Hockey

ମହିଳା ବିଶ୍ୱକପ୍ ର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଚିନ୍ମୟୀ ସ୍ୱାଇଁ);-ଜୁନିୟର ମହିଳା ବିଶ୍ୱକପ୍ ଲୋଗୋ ଉନ୍ମୋଚିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର କଳିଙ୍ଗଷ୍ଟାଡିୟମରେ ଉନ୍ମୋଚନ କରାଯାଇଥିବା ଜଣାପଡିଛି । ପିଫା ଅଣ୍ଡର ୧୭ ମହିଳା ବିଶ୍ୱକପର ଲୋଗୋ ଉନ୍ମୋଚନକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନା କରାଯାଇଥିଲା । ଏହି ମ୍ୟାଚ୍ ଭୁବନେଶ୍ୱର, କୋଲକତା ଏବଂ ଅହମ୍ମଦାବଦରେ ଖେଳାଯିବାକୁ ରହିଥିବାବେଳେ କଳିଙ୍ଗ ଷ୍ଟାଡିୟମରେ ଅକ୍ଟୋବର ୧୧ରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଏହାପରେ ୧୪ ଏବଂ ୧୭ରେ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ଫିଫା ବିଶ୍ୱ ମ୍ୟାଚ ଅନୁଷ୍ଠିତ ହେବ । ମ୍ୟାଚକୁ ଷ୍ଟାଡିୟମରେ ବସି ଦେଖିପାରିବେ ଦର୍ଶକ ।

ଚଳିତ ମାସ ଚେଷ ଆଡକୁ ଟିକେଟ ବିକ୍ରି ଆରମ୍ଭ ହେବା ସହିତ ଶନିବାର କଳିଙ୍ଗ ଷ୍ଟାଡିୟମରେ ଜୁନିୟର ମହିଳା ବିଶ୍ୱକପ୍ ଲୋଗୋ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହି ମ୍ୟାଚ ସମୟରେ ଷ୍ଟାଡିୟମରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଉପଲବ୍ଧ କରାଯିବ । ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଫୁଟବଲ କାର୍ନିଭାଲରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ୫ଟି ସଚିବ ଭିକେ ପାଣ୍ଡିଆନ ,କ୍ରୀଡା କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ସଚିବ ଭିନିଲ କ୍ରିଷ୍ଣା ଯୋଗ ଦେଇଛନ୍ତି । ଏଥିସହ କଳିଙ୍ଗ ଷ୍ଟାଡିୟମରେ ସ୍କୁଲ ଫୁଟବଲ କାର୍ନିଭାଲ ମଧ୍ୟ ଆୟୋଜିତ ହେବ ।

Related posts

ରାଜ୍ୟ ପୋଲିସ ହକି ଚାମ୍ପିୟନଶିପ ଉଦଯାପିତ

Odisha Sports Bureau

୭୪ତମ ରାଜ୍ୟ ପୁଲିସ୍ ହକି ଚାମ୍ପିୟନଶିପ ଆରମ୍ଭ

Odisha Sports Bureau

ହକି ବିଶ୍ଵକପ୍ ୨୦୨୩ ଉପଲକ୍ଷେ ଚିତ୍ରାଵଙ୍କନ ପ୍ରତିଯୋଗିତା ସହିତ ମିନି ମାରାଥନ ରେସ୍ ଅନୁଷ୍ଠିତ

Odisha Sports Bureau

Leave a Comment