Cricket

ବଦଳିବ ଆଇପିଏଲର ରୂପରେଖ

ନୂଆଦିଲ୍ଲୀ: ଚଳିତବର୍ଷ ଆଇପିଏଲ ସିଜନର ଅବଶିଷ୍ଟ ମ୍ୟାଚ ପୁଣି ଥରେ ୟୁଏଇରେ ଆରମ୍ଭ ହେବାକୁ ଯାଉଛି । ଏହା ସହିତ ଆସନ୍ତା ସିଜନ ପାଇଁ ମଧ୍ୟ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଯାଇଛି । ତେବେ ଏହି ସିଜନରେ ଦର୍ଶକମାନେ ଶେଷ ଥଣ ପାଇଁ ଆଇପିଏଲରେ ଆଠଟି ଟିମ ଖେଳୁଥିବାର ଦେଖିବାକୁ ପାଇବେ । ଏନେଇ ବିସିସିଆଇର କୋଷାଧ୍ୟକ୍ଷ ଅରୁଣ ଧୁମାଲ ସୂଚନା ଦେଇଛନ୍ତି । ତେବେ ଆଗାମୀ ବର୍ଷରୁ ଆଇପିଏଲରେ ଦୁଇଟି ଅଧିକ ଟିମ ଖେଳିବା ନେଇ ପ୍ରସ୍ତୁତି ଜୋର ଧରିଛି । ତେଣୁ ଏହା ୮ଟି ଟିମ ସହ ଆଇପିଏଲ ଖେଳାଯିବାର ଶେଷ ସିଜନ ହେବ । ଏହା ସହିତ ଆଗାମୀ ସିଜନରୁ ୧୦ଟି ଟିମକୁ ନେଇ ଆଇପିଏଲ ଆୟୋଜନ ହେବାର ବ୍ୟବସ୍ଥା କରୁଛି ବିସିସିଆଇ ।

IPL 2021: TV channels and live streaming details – Where to watch in India,  US, UK, Canada & other countries | CricketTimes.com
କେବେ ଏହି ଦୁଇ ଟିମ୍ ଆଇପିଏଲ୍ ସହ ସାମିଲ ହେବେ ନେଇ ପ୍ରଶ୍ନରେ ଜବାବ ଦେବାକୁ ମନା କରିଦେଇଥିଲେ ଅରୁଣ। ଆଇପିଏଲ ଟି-୨୦ ଟୁର୍ଣ୍ଣାମେଣ୍ଟରେ ନୂଆ ସହର ପୁଣେ, ଲକ୍ଷ୍ନୌ ଏବଂ ଅହମଦାବାଦ ଶୀର୍ଷ ଦାବିଦାର ଅଛନ୍ତି। କାନପୁର, ଗୌହାଟି, ଇନ୍ଦୋର, କୋଚି, ରାୟପୁର ଏବଂ ତ୍ରୀବେନ୍ଦ୍ରମ୍ ରୋଷ୍ଟରରେ ଦୁଇ ନୂଆ ସ୍ଥାନ ପାଇଁ ରେସ୍ରେ ରହିପାରନ୍ତି । ଟି-୨୦ ଲିଗ୍ ମଧ୍ୟରେ କରୋନା ପ୍ରକୋପ ପାଇଁ ଚଳିତ ସିଜନକୁ ଅଧାରୁ ସ୍ଥଗିତ କରାଯାଇଥିଲା। କିନ୍ତୁ ଆଗାମୀ ସିଜନକୁ ସମ୍ପୂର୍ଣ୍ଣ ଭାବେ ଭାରତରେ କରାଇବାକୁ ବିସିସିଆଇ ଆଶା ରଖିଥିବା ଜଣାପଡ଼ିଛି।

Related posts

ବିଶ୍ବକପ ସମୟରେ ୧୫ ଦିନ ଖେଳାଳିଙ୍କ ସାଙ୍ଗରେ ରହିବେ ସ୍ତ୍ରୀ ପ୍ରେମିକା

Odisha Sports Bureau

ଇଂଲଣ୍ଡଠୁ ହାରିବା ପରେ କାନ୍ଦିଲେ ରୋହିତ ଶର୍ମା

Odisha Sports Bureau

ଟସ୍ ଜିତିଲା ଅଷ୍ଟ୍ରେଲିଆ ; ପ୍ରଥମେ ବୋଲିଂ କରିଲା ଭାରତୀୟ ଦଳ

Odisha Sports Bureau