Cricket

ସ୍ୱେଦେଶ ଫେରୁଛନ୍ତି ବିଶ୍ୱକପ ବିଜୟୀ ଭାରତୀୟ ଦଳ

ମୁମ୍ବାଇ : ସ୍ୱେଦେଶ ଫେରୁଛନ୍ତି ବିଶ୍ୱକପ ବିଜୟୀ ଭାରତୀୟ ଦଳ । ଆଜି କିମ୍ବା ଆସନ୍ତା କାଲି ସୁଦ୍ଧା ଭାରତୀୟ କ୍ରିକେଟ ଟିମ ଦିଲ୍ଲୀରେ ପହଞ୍ଚିବେ । ଟିମ ଇଣ୍ଡିଆର ସମସ୍ତ ଖେଳାଳିଙ୍କୁ ସ୍ୱାଗତ ପାଇଁ ହୋଇଛି ଜୋରଦାର ପ୍ରସ୍ତୁତି ।
ସୂଚନା ଅନୁଯାୟୀ , ୨୦୨୪ ଟି -୨୦ ବିଶ୍ୱକପ ଟ୍ରଫି ବିଜେତା ଟିମ ଇଣ୍ଟିଆ ଘୂର୍ଣ୍ଣିଝଡ ଯୋଗୁ ବାର୍ବୋଡସରେ ଫସି ଯାଇଥିଲା । ସ୍ଥିତି ସ୍ୱାଭାବିକ ହେବା ପରେ ମଙ୍ଗଳବାର ରାତିରେ ଗସ୍ତ ଆରମ୍ଭ କରିଛି ରୋହିତ ବାହିନୀ । ଖେଳାଳି , ପରିବାର ସଦସ୍ୟ ଏବଂ ସପୋର୍ଟ ଷ୍ଟାଫଙ୍କ ସହ ପ୍ରାୟ ୭୦ଜଣ ସ୍ୱଦେଶ ଫେରୁଛନ୍ତି । ବିଶ୍ୱବିଜେତା ଖେଳାଳିଙ୍କ ସ୍ୱାଗତ ପାଇଁ ଦିଲ୍ଲୀରେ ଭବ୍ୟ ଆୟୋଜନ ହୋଇଛି । ଦିଲ୍ଲୀରେ ପହଞ୍ଚିବା ପରେ ପ୍ରଥମେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଯଦି ବିମାନ ବିଳମ୍ବରେ ପହଞ୍ଚେ ତେବେ ଆସନ୍ତାକାଲି ସକାଳେ ପ୍ରଧାନମନ୍ତ୍ରୀ ଚାମ୍ପିଅନଙ୍କୁ ଭେଟିବେ । ଭାରତୀୟ ଦଳକୁ ସ୍ୱାଗତ କରିବା ଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ତେବେ ବିଶାଳ ଶୋଭାଯାତ୍ରାରେ ଖେଳାଳି ସହର ପରିକ୍ରମା କରିବା ନେଇ ଯୋଜନା ରହିଛି । ତେବେ ବିଶାଳ ଶୋଭାଯାତ୍ରା କେଉଁଠି ହେବ । ସେନେଇ ସ୍ୱଷ୍ଟ ସୂଚନା ମିଳିନାହିଁ । ଅପତତଃ ମୁମ୍ବାଇରେ ବିଶାଳ ଶୋଭାଯାତ୍ରା ହେବାର ସମ୍ଭାବନା ରହିଛି ।

Related posts

ୱାର୍ଣ୍ଣରଙ୍କୁ ଆଉ ଟେଷ୍ଟ ଜର୍ସିରେ ଦେଖିବାକୁ ପାଇବେନି ଦର୍ଶକ

Odisha Sports Bureau

ଆଜି ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲ ହାଇ ସ୍କୋରର ମ୍ୟାଚ୍

ବିସିସିଆଇ ସଭାପତି ପଦରୁ ଇସ୍ତଫା ଗୁଜବକୁ ଖଣ୍ତନ କଲେ ସୌରଭ ଗାଙ୍ଗୁଲି

Odisha Sports Bureau