More Sports

ରୋଲ ମଡେଲଙ୍କୁ ଘାରିଛି ମଡେଲିଂ ନିଶା

ମୁମ୍ବାଇ: ଭାରତ ପାଇଁ ଅଲିମ୍ପିକରେ ସ୍ୱର୍ଣ୍ଣ ଜିତିବା ପରେ ବିଭିନ୍ନ ଘଟଣାକୁ ନେଇ ଖୁବ ଚଚର୍ଚ୍ଚାରେ ରହୁଛନ୍ତି ନୀରଜ ଚୋପ୍ରା । ଏମେ ସାରା ସେ ଜଣେ ରୋଲ ମଡେଲ ଭାବରେ ଉଭା ହୋଇଛନ୍ତି । କିଛି ଦିନ ତଳେ ଡ୍ୟାନ୍ସ ପ୍ଲସ ୬ ମଞ୍ଚରେ ପହଞ୍ଚି ଖୁବ ଧମାଲ ମଚାଇଥିଲେ ନୀରଜ । ସେ ନେଇ ଚର୍ଚ୍ଚା ଥମିବା ପୂର୍ବରୁ ପୁଣିଥରେ ସାମନାକୁ ଆସିଛି ତାଙ୍କର ଆଉ ଏକ ପ୍ରତିଭା । ଯାହାକୁ ନେଇ ଏବେ ସେ ଖୁବ ଚର୍ଚ୍ଚାରେ । କୋଟି କୋଟି ହୃଦୟରେ ଭିନ୍ନ ଏକ ଛାପ ଛାଡିଥିବା ନୀରଜ ପ୍ରଥମେ କ୍ରୀଡା ଜଗତରେ ଏବଂ ପରେ ନିଜ ଆକ୍ଟିଂର ଜଲଓ୍ବା ଦେଖାଇ ସାରିଛନ୍ତି । ଏହାପରେ ଭାରତର ଏହି ରୋଲ ମଡେଲଙ୍କୁ ଘାରିଛି ମଡେଲିଂ ବା ଫ୍ୟାସନର ନିଶା । ଏବେ ସେ ଫ୍ୟାସନ ଦୁନିଆରେ ଡେବ୍ୟୁ କରିଛନ୍ତି ଗୋଲ୍ଡେନ ବୟ ନୀରଜ ।

https://www.instagram.com/p/CUnCKN3KBmK/?utm_source=ig_embed&ig_rid=32d5db19-da42-4995-925e-4d522ee2fea5

ଫେମସ ଡିଜାଇନର ରୋହିତ ବଳଙ୍କ ଆଉଟଫିଟରେ ନୀରଜଙ୍କର ଏକ ଫଟୋକୁ ସେ ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଏହା ସହ ଫଟୋର କ୍ୟାପସନରେ ସେ ଲେଖିଛନ୍ତି ଯେ, ଗତ ମାସରେ ଡିଜାଇନର ରୋହିତ ବଳଙ୍କୁ ସାକ୍ଷାତ କରିବାକୁ ଓ ତାଙ୍କ ଆଉଟଫିଟରେ ଫଟୋସୁଟ କରିବା ସୁଯୋଗ ପାଇଥିଲି। ତାଙ୍କ ଏଲିଗେଣ୍ଟ, କ୍ଲାସିକ ଏଥନିକ ୱେୟାର ଓ ଡିଜାଇନ ମୋତେ ଖୁବ ପସନ୍ଦ ଆସିଛି। ଖୁବ ଶୀଘ୍ର ଏହାକୁ ମୁଁ ମୋ ଓ୍ଵାର୍ଡରୋବରେ ସାମିଲ କରିବି । କୁର୍ତ୍ତା ଏବଂ ଶେରୱାନୀରେ ତାଙ୍କର ଏହି ଫଟୋକୁ ଏବେ ଖୁବ ସାରା ଭଲ ପାଇବା ସହିତ ଲାଇକ ଆସିଛି ।

Related posts

ସୌରଭ ଘୋଷାଲଙ୍କ ବିଶ୍ୱ ରେକର୍ଡ଼

ଏସୀୟ କ୍ରୀଡ଼ା ଟ୍ରାଏଲ୍ସ; ଭାଗନେବେ ବିଭିନ୍ନ ରାଜ୍ୟର କୁସ୍ତିଯୋଦ୍ଧା

ପଦ୍ମ ପୁରସ୍କାର ଚୟନ ଉପରେ ପ୍ରଶ୍ନ ଉଠାଇଲେ ବିନେଶ

Odisha Sports Bureau

Leave a Comment