Cricket

ସିରିଜ ଜିତି ଇତିହାସ ରଚିଲା ଟିମ ଇଣ୍ଡିଆ, ଧୋନି ଓ ଚହଲଙ୍କ କମାଲ

(ଓଡିଶା ସ୍ପୋର୍ଟ): ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ନିର୍ଣ୍ଣାୟକ ରୋମାଞ୍ଚକର ମୁକାବିଲାରେ ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟରେ ପରାସ୍ତ କରି ସିରିଜ୍ କବଜା କରିଛି। ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ଭାରତ ୨-୧ରେ ଜିତିବା ସହ ଅଷ୍ଟ୍ରେଲିଆ ମାଟିରେ ପ୍ରଥମ ଦିନିକିଆ ଦ୍ଵିପାକ୍ଷିକ ସିରିଜ୍ ଜିତି ଇତିହାସ ରଚିଛି। ଏହା ସହ ଦଳ ପ୍ରଥମ ଥର ଅଷ୍ଟ୍ରେଲିଆ ମାଟିରେ କୌଣସି ସିରିଜ୍ ନହାରିବାର ରେକର୍ଡ ମଧ୍ୟ କରିଛି।

ଆଜିର ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପିଟର ହ୍ୟାଣ୍ଡସ୍କମ୍ବ(୫୮ରନ) ବଳରେ ୪୮.୪ ଓଭରରେ ୨୩୦ ରନ କରି ଭାରତ ସମ୍ମୁଖରେ ୨୩୧ ରନର ବିଜୟ ଲକ୍ଷ୍ୟ ରଖିଥିଲା। ଜବାବରେ ଭାରତ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଅପରାଜିତ ଦମଦାର ୮୭ ରନ ବଳରେ ୪ ଓ୍ଵିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଥିଲା। ଧୋନୀଙ୍କ ବ୍ୟତୀତ କେଦାର ଯାଦବ ୬୧ ଓ କୋହଲି ୪୩ ରନର ଉପଯୋଗୀ ପାଳି ଖେଳିଥିଲେ। ୬ ଓ୍ଵିକେଟ୍ ନେଇ ଭାରତ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ୟୁଜବେନ୍ଦ୍ର ଚହଲ ମ୍ୟାନ୍ ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି।

Related posts

ଫିଟନେସ ଅସ୍ଥିରତା ଯୋଗୁ ଗୌହାଟୀ ଟେଷ୍ଟ ଖେଳି ନପାରନ୍ତି ଶୁଭମନ ଗିଲ

Odisha Sports Bureau

ସଚିନ ତେନ୍ଦୁଲକର, ବିରାଟ କୋହଲି, ରୋହିତ ଶର୍ମାଙ୍କ ସହ ସମକକ୍ଷ :ଧୋନି

Odisha Sports Bureau

ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପୂର୍ବରୁ ରୋହିତ ଶର୍ମା ପ୍ଲେଇଙ୍ଗ-୧୧ର କଲେ ଖୁଲାସା; ଏହି ଖେଳାଳିଙ୍କୁ ସୁଯୋଗ ଦେବ