Cricket

ଓଡିଶା ଛାଡି ମଧ୍ୟପ୍ରଦେଶରୁ ଖେଳିବେ ରଣଜୀ ଟିମ ଅଧିନାୟକ ଶୁଭ୍ରାଂଶୁ ସେନାପତି

କଟକ: ଓଡିଶା ଛାଡିବେ ରଣଜୀ ଟିମ ଅଧିନାୟକ ଶୁଭ୍ରାଂଶୁ ସେନାପତି । ମଧ୍ୟପ୍ରଦେଶରୁ ଖେଳିବେ । ଏଥିପାଇଁ ସେ ଓଡିଶା କ୍ରିକ୍ରେଟ ଆସୋସିଏସନ ନିକଟରୁ ଅନୁମତି ମାଗିଛନ୍ତି ।
ସୂଚନା ଅନୁସାରେ ଜଣେ ଦକ୍ଷ ବ୍ୟାଟର ହେବା ସତ୍ତେ୍ୱ ଓଡିଶା ଦଳର ଜାତୀୟ ସ୍ତରରେ ପ୍ରଦର୍ଶନ ଭଲ ନଥିବାରୁ ତାଙ୍କୁ ବଡ ଯୁଯୋଗ ମିଳି ପାରୁ ନାହିଁ । ଏମିତିକି ସେ ଚେନ୍ନାଇ ସୁପର କିଙ୍ଗସରେ ଆଇପିଏଲ ଖେଳିବାର ସୁଯୋଗ ପାଇଥିଲେ । ଦଳରେ ସାମିଲ ଥିଲେ ମଧ୍ୟ ତାଙ୍କୁ ଖେଳିବାର ସୁଯୋଗ ମିଳି ନଥିଲା । ଏସବୁକୁ ବିଚାର କରି ବାହାର ରାଜ୍ୟ ତରଫରୁ ଖେଳିବା ପାଇଁ ଶୁଭ୍ରାଂଶୁ ସ୍ଥିର କରିଥିବା ଅନୁମାନ କରାଯାଉଛି । ଏନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବହୁ ଦିନ ହେବ ଶୁଭ୍ରାଂଶୁ ବାହାର ରାଜ୍ୟରୁ ଖେଳିବା ପାଇଁ ଚେଷ୍ଟା କରୁଛନ୍ତି । ମୁଁ ନିଜେ, ଓସିଏ କୋଚ, ସିଲେକ୍ଟରମାନେ ମଧ୍ୟ ତାଙ୍କୁ ବୁଝାଇବା ପାଇଁ ଚେଷ୍ଟୋ କରିଛୁ । ହେଲେ ସେ ମାନସିକ ଭାବେ ପ୍ରସ୍ତୁତ ହୋଉଛନ୍ତି ମଧ୍ୟପ୍ରଦେଶ ପାଇଁ ଖେଳିବେ ବୋଲି ।

Related posts

ସୋସିଆଲ ମିଡିଆରେ ଭଉଣୀଙ୍କୁ ନେଇ ଭାବବିହ୍ୱଳ ହେଲେ ହର୍ଷଲ

Odisha Sports Bureau

‘ରନ୍ ମଶିନ୍’ ଏବଂ ‘ହିଟ୍ ମ୍ୟାନ୍’ଙ୍କ ମଧ୍ୟରେ ହେବ ରେକର୍ଡର ସବୁଠାରୁ ବଡ ଯୁଦ୍ଧ

Odisha Sports Bureau

ଅଗଷ୍ଟ ମାସରେ ବାଂଲାଦେଶ ଗସ୍ତରେ ଯିବ ଭାରତୀୟ କ୍ରିକେଟ ଦଳ

Odisha Sports Bureau