Cricket

ଭଙ୍ଗା ହାତରେ ଚିୟରଗର୍ଲଙ୍କ ନାଚିବା ଘଟଣା; ବିସିସିଆଇ ଉପରକୁ ଉଠିଲା ପ୍ରଶ୍ନ

ଆଇପିଏଲର ଏକ ମ୍ୟାଚରେ ଜଣେ ଚିୟରଗର୍ଲ ଭଙ୍ଗା ହାତରେ ନାଚିବା ଘଟଣା ଏବେ ନୂଆ ବିବାଦ ସୃଷ୍ଟି କରିଛି । ସୋମବାର ଗୁଜୁରାଟ ଟାଇଟନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ଏକ ଚିୟରଗର୍ଲ ଭଙ୍ଗା ହାତରେ ନୃତ୍ୟ ପରିବେଷଣ କରୁଥିବା ଦେଖିବାକୁ ମିଳିଥିଲା । ଚିୟରଗର୍ଲଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିବା ସତ୍ତ୍ୱେ ସେ ଆଇପିଏଲରେ ନାଚୁଥିଲେ । ତାଙ୍କର ଗୋଟିଏ ହାତ ଭାଙ୍ଗିଯାଇଥିବାବେଳେ ହାତଟି ପ୍ଲାଷ୍ଟର ହୋଇଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବିବାଦ ସାମ୍ନାକୁ ଆସିଛି । ଏପରି ଘଟଣାକୁ ନେଇ କିଛି ଦର୍ଶକ ବିସିସିଆକୁ ସମାଲୋଚନା କରିଥିବାବେଳେ କିଛି ଲୋକ ବିସିସିଆଇକୁ ପ୍ରଶ୍ନ କରିଛନ୍ତି । ସାମାଜିକ ଗଣମାଧ୍ୟମ ଟ୍ୱିଟରରେ ଚିୟରଗର୍ଲଙ୍କ ନୃତ୍ୟ ପରିବେଷଣ ବେଳର କିଛି ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଚିୟରଗର୍ଲଙ୍କ କର୍ତ୍ତବ୍ୟ ନିଷ୍ଠା ସ୍ପଷ୍ଟ ବାରି ହୋଇପଡ଼ୁଛି ।

Related posts

ଅଷ୍ଟ୍ରେଲିଆର ନୂଆ ଜର୍ସି ଉନ୍ମୋଚିତ

ଆଇପିଏଲ୍‌-୨୦୨୪: ଗୁଜରାଟ୍‌କୁ ୬୩ ରନ୍‌ରେ ପରାସ୍ତ କଲା ଚେନ୍ନାଇ 

Odisha Sports Bureau

ଆଜିର ମ୍ୟାଚ ଟିମ ଇଣ୍ଡିଆ ପାଇଁ ‘କର ବା ମର’ ପରିସ୍ଥିତି  

Odisha Sports Bureau