Tennis

ସମ୍ମାନିତ ହେବେ ଟେନିସ୍ ତାରକା ରୋଜର ଫେଡେରର୍

ଲଣ୍ଡନ: ସ୍ବିଜରଲାଣ୍ଡର ମହାନ ଟେନିସ୍ ଖେଳାଳି ରୋଜର ଫେଡେରରଙ୍କୁ ୱିମ୍ବଲଡନ୍ ଓପନର ଦ୍ବିତୀୟ ଦିନରେ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯିବାର କାଯ୍ର୍ୟକ୍ରମ ରହିଛି। ଏଥିପାଇଁ ଅଲ୍ ଇଂଲଣ୍ଡ କ୍ଲବ୍ ପକ୍ଷରୁ ସେଣ୍ଟର କୋର୍ଟରେ ଏକ ସ୍ବତନ୍ତ୍ର କାର୍ୟ୍ୟକ୍ରମ କରାଯିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ୱିମ୍ବଲଡନରେ ଏକାଧିକ ପୁରୁଷ ଏକକ ଟ୍ରଫି ଜିତିଥିବା ବେଳେ ଏହି ପ୍ରତିଯୋଗିତାକୁ ଫେଡେରରଙ୍କ ଅନେକ ଅବଦାନ ରହିଛି। ତେଣୁ ତାଙ୍କ ସଫଳତାଗୁଡ଼ିକୁ ଏଠାରେ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ଅଲ୍ ଇଂଲଣ୍ଡ କ୍ଲବର ମୁଖ୍ୟ କାର୍ୟ୍ୟନିର୍ବାହୀ ସାଲି ବୋଲ୍ଟନ ସୂଚନା ଦେଇଛନ୍ତି। ଫେଡେରର ଗତବର୍ଷ ସେପ୍ଟେମ୍ବରରେ ଟେନିସରୁ ଅବସର ନେଇଥିଲେ। ଏହାପରଠୁ ପ୍ରଥମ ଥର ପାଇଁ ସେ ପୁଣି ଥରେ ଟେନିସ୍ କୋର୍ଟରେ ଦେଖାଯିବେ। ଫେଡେରରଙ୍କ ସହିତ ଅନ୍ୟତମ ମହାନ ଟେନିସ୍ ଖେଳାଳି ସେରେନା ୱିଲିୟମ୍ସଙ୍କୁ ମଧ୍ୟ ଏହି ବିଶେଷ କାର୍ୟ୍ୟକ୍ରମ ପାଇଁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ସ୍ୱାସ୍ଥ୍ୟଗତ କାରଣରୁ ସେ ଇଂଲଣ୍ଡରେ ପହଞ୍ଚିପାରିନାହାନ୍ତି।

Related posts

ଅଷ୍ଟ୍ରେଲିଆ ଓପନର ଫାଇନାଲରେ ମୁଗୁରୁଜା-ସୋଫିଆ

Odisha Sports Bureau

କତର ଓପନ: ବୋପନ୍ନା ଜିତିଲେ ବର୍ଷର ପ୍ରଥମ ଯୁଗୋଳ ଟାଇଟଲ୍

Odisha Sports Bureau

ସାନିଆଙ୍କୁ GOLDEN VISA