Cricket

ମ୍ୟାଚ ପୂର୍ବରୁ ଭାଙ୍ଗିଲା ଛାତ

ନୂଆଦିଲ୍ଲୀ:ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନର ଖେଳ ପୂର୍ବରୁ ଘଟିଛି ଏକ ଅଘଟଣ ।ପ୍ରବଳ ବର୍ଷା ଓ ବଜ୍ରପାତ ଯୋଗୁ ବ୍ୟାପକ କ୍ଷତି ହୋଇଥିବା ଦେଖିବାକୁ ମିଳିଛି । ପ୍ରଥମ ଟେଷ୍ଟ ମ୍ୟାଚ୍ ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଗାଲେର ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚର ପ୍ରଥମ ଦିନରେ ଖେଳ ଭଲ ଥିଲା, କିନ୍ତୁ ଦ୍ୱିତୀୟ ଦିନର ଖେଳ ଆରମ୍ଭ ହେବା ପୂର୍ବରୁ ବର୍ଷା ଏବଂ ବଜ୍ରପାତ ବାଧକ ସାଜିଥିଲା। ଦ୍ୱିତୀୟ ଦିନର ଖେଳ ଆରମ୍ଭ ହେବାର ପ୍ରାୟ ୯୦ ମିନିଟ୍ ପୂର୍ବରୁ ପ୍ରବଳ ବର୍ଷା ଓ ପବନ ଆସିଥିଲା। ଏଥିଯୋଗୁଁ ଷ୍ଟାଡିୟମର ଏକ ଅସ୍ଥାୟୀ ଛାତ ଉପୁଡି ଯାଇଥିଲା। ତେବେ ଏଥିରେ କାହାରି କିଛି କ୍ଷତି ହୋଇନାହିଁ।

Related posts

ଭାରତକୁ ୨୧୬ ରନର ଟାର୍ଗେଟ୍, ଟିମ୍ ସିଫର୍ଟଙ୍କ ତୁଫାନି ଅର୍ଧଶତକ

Odisha Sports Bureau

ଆଫ୍ରିଦିଙ୍କୁ ଟି -୨୦ ବିଶ୍ୱକପ୍ ଟୁର୍ନାମେଣ୍ଟ ଆମ୍ବାସଡର କଲେ ଆଇସିସି; ଯୁବରାଜଙ୍କ ପରେ ଆଫ୍ରିଦିଙ୍କୁ ମିଳିଲା ଏହି ଦାୟିତ୍ୱ

Odisha Sports Bureau

ପୁଣି ତୃତୀୟ ଥର ଭାରତ- ଆୟର୍ଲାଣ୍ଡ ମୁହାଁମୁହିଁ

Odisha Sports Bureau