥା ସ୍ପିନର ଆର. ଅଶ୍ୱିନୀ ଆଇପିଏଲରେ ରାଜସ୍ଥାନ ପକ୍ଷରୁ ଖେଳୁଛନ୍ତି । ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ଅଶ୍ୱିନୀ ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚ ପୂର୍ବରୁ ଆହତ ହୋଇଛନ୍ତି । ପିଠିରେ ହେଉଥିବା ଯନ୍ତ୍ରଣା ପାଇଁ ପଞ୍ଜାବ ବିପକ୍ଷ ମ୍ୟାଚରେ ଖେଳିନଥିଲେ ।
ଅଶ୍ୱିନୀଙ୍କର ପିଠିରେ କିଛି ସମସ୍ୟା ଦେଖାଦେଇଥିଲା । ଫଳରେ ସେ ଆଇପିଏଲ ମ୍ୟାଚ ଖେଳିପାରି ନଥିଲେ । ଫଳରେ ଦଳ ଶେଷ ସମୟରେ ଆଉ ଜଣେ ପ୍ଲେୟାରକୁ ପ୍ଲେଇଂ-୧୧ରେ ସାମିଲ କରାଯାଇଥିଲା ବୋଲି ସଞ୍ଜୁ ସାମସନ କହିଛନ୍ତି ।
ତେବେ ଅଶ୍ୱିନୀ ଅଚାନକ ଆହତ ହେବା ଏବେ ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର କାରଣ ହୋଇଛି । ଆସନ୍ତା ୭ ତାରିଖ ପୂର୍ବରୁ ଯଦି ଅଶ୍ୱିନୀ ଫିଟ୍ ହୋଇ ନ ପାରନ୍ତି ତେବେ ଟିମ୍ ଇଣ୍ଡିଆର ମୁସ୍କିଲ ନିଶ୍ଚିତ ଭାବେ ବଢ଼ିଯିବ ।

Related posts

ଭାରତରେ ହେବାକୁ ଥିବା ବିଶ୍ୱକପ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି ନ୍ୟୁଜିଲାଣ୍ଡ

Odisha Sports Bureau

ଗୁଜୁରାଟ ପାଇଁ ଶାମିଙ୍କ ସ୍ଥାନରେ ଖେଳିବେ ସନ୍ଦୀପ ୱାରିୟର

Odisha Sports Bureau

ଇରଫାନଙ୍କ ପରି ଶେଷ ହେବ ହର୍ଷିତଙ୍କ କ୍ୟାରିୟର?

Odisha Sports Bureau