Cricket

ବାରବାଟୀକୁ ଫେରିଲା ଇଣ୍ଟନେସନାଲ କ୍ରିକେଟ

କଟକ: ପୁଣିଥରେ କଟକ ବାରବାଟୀ ଷ୍ଟାଡିୟମକୁ ଫେରୁଛି ଇଣ୍ଟନେସନାଲ କ୍ରିକେଟର ଧମାକା । ଦୁଇ ବର୍ଷର ବ୍ୟବଧାନ ପରେ ଏହି ଭେନ୍ୟୁରେ କୌଣସି ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବ । ସଂଯୋଗ ବଶତଃ ଯେଉଁ ଦୁଇ ଦଳ ବିପକ୍ଷରେ ଶେଷ ମ୍ୟାଚ ଖେଳାଯାଇଥିଲା ସେହି ଦୁଇ ଦଳଙ୍କ ମଧ୍ୟରେ ଏହି ମ୍ୟାଚ ଖେଳାଯିବ । ତେବେ ସେହି ମ୍ୟାଚ ଦିନିକିଆ ହୋଇଥିବା ବେଳେ ଆସନ୍ତା ମ୍ୟାଚ ଟି-ଟ୍ୱେଣ୍ଟି ବୋଲି ସ୍ଥିର କରାଯାଇଛି । ଆସନ୍ତା ଫେବୃୟାରୀ ମାସ ୧୫ ତାରିଖରେ ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାର ସୂଚୀ ରହିଛି । ଦୁବାଇରେ ହେବାକୁ ଥିବା ବିସିସିଆଇ ଆପେକ୍ସ କାଉନ୍ସିଲ ବୈଠକ ଥିବାରୁ ଏଥିରେ ଖେଳସୂଚୀ ନେଇ ଚୁଡାନ୍ତ ମୋହର ବାଜିପାରେ ।
ମିଳିଥିବା ସୂଚନା ଅନୁଯାୟୀ, ୨୦୨୧-୨୨ ଘରୋଇ କ୍ରିକେଟ ଋତୁ ପାଇଁ ଆନ୍ତର୍ଜାତିକ ଖେଳସୂଚୀ ପ୍ରସ୍ତୁତ କରିଛି ବିସିସିଆଇ । ଏହିସିଜନରେ ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଦକ୍ଷିଣ ଆଫ୍ରିକା ଭାରତ ଗସ୍ତରେ ଆସିବେ । ଏଥିପାଇଁ ବିସିସିଆଇ ସମ୍ପୂର୍ଣ୍ଣ ଖେଳସୂଚୀ ପ୍ରସ୍ତୁତ କରିି ଏହି ପ୍ରତିଯୋଗୀ ଦଳମାନଙ୍କୁ ଅନୁମୋଦନ ପାଇଁ ପଠାଇଛି । ସମସ୍ତ ବୋର୍ଡ ଏହାକୁ ଅନୁମୋଦନ କଲେ ବିସିସିଆଇ ଏହାକୁ ଘୋଷଣା କରିବ । ଏବଂ ଏହାଦ୍ୱାରା ବାରବାଟୀରେ ଦର୍ଶକ ପୁଣି ଏକ ମ୍ୟାଚର ମଜା ନେଇ ପାରିବେ ବୋଲି କୁହାଯାଉଛି ।

Related posts

ଟେଷ୍ଟ ସିରିଜ ପାଇଁ ସନ୍ଧ୍ୟା ସାଢେ ୭ରେ ଆରମ୍ଭ ହେବ ମ୍ୟାଚ

୪୬ ବର୍ଷରେ ମାଷ୍ଟର ବ୍ଲାଷ୍ଟରଙ୍କର ୨୪ ତାରିଖ ସହ ଖାସ ସଂମ୍ପର୍କ

Odisha Sports Bureau

8 ବର୍ଷ ପରେ ଦଳକୁ ଫେରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା

Odisha Sports Bureau