Cricket

କ୍ରିକେଟ ବୋର୍ଡ ଉପରେ ବର୍ଷିଲେ ପୂର୍ବତନ ଖେଳାଳୀ

ନୂଆଦିଲ୍ଲୀ: ପଞ୍ଚମ ମ୍ୟାଚ ବାତିଲ ହେବା ପରେ ଏହାକୁ ନେଇ ବିବାଦ ଥମିବାର ନାଁ ଧରୁନି । ପ୍ରତି ମୂହୁର୍ତ୍ତରେ ଏହି ମ୍ୟାଚ ସହିତ ଜଡିତ କିଛି ରୋମାଞ୍ଚକର ତଥ୍ୟ ସାମନାକୁ ଆସୁଛି । ମ୍ୟାଚ ରଦ୍ଦକୁ ନେଇ ଇସିବି ର ସିଇଓ ଟମ ହ୍ୟାରିସନ ଭାରତୀୟ ଖେଳାଳୀଙ୍କ ଉପରେ ପ୍ରଶ୍ନ ଉଠାଇବା ପରେ ଇଂଲିସ କ୍ରିକେଟକୁ ଚେତାଇ ଦେଇଛନ୍ତି ପୂର୍ବତନ ଖେଳାଳୀ । ଇଂଲଣ୍ଡ ଦଳର ପୂର୍ବତନ ଖେଳାଳୀ କେଭିନ ପିଟରସନଙ୍କ ସମେତ ଅନେକ ଖେଳାଳୀ ଏହାକୁ ନେଇ ମନ୍ତବ୍ୟ ରଖିଛନ୍ତି ।

ପିଟରସନ କହିଛନ୍ତି ଯେ, ‘ଭାରତ ଉପରକୁ ଆଙ୍ଗୁଳି ଉଠାଇବା ଉଚିତ ନୁହେଁ । ଅନ୍ୟକୁ କିଛି କହିବା ପୂର୍ବରୁ ଇଂଲଣ୍ଡ ନିଜ କଥା ଭାବିବା ଆବଶ୍ୟକ । ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ ଦଳ କରୋନା ସଂକ୍ରମଣ ଭୟରେ ସିରିଜ ନ ଖେଳି ଫେରିଆସିଥିଲା ଇଂଲଣ୍ଡ ଟିମ । ଯାହା ଫଳରେ ପ୍ରଚୁର ଆର୍ଥିକ କ୍ଷତି ସହିଥିଲା ଦକ୍ଷିଣ ଆଫ୍ରିକା । ତେଣୁ ଏଠାରେ ଭାରତକୁ ଆଙ୍ଗୁଳି ନିର୍ଦେଶ କରିବା ବନ୍ଦ କରୁ ଇଂଲଣ୍ଡ ଟିମ ।’
ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ସେନ ୱାର୍ଣ୍ଣ ମଧ୍ୟ ଏହାକୁ ନେଇ ନିରାଶ ବ୍ୟକ୍ତ କରିଛନ୍ତି । ଟ୍ୱିଟ କରି ସେ କହିଛନ୍ତି ଯେ, ‘ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ଟେଷ୍ଟ ସିରିଜ ବାତିଲ ହେବା ଅତ୍ୟନ୍ତ ନୈରାଶ୍ୟ ଜନକ । ଉଭୟ ଟିମ ମଧ୍ୟରେ ଖୁବ ସୁନ୍ଦର ସିରିଜ ଜାରି ରହିଥିଲା ।’
ସେହିଭଳି ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ ଟ୍ୱିଟ କରି କହିଛନ୍ତି, ‘ଭାରତ ଇଂଲଣ୍ଡ କ୍ରିକେଟର କରିମା କ୍ଷୁର୍ଣ୍ଣ କରିଛି । କିନ୍ତୁ ଇଂଲଣ୍ଡ ମଧ୍ୟ ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ ତାହା ହିଁ କରିଥିଲା । ତେଣୁ ଅନ୍ୟକୁ କହିବା ପୂର୍ବରୁ ଭାବିବା ଆବଶ୍ୟକ ।’
ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ୍ ମାର୍କ ବାଉଚର କହିଛନ୍ତି, ‘ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ୟୁଏଇରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ । ଯଦି ଭାରତୀୟ ଖେଳାଳି ସଂକ୍ରମିତ ହୁଅନ୍ତି ତେବେ ସେମାନଙ୍କୁ ୧୦ ଦିନ ପାଇଁ ପୃଥକବାସରେ ରହିବାକୁ ହେବ । ଏହି କାରଣରୁ ଭାରତୀୟ ଦଳ ଅନ୍ତିମ ଟେଷ୍ଟକୁ ବାତିଲ କରିଦେଇଥାଇପାରେ ।’

Related posts

କ୍ରିକେଟ ପ୍ରେମୀଙ୍କୁ ମାଡ଼, ବଡ ବଡ଼ିଆଙ୍କୁ ନକଲି ପାସ୍

ଦକ୍ଷିଣ ଆଫ୍ରିକାକୁ ପଛରେ ପକାଇ ସିରିଜ୍ ହାତେଇଲା ୱେଷ୍ଟଇଣ୍ଡିଜ୍

Odisha Sports Bureau

ସୁପର–୮ରେ ଭାରତକୁ ଝଟକା, ସେମି ରେସ୍ ଜଟିଳ

Odisha Sports Bureau