Tennis

ନିଜର ଅବସର ଘୋଷଣା କଲେ ଟେନିସ ତାରକା ରାଫେଲ୍ ନାଡାଲ

ନିଜର ଅବସର ଘୋଷଣା କଲେ ଟେନିସ ତାରକା ତଥା ୨୨ ଥର ଗ୍ରାଣ୍ଡ ସ୍ଲାମ ବିଜେତା ରାଫେଲ୍ ନାଡାଲ । ଟେନିସ ପ୍ରଶଂସକଙ୍କୁ ଏହା ଅତ୍ୟନ୍ତ ନିରାଶ କରିଛି। ନାଡାଲଙ୍କ ଅବସର ସହିତ ଏକ ଟେନିସ ଯୁଗର ଅବସାନ ମଧ୍ୟ ଘଟିବାକୁ ଯାଉଛି। ନାଦାଲ ଏକ ଭିଡିଓ ବାର୍ତ୍ତା ଜାରି କରି ଅବସର ସମ୍ପର୍କରେ ଘୋଷଣା କରିଛନ୍ତି। ଚଳିତ ସିଜନ ତାଙ୍କ ପାଇଁ ଶେଷ ସିଜନ ହେବ। ଆଗାମୀ ଦିନରେ ହେବାକୁ ଥିବା ଡେଭିସ କପ୍ ଫାଇନାଲ୍ସରେ ନାଦାଲ ଅଂଶଗ୍ରହଣ କରିବେ। ଆସନ୍ତା ନଭେମ୍ବରରେ ଡେଭିସ କପ୍ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ନିଜ ଦେଶ ସ୍ପେନର ପ୍ରତିନିଧିତ୍ଵ କରିବେ ନାଦାଲ।
୪ ବର୍ଷ ତଳେ ସ୍ଵିଜରଲାଣ୍ଡର ମହାନ ଟେନିସ ଖେଳାଳି ରୋଜର ଫେଡେରର ସନ୍ନ୍ୟାସ ନେଇଥିଲେ। ଏବେ ନାଦାଲ ବି ଟେନିସକୁ ଅଲବିଦା କହିଛନ୍ତି।

Related posts

ଫ୍ରେଞ୍ଚ ଓପନରୁ ଓହରିଲେ ସେରେନା

Odisha Sports Bureau

ଏମ୍ଓଏସ୍ଏଫ୍ ଆଇଟା-ଓଟିଏ ଟେନିସରେ କବୀର ହଂସଙ୍କୁ ଦ୍ବିମୁକୁଟ

Odisha Sports Bureau

୫୦କେ ର଼୍ୟାଙ୍କିଙ୍ଗ ଟେନିସ୍‌ ଟୁର୍ନାମେଣ୍ଟ ୪ ଓଡ଼ିଆ ଖେଳାଳି କ୍ୱାର୍ଟର ଫାଇନାଲରେ

Odisha Sports Bureau