Cycling

ଜିତିବା ଆଶାକୁ ଧୋଇନେଲା ବର୍ଷା

ବ୍ରିଟେନ(ଓଡିଶା ସ୍ପୋର୍ଟସ): ସହଜସାଧ୍ୟ ବିଜୟ ଆଶାକୁ ଧୋଇନେଇଛି ବର୍ଷା । ଭାରତ-ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ଉପରେ ବର୍ଷାର ପଡିଛି କୋପ ଦୃଷ୍ଟି । ଲଗାତାର ବର୍ଷା ପାଇଁ ମ୍ୟାଚର ପ୍ରଥମ ଦିନରେ ପ୍ରଥମ ଟେଷ୍ଟକୁ ଡ୍ର କରାଯାଇଛି । ଏଥିସହିତ ଭାରତର ବିଜୟ ଆଶା ମଧ୍ୟ ମଉଳିଯାଇଛି । ମ୍ୟାଚର ପଞ୍ଚମ ଦିନରେ ୧୫୭ ରନର ଆବଶ୍ୟକତା ରହିଥିଲା ଏବଂ ହାତରେ ଥିଲା ମୂଲ୍ୟବାନ ୯ଟି ୱିକେଟ । ଯାହା ଭାରତ ହାସଲ କରିନେବ ବୋଲି ଆଶା କରାଯାଉଥିଲା । କିନ୍ତୁ ବର୍ଷା ପାଇଁ ପଞ୍ଚମ ଦିନର ଖେଳ ଆରମ୍ଭ ହୋଇ ପାରିନଥିଲା । ସେପଟେ ଇଂଲଣ୍ଡ ଯଦି ଭାରତର ୯ଟି ୱିକେଟ ହାସଲ କରିଥିଲେ ଏହି ମ୍ୟାଚକୁ ନିଜ ନାମରେ କରପାରିଥାନ୍ତା । ତେବେ ଉଭୟ ଦଳର ଜିତିବା ଆଶା ଉପରେ ବର୍ଷା ବାଧକ ସାଜିଛି । ଏହି ମ୍ୟାଚରେ ଇଂଲଣ୍ଡ ତରଫରୁ ପ୍ରଥମ ଇନିଂସରୁ ୬୪ ଏବଂ ଦ୍ୱିତୀୟ ଇନିଂସରେ ୧୦୯ ରନ କରିଥିବା ଅଧିନାୟକ ଜୋ ରୁଟ ପ୍ଲେୟର ଅଫ ଦ ମ୍ୟାଚ ଭାବେ ବିବେଚିତ ହୋଇଛନ୍ତି । ସେହିପରି ଭାରତର ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ଦୁଇଟି ଇନିଂସରେ ମୋଟ ୯ଟି ୱିକେଟ ନେଇ ଇଂଲଣ୍ଡ ଦଳ ପାଇଁ ଏକ ଚିନ୍ତାର କାରଣ ପାଲଟିଥିଲେ ।

ଦ୍ୱିତୀୟ ଇନିଂସରେ ଭାରତକୁ ୨୦୯ ରନର ଲକ୍ଷ୍ୟ ଦେଇଥିଲା ଇଂଲଣ୍ଡ । ଚତୁର୍ଥ ଦିନ ଶେଷ ସୁଦ୍ଧା ଭାରତ ଏହାର ଜବାବରେ ୫୨ ରନରେ ଗୋଟିଏ ୱିକେଟ ହରାଇ ମ୍ୟାଚରେ ବିଜୟ ପାଇଁ ଦାବିଦାରୀ ହୋଇଥିଲା । ତେବେ ପ୍ରଥମ ଇନିଂସରେ ଦଳ ପାଇଁ ସର୍ବାଧିକ ରନ ବନେଇଥିବା ଓପନର ଲୋକେଶ ରାହୁଲ ମାତ୍ର ୨୬ ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ମ୍ୟାଚକୁ ଆଗେଇ ନେବା ପାଇଁ ପଡିଆରେ ଉପସ୍ଥିତ ଥିଲେ ରୋହିତ ଶର୍ମା ଏବଂ ଅଭିଜ୍ଞ ଚେତେଶ୍ୱର ପୂଜାରା । କିନ୍ତୁ ପଞ୍ଚମ ଦିନ ଖେଳ ହେବା ପୂର୍ବରୁ ହିଁ ବର୍ଷାର ପ୍ରଭାବ ଦେଖା ଦେଇଥିଲା । ଶେଷରେ ମ୍ୟାଚକୁ ଡ୍ର ବୋଲି ଘୋଷଣା କରାଯାଇଛି ।

Related posts

ଆଜି ଭାରତ- ୱେଷ୍ଟଇଣ୍ଡଜି ଟି-୨୦ ସିରିଜର ଚତୁର୍ଥ ମ୍ୟାଚ

Odisha Sports Bureau

ଦୁଇ ମାସ ପାଇଁ ପାରାସୁଟ ରେଜିମେଣ୍ଟରେ ପ୍ରଶିକ୍ଷଣ ନେବେ ଧୋନି

ଦେଶର ପ୍ରମୁଖ ୫ଟି ଷ୍ଟାଡିୟମର ହେବ ନବିକରଣ

Odisha Sports Bureau