Tennis

ଟେନିସ୍ ମ୍ୟାଚରେ ବେଟିଙ୍ଗ୍: ୟୁକ୍ରେନ ଖେଳାଳି ଷ୍ଟାନିସ୍ଲାଭ ପପ୍ଲାଭସ୍କିଙ୍କୁ ନିଷେଧ

(ଓଡିଶା ସ୍ପୋର୍ଟସ୍): ମ୍ୟାଚ୍ ଫିକ୍ସିଂ କାର୍ୟ୍ୟକଳାପର ଅଂଶ ହୋଇଥିବାରୁ ଟେନିସ୍ ଅଖଣ୍ଡତା ୟୁନିଟ୍ (ଟିଆଇୟୁ) ୟୁକ୍ରେନ ଟେନିସ୍ ଖେଳାଳି ଷ୍ଟାନିସ୍ଲାଭ ପପ୍ଲାଭସ୍କିଙ୍କ ଉପରେ ଆଜୀବନ ପ୍ରତିବନ୍ଧକ ଲଗାଇଛି । ଟିଆଇୟୁ କହିଛି ଯେ ୨୦୧୫ ରୁ ୨୦୧୯ ମଧ୍ୟରେ ଅନେକ ଥର ପପ୍ଲାଭସ୍କି ମ୍ୟାଚ୍ ଫିକ୍ସିଂ ଏବଂ କୋର୍ଟସିଡିଙ୍ଗ୍’ କାର୍ୟ୍ୟକଳାପରେ ଜଡିତ ଥିଲେ । ଏଟିପିରେ ପପ୍ଲାଭସ୍କିଙ୍କ ଶୀର୍ଷ ମାନ୍ୟତା ୪୪୦ ଥିଲା । ତାଙ୍କୁ ମଧ୍ୟ ୧୦,୦୦୦ ଡଲାର୍ ଜରିମାନା କରାଯାଇଛି ଏବଂ ତାଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗକୁ ସ୍ୱୀକାର କରିଛନ୍ତି ।

Related posts

୧୭ରୁ ଆରମ୍ଭ ହେବ ଟେବୁଲ ଟେନିସ ଚାମ୍ପିୟାନସିପ

ପ୍ରକାଶିତ ହେଲା ଏଟିପି ଫାଇନାଲ୍ସର ସୂଚିରେ ସ୍ଥାନ ପାଇଲେ ଏହି ଖେଳାଳି…

Odisha Sports Bureau

ବାଙ୍ଗାଲୁର ଓପନ ସେମିଫାଇନାଲରେ ପେସ୍-ଏବଡନଙ୍କ ଯୋଡି

Odisha Sports Bureau