Hockey

ବିଶ୍ୱକପ ଜୁନିୟର ହକି ପାଇଁ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଛି ବେଲଜୟମ ଟିମ୍

ଭୁବନେଶ୍ୱର : ବିଶ୍ୱକପ୍ ଜୁନିୟର ହକି ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଆଉ ଗୋଟେ ପରେ ଗୋଟିଏ ବିଦେଶୀ ଟିମ୍ ଏବେ ଓଡ଼ିଶାରେ ପହଁଚିବା ଆରମ୍ଭ କରିଦେଇଛନ୍ତି । FIH କନିଷ୍ଠ ବିଶ୍ବକପ୍ ଲାଗି ବିଦେଶୀ ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି ।
ବେଲ୍‌ଜିୟମ ଦଳ ମଙ୍ଗଳବାର ଭୁବନେଶ୍ୱରରେ ପହଞ୍ଚିଥିବା ବେଳେ ଆଜି ନେଦରଲ୍ୟାଣ୍ଡ , ଫ୍ରାନ୍ସ ଓ ଆର୍ଜେଣ୍ଟିନା ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହାସହ ପୂର୍ବରୁ ଭାରତୀୟ ଟିମ ଭୁବନେଶ୍ୱରରେ ରହି କଳିଙ୍ଗ ଷ୍ଟାଡିୟମରେ କସରତ ଚଳାଇଛି । ବର୍ତ୍ତମାନ ଯେଉଁ ଟିମ ଭୁବନେଶ୍ୱରରେ ପହଞ୍ଚିଛନ୍ତି ସେହି ଟିମ ଆଗୁଆ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି ।
ନଭେମ୍ବର ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ କନିଷ୍ଠ ବିଶ୍ବକପ୍ । ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୧୬ଟି ଦେଶ ଭାଗନେବାକୁ ଯାଉଛି । ସେପଟେ ଚୟନମଣ୍ଡଳୀ ଭାଗ ନେବାକୁ ଥିବା ଦେଶ ଗୁଡ଼ିକୁ ଚୟନ କରିସାରିଛନ୍ତି ।

Related posts

ବଢୁଛି ରୋମାଞ୍ଚ; ସେମି ପାଇଁ ୩ ଦଳ SELECTED

Odisha Sports Bureau

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଓଡିଶାର ୨ ହକି ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର

Odisha Sports Bureau

ହିଞ୍ଜିଳିକାଟୁ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା

Odisha Sports Bureau