Cricket

ବିଶ୍ୱ କ୍ରିକେଟର ସବୁଠାରୁ ରାଗି ଖେଳାଳି

ମୁମ୍ବାଇ : କ୍ରିକେଟ୍ ଖେଳରେ ପ୍ରାୟତଃ ଝଗଡ଼ା ଦେଖାଯାଏ । କିନ୍ତୁ ଦୁନିଅ।ରେ ଏପରି କିଛି ଖେଳାଳୀ ଅଛନ୍ତି, ଯେଉଁମାନେ ପଡିଅ।ରେ ବି ନିଜ ରାଗକୁ ଆୟତ କରିପାରିନାହାନ୍ତି  । ଏମିତିକି ନିଜ ସାଥୀ ଖେଳାଳୀଙ୍କୁ ବି ଛାଡିନାହାନ୍ତି ।

ଶାକିବ ଅଲ ହାସନ: ଯଦି ଅ।ମେ ରାଗୀ କ୍ରିକେଟରଙ୍କ ବିଷୟରେ କହିବା, ତେବେ ବାଂଲାଦେଶ କ୍ରିକେଟର ଶାକିବ ଅଲ ହାସନ ଏହି ତାଲିକାର ଶୀର୍ଷରେ ଅଛନ୍ତି । ଶାକିବ ଅନେକ ସମୟରେ ପଡ଼ିଅ।ରେ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରୁଥିବା, ଷ୍ଟମ୍ପକୁ ବାଡେଇବା ସହ ଷ୍ଟମ୍ପକୁ ଉପାଡ଼ି ଫିଙ୍ଗିଦେଉଥିବାର ନଜର ଅ।ସିଛନ୍ତି ।

ଶାକିବ ଅଲ ହାସନ

ଶୋଏବ ଅଖତର: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର । ତାଙ୍କୁ ଅନେକ ମ୍ୟାଚରେ ପଡ଼ିଆରେ ବିପକ୍ଷ ଦଳର ଖେଳାଳିଙ୍କ ସହ ଝଗଡା କରୁଥିବା ଦେଖିବାକୁ ମିଳିଥାଏ ।ଅନେକଥର ବି ସେ ଭାରତୀୟ ଟିମ୍ର ଖେଳାଳିଙ୍କ ସହ ଝଗଡ଼ା କରିଛନ୍ତି ।

ଶୋଏବ ଅଖତର

ଅମ୍ବାତି ରାୟୁଡୁ: ଭାରତର ପୂର୍ବତନ ଖେଳାଳି ଅମ୍ବାତି ରାୟୁଡୁ । ଏହି ଖେଳାଳୀ ପଡ଼ିଆରେ ଖୁବ୍ ରାଗୀ ସ୍ୱଭାବର ନଜର ଆସନ୍ତି । ରାଇଡୁ ଅନେକ ଖେଳାଳୀଙ୍କ ସହ ପଡିଅ।ରେ ଝଗଡା କରୁଥିବା ଦେଖିବାକୁ ମିଳିଥାନ୍ତି । ଏମିତିକି ରାଇଡୁ ମୁମ୍ବାଇ ଇଣ୍ଡିଅ।ନ୍ସର ତାଙ୍କ ସାଥୀ ଖେଳାଳୀ ହରଭଜନ ସିଂଙ୍କ ସହ ମଧ୍ୟ ଝଗଡ଼ା କରି ସାରିଛନ୍ତି  ।

                                                                                                                              ଅମ୍ବାତି ରାୟୁଡୁ

ରିକି ପଣ୍ଟିଂ: ଅଷ୍ଟ୍ରେଲିଅ । ଟିମର ପୂର୍ବତନ ଅଧିନାୟକ ପଣ୍ଟିଂ ମଧ୍ୟ ଖୁବ୍ ରାଗି ସେ ପଡିଆରେ ଖେଳାଳୀଙ୍କ ସହ ଝଗଡା କରୁଥିବା ଦେଖିବାକୁ ମିଳିଥାନ୍ତି । ପଣ୍ଟିଂ ପ୍ରାୟତଃ ବିପକ୍ଷ ଟିମ୍ ଖେଳାଳିଙ୍କୁ ସ୍ଲେଜ କରୁଥିବାର ନଜର ଅ।ସୁଥିଲେ ।

                                                                                                                                   ରିକି ପଣ୍ଟିଂ

ଏସ୍ ଶ୍ରୀସନ୍ତ: ଟିମ୍ ଇଣ୍ଡିଆର ପୂର୍ବତନ ଦ୍ରୁତ ବୋଲର ଏସ ଶ୍ରୀସନ୍ତ । ସେ ମଧ୍ୟ ପଡିଆରେ ବେଶ୍ ରାଗି ନଜର ଅ ।ସନ୍ତି । ୱିକେଟ୍ ନେବା ପରେ ସେଲିବ୍ରେସନ ବି ତାଙ୍କର ଅତ୍ୟନ୍ତ ଆକ୍ରମଣାତ୍ମକ ରହୁଥିଲା ।

                                                                                                                   ଏସ୍ ଶ୍ରୀସନ୍ତ

ମୁଶଫିକୁର ରହୀମ: ବାଂଲାଦେଶ ଖେଳାଳୀ ମୁଶଫିକୁର ରହୀମ ସେ ପଡ଼ିଅ।ରେ ଏମିତି ରାଗି ଯାଅ।ନ୍ତି ଯେ ନିଜ ଟିମର ଖେଳାଳୀଙ୍କୁ ବି ଛାଡନ୍ତିନି । ଖବର ଅନୁଯାୟୀ ଏକ ଘରୋଇ ଟୁର୍ନାମେଣ୍ଟ ମ୍ୟାଚରେ ମୁଶଫିକୁର ରହୀମ କ୍ୟାଚ୍ ଧରିବାକୁ ଯିବା ବେଳେ ତାଙ୍କ ଟିମ୍ର ଅନ୍ୟ ଜଣେ ଖେଳାଳି ତାଙ୍କ ନିକଟକୁ ଅ।ସି ଯାଇଥିଲେ, ଯାହା ପରେ ସେ ତାଙ୍କୁ ମାରିବାକୁ ଦୌଡିଥିଲେ ।

                                                                                              ମୁଶଫିକୁର ରହୀମ

Related posts

ସିଡନୀ ଟେଷ୍ଟ: ୩୩୮ରେ ଅଷ୍ଟ୍ରେଲିଆର ଅଲ୍ ଆଉଟ୍, ଜାଡେଜାଙ୍କୁ ୪ ୱିକେଟ

Odisha Sports Bureau

ନେପାଳକୁ ପରାସ୍ତ କରି ସୁପର୍ ୪ରେ ଭାରତ

Odisha Sports Bureau

ବିରାଟଙ୍କୁ ଜନ୍ମଦିନର ଶୁଭେଚ୍ଛା

Odisha Sports Bureau