Cricket

ଏସିଆ କପ୍୨୦୨୪ ପାଇଁ ଶ୍ରୀଲଙ୍କାରେ ପହଞ୍ଚିଛନ୍ତି ଭାରତୀୟ ମହିଳା ଦଳ

କଲମ୍ବୋ: ଏସିଆ କପ ୨୦୨୪ରେ ଭାଗ ନେବାକୁ ଶ୍ରୀଲଙ୍କାରେ ପହଞ୍ଚିଛନ୍ତି ଭାରତୀୟ ମହିଳା ଦଳ । ଏନେଇ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ସୋସିଆଲ ମିଡିଆରେ ଫଟୋ ସେୟାର କରିଥିବା ଦେଖିବାକୁ ମିଳିଛି । ତେବେ ଟିମ ଇଣ୍ଡିଆ ଜୁଲାଇ ୧୯ ତାରିଖରେ ଏସିଆ କପ ୨୦୨୪ ଆରମ୍ଭ କରିବାକୁ ଯାଉଛି । ତେବେ ଟିମ ଇଣ୍ଡିଆ ପ୍ରଥମ ମ୍ୟାଚରେ ପାକିସ୍ତାନକୁ ଭେଟିବାକୁ ଯାଉଥିବାବେଳେ ଏହା ଆନ୍ତା ୧୯ ତାରିଖରେ ହେବାକୁ ଯାଉଛି । ତେବେ ଏହି ଟିମରକମାଣ୍ଡ ହରମାନପ୍ରୀତ କୌରଙ୍କ ହାତରେ ରହିଥିôବା କୁହାଯାଉଛି । ସେପଟେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ସୋସିଆଲ ମିଡିଆରେ ସେୟାର କରିଥିବା ଫଟୋରେ ଭାରତ ଏବଂ ବାଂଲାଦେଶର ଖେଳାଳିମାନେ ନଜର ଆସିଛନ୍ତି। ଫଟୋରେ କ୍ୟାପଟେନ ହରମାନପ୍ରୀତ କୌର, ଶ୍ରେୟଙ୍କା ପାଟିଲ ଏବଂ ଜେମିମା ରୋଡ୍ରିଗେଜ ବିମାନ ବନ୍ଦର ଛାଡିଥିବାର ନଜର ଆସିଛନ୍ତି। ଭାରତୀୟ ମହିଳା କ୍ରିକେଟ୍ ଦଳ ଏସିଆ କପ୍ ୨୦୨୪ପାଇଁ ଗ୍ରୁପ୍ ଏରେ ସ୍ଥାନିତ ହୋଇଛି। ଗ୍ରୁପ୍-ଏରେ ଟିମ୍ ଇଣ୍ଡିଆ ସହିତ ପାକିସ୍ତାନ, ନେପାଳ ଏବଂ ୟୁଏଇକୁ ସ୍ଥାନିତ କରାଯାଇଛି।
ଏହା ବ୍ୟତୀତ ବାଂଲାଦେଶ, ଥାଇଲ୍ୟାଣ୍ଡ, ଶ୍ରୀଲଙ୍କା ଏବଂ ମାଲେସିଆର ଦଳକୁ ଗ୍ରୁପ୍ ବିରେ ସ୍ଥାନିତ କରାଯାଇଛି। ଏହି ଟୁର୍ନାମେଣ୍ଟରେ ମୋଟ ୧୫ ଟି ମ୍ୟାଚ୍ ଖେଳାଯିବ। ଏସିଆ କପ୍ ୨୦୨୪ର ଅନ୍ତିମ ମ୍ୟାଚ୍ ୨୮ ଜୁଲାଇରେ ଖେଳାଯିବାର କାର୍ଯ୍ୟସୂଚି ରହିଛି । ସେହିପରି ଭାରତୀୟ ଦଳ ଆସନ୍ତା ୧୯ ତାରିଖରେ ପାକିସ୍ଥାନକୁ ଭେଟିବାକୁ ଥିବା ବେଳେ ୨୧ରେ ୟୁଏଇ ଏବଂ ୨୩ ତାରିଖରେ ନେପାଳ କୁ ଭେଟିବର କାର୍ଯ୍ୟ ସୂଚି ରହିଛି ।

 

Related posts

ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର୍ ଶେନ୍ ୱାର୍ଣ୍ଣଙ୍କ ପରଲୋକ

Odisha Sports Bureau

ବିଶ୍ୱକପକୁ ଫେରିଲେ ମାହି

Odisha Sports Bureau

ଅଶ୍ୱୀନଙ୍କ ନିଆରା ଉଦ୍ଭାବନ

Odisha Sports Bureau