Cricket

ଓଡିଶା ଛାଡି ମଧ୍ୟପ୍ରଦେଶରୁ ଖେଳିବେ ରଣଜୀ ଟିମ ଅଧିନାୟକ ଶୁଭ୍ରାଂଶୁ ସେନାପତି

କଟକ: ଓଡିଶା ଛାଡିବେ ରଣଜୀ ଟିମ ଅଧିନାୟକ ଶୁଭ୍ରାଂଶୁ ସେନାପତି । ମଧ୍ୟପ୍ରଦେଶରୁ ଖେଳିବେ । ଏଥିପାଇଁ ସେ ଓଡିଶା କ୍ରିକ୍ରେଟ ଆସୋସିଏସନ ନିକଟରୁ ଅନୁମତି ମାଗିଛନ୍ତି ।
ସୂଚନା ଅନୁସାରେ ଜଣେ ଦକ୍ଷ ବ୍ୟାଟର ହେବା ସତ୍ତେ୍ୱ ଓଡିଶା ଦଳର ଜାତୀୟ ସ୍ତରରେ ପ୍ରଦର୍ଶନ ଭଲ ନଥିବାରୁ ତାଙ୍କୁ ବଡ ଯୁଯୋଗ ମିଳି ପାରୁ ନାହିଁ । ଏମିତିକି ସେ ଚେନ୍ନାଇ ସୁପର କିଙ୍ଗସରେ ଆଇପିଏଲ ଖେଳିବାର ସୁଯୋଗ ପାଇଥିଲେ । ଦଳରେ ସାମିଲ ଥିଲେ ମଧ୍ୟ ତାଙ୍କୁ ଖେଳିବାର ସୁଯୋଗ ମିଳି ନଥିଲା । ଏସବୁକୁ ବିଚାର କରି ବାହାର ରାଜ୍ୟ ତରଫରୁ ଖେଳିବା ପାଇଁ ଶୁଭ୍ରାଂଶୁ ସ୍ଥିର କରିଥିବା ଅନୁମାନ କରାଯାଉଛି । ଏନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବହୁ ଦିନ ହେବ ଶୁଭ୍ରାଂଶୁ ବାହାର ରାଜ୍ୟରୁ ଖେଳିବା ପାଇଁ ଚେଷ୍ଟା କରୁଛନ୍ତି । ମୁଁ ନିଜେ, ଓସିଏ କୋଚ, ସିଲେକ୍ଟରମାନେ ମଧ୍ୟ ତାଙ୍କୁ ବୁଝାଇବା ପାଇଁ ଚେଷ୍ଟୋ କରିଛୁ । ହେଲେ ସେ ମାନସିକ ଭାବେ ପ୍ରସ୍ତୁତ ହୋଉଛନ୍ତି ମଧ୍ୟପ୍ରଦେଶ ପାଇଁ ଖେଳିବେ ବୋଲି ।

Related posts

ବିରାଟଙ୍କ ନାମରେ ଷ୍ଟାଣ୍ଡର ନାମକରଣ

Odisha Sports Bureau

ଶାହଦତ ହୋସେନଙ୍କୁ ୫ ବର୍ଷ ବାସନ୍ଦ

Odisha Sports Bureau

ପୁଣି ଚ୍ଚର୍ଚାରେ ରିଙ୍କୁ ସିଂହ,ପଡ଼ିଆ ଭିତରେ ହିରେ ଓ ପଡ଼ିଆ ବାହାରେ ହିରେ

Odisha Sports Bureau

Leave a Comment