Tennis

ନିଜର ଅବସର ଘୋଷଣା କଲେ ଟେନିସ ତାରକା ରାଫେଲ୍ ନାଡାଲ

ନିଜର ଅବସର ଘୋଷଣା କଲେ ଟେନିସ ତାରକା ତଥା ୨୨ ଥର ଗ୍ରାଣ୍ଡ ସ୍ଲାମ ବିଜେତା ରାଫେଲ୍ ନାଡାଲ । ଟେନିସ ପ୍ରଶଂସକଙ୍କୁ ଏହା ଅତ୍ୟନ୍ତ ନିରାଶ କରିଛି। ନାଡାଲଙ୍କ ଅବସର ସହିତ ଏକ ଟେନିସ ଯୁଗର ଅବସାନ ମଧ୍ୟ ଘଟିବାକୁ ଯାଉଛି। ନାଦାଲ ଏକ ଭିଡିଓ ବାର୍ତ୍ତା ଜାରି କରି ଅବସର ସମ୍ପର୍କରେ ଘୋଷଣା କରିଛନ୍ତି। ଚଳିତ ସିଜନ ତାଙ୍କ ପାଇଁ ଶେଷ ସିଜନ ହେବ। ଆଗାମୀ ଦିନରେ ହେବାକୁ ଥିବା ଡେଭିସ କପ୍ ଫାଇନାଲ୍ସରେ ନାଦାଲ ଅଂଶଗ୍ରହଣ କରିବେ। ଆସନ୍ତା ନଭେମ୍ବରରେ ଡେଭିସ କପ୍ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ନିଜ ଦେଶ ସ୍ପେନର ପ୍ରତିନିଧିତ୍ଵ କରିବେ ନାଦାଲ।
୪ ବର୍ଷ ତଳେ ସ୍ଵିଜରଲାଣ୍ଡର ମହାନ ଟେନିସ ଖେଳାଳି ରୋଜର ଫେଡେରର ସନ୍ନ୍ୟାସ ନେଇଥିଲେ। ଏବେ ନାଦାଲ ବି ଟେନିସକୁ ଅଲବିଦା କହିଛନ୍ତି।

Related posts

ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ସ୍ଥଗିତ

Odisha Sports Bureau

କଳିଙ୍ଗ ଷ୍ଟାଡିୟମ୍ ରେ ଆରମ୍ଭ ହୋଇଛି ଆଇ ଟି ଏଫ୍ ବିଶ୍ଵ ଟେନିସ ଟୁର୍

Odisha Sports Bureau

ଆଠ ବର୍ଷ ପରେ ଗ୍ରାଣ୍ଡସ୍ଲାମକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି କ୍ଲିଜଷ୍ଟର୍ସ

Odisha Sports Bureau