Hockey

ବିଶ୍ୱକପ ଜୁନିୟର ହକି ପାଇଁ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଛି ବେଲଜୟମ ଟିମ୍

ଭୁବନେଶ୍ୱର : ବିଶ୍ୱକପ୍ ଜୁନିୟର ହକି ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଆଉ ଗୋଟେ ପରେ ଗୋଟିଏ ବିଦେଶୀ ଟିମ୍ ଏବେ ଓଡ଼ିଶାରେ ପହଁଚିବା ଆରମ୍ଭ କରିଦେଇଛନ୍ତି । FIH କନିଷ୍ଠ ବିଶ୍ବକପ୍ ଲାଗି ବିଦେଶୀ ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି ।
ବେଲ୍‌ଜିୟମ ଦଳ ମଙ୍ଗଳବାର ଭୁବନେଶ୍ୱରରେ ପହଞ୍ଚିଥିବା ବେଳେ ଆଜି ନେଦରଲ୍ୟାଣ୍ଡ , ଫ୍ରାନ୍ସ ଓ ଆର୍ଜେଣ୍ଟିନା ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହାସହ ପୂର୍ବରୁ ଭାରତୀୟ ଟିମ ଭୁବନେଶ୍ୱରରେ ରହି କଳିଙ୍ଗ ଷ୍ଟାଡିୟମରେ କସରତ ଚଳାଇଛି । ବର୍ତ୍ତମାନ ଯେଉଁ ଟିମ ଭୁବନେଶ୍ୱରରେ ପହଞ୍ଚିଛନ୍ତି ସେହି ଟିମ ଆଗୁଆ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି ।
ନଭେମ୍ବର ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ କନିଷ୍ଠ ବିଶ୍ବକପ୍ । ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୧୬ଟି ଦେଶ ଭାଗନେବାକୁ ଯାଉଛି । ସେପଟେ ଚୟନମଣ୍ଡଳୀ ଭାଗ ନେବାକୁ ଥିବା ଦେଶ ଗୁଡ଼ିକୁ ଚୟନ କରିସାରିଛନ୍ତି ।

Related posts

ବିଶ୍ୱକୁ ମିଳିଲା ନୂଆ ଚମ୍ପିଆନ

Odisha Sports Bureau

ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି : ମାଲେସିଆକୁ ହରାଇ ଭାରତ ଶୀର୍ଷରେ

Odisha Sports Bureau

ପୁରୀ ଭ୍ରମଣ ପରେ ଶ୍ରୀମନ୍ଦିର ସାମ୍ନାରେ ଶୋଭା ପାଉଛି ହକି ବିଶ୍ୱକପ ଟ୍ରଫି

Odisha Sports Bureau