Cricket

ଧୋନୀଙ୍କ ସ୍ଥାନ ନେଇପାରନ୍ତି ଏହି ଖେଳାଳୀ

ନୂଆଦିଲ୍ଲୀ: କ୍ରିକେଟରୁ ମହେନ୍ଦ୍ର ସିଂହ ଧୋନୀ ଅବସର ନେବା ପରେ ତାଙ୍କ ବିକଳ୍ପ ଖୋଜୁଛି ଭାରତୀୟ କ୍ରିକେଟ । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ୱିକେଟ କିପର ରିଷଭ ପନ୍ତଙ୍କ ଉପରେ ବେଶ କିଛି ଆଶା ରଖିଥିବା ବେଳେ ଉଭୟଙ୍କ ପ୍ରଦର୍ଶନ ସନ୍ତୋଷଜନକ ନାହିଁ । ତେଣୁ ଧୋନୀଙ୍କ ସ୍ଥାନରେ ଫିନିଶର ଭାବେ ଇନିଂସକୁ ଶେଷ କରିପାରୁଥିବା ଜଣେ ଖେଳାଳୀକୁ ଏବେ ଖୋଜୁଛି ବିସିସିଆଇ । କିନ୍ତୁ ବାରମ୍ବାର ଫେଲ ହୋଇଛି ।

Third ODI: Rishabh Pant, Hardik Pandya shine with the bat as India set England a target
ତେବେ ତାମିଲନାଡୁର ଜଣେ ଯୁବ ଖେଳାଳୀଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଧୋନୀଙ୍କ ସ୍ଥାନରେ ଆସି ଫିନଶ କରିପାରିବାର କ୍ଷମତା ତାଙ୍କ ପାଖରେ ଅଛି । ସେ ହେଉଛନ୍ତି ତାମିଲନାଡୁର ଯୁବ ତାରକା ଶାହରୁଖ ଖାନ । ଧୋନୀଙ୍କ ଅନ୍ଦାଜରେ ଛକା ମାରି ସେ ତାମିଲନାଡୁକୁ ସୟଦ ମୁସ୍ତାକ ଅଲି ଟ୍ରଫି ଜିତାଇଛନ୍ତି । ତେବେ ଏହି ସମୟରେ ଚେନ୍ନାଇ ସୁପର କିଙ୍ଗସ ଏକ ଫଟୋ ଶେୟର କରିଛି । ଏହି ଫଟୋ କ୍ୟାପଟେନ କୁଲ ମାହି ଶାହରୁଖଙ୍କ ଖେଳ ଦେଖୁଥିବା ନଜର ଆସିଛି । ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ବହୁ ସମର୍ଥକ କମେଣ୍ଟ ବକ୍ସରେ ଚେନ୍ନାଇ ସୁପର କିଙ୍ଗସକୁ ନୂଆ ଧୋନୀ ମିଳିଗଲା ବୋଲି ଉଲ୍ଲେଖ କରିଚନ୍ତି । ୨୦୨୨ ଆଇପିଲେ ପାଇଁ ସିଏସକେକୁ ଶାହରୁଖଙ୍କ ଉପରେ ନଜର ପକାଇବା ଜରୁରୀ ବୋଲି କିଛି ୟୁଜର୍ସ କମେଣ୍ଟ କରିଛନ୍ତି ।

IPL 2021: CSK Captain MS Dhoni give Tips to PBKS Cricketer Shahrukh Khan after Match, Photo Viral | IPL 2021 CSK vs PBKS: मैच के बाद MS Dhoni ने Shahrukh Khan को
ଗୁରୁତ୍ବପୁର୍ଣ୍ଣ କଥା ହେଲେ ଶାହରୁଖ ପଞ୍ଜାବ କିଙ୍ଗସ୍ ପାଇଁ ଆଇପିଏଲ ଖେଳୁଛନ୍ତି । ଗତ ଆଇପିଏଲରେ ପଞ୍ଜାବ ଓ ସିଏସକେ ମ୍ୟାଚରେ ପରେ ଶାହରୁଖ ଧୋନୀଙ୍କ ପାଖରୁ ବ୍ୟାଟିଂ ଟିପ୍ସ ନେଇଥିବା ଦେଖିବାକୁ ମିଳିଥିଲା । ଲମ୍ବା ଲମ୍ବା ଛକା ମାରିବା ଓ ଧୋନୀଙ୍କ ପରି ମ୍ୟାଚ୍ ଫିନିସ୍ କରିବା ପାଇଁ ବେଶ ଜଣାଶୁଣା ଶାହରୁଖ । ଏବେ ସିଏସକେ ଧୋନୀଙ୍କ ପରି ଜଣେ ଫିନସର ଖୋଜୁଛି ।

Dhoni Winning Six | IPL 2021: MS Dhonis Winning Six vs SRH to Seal Playoffs Berth Remind Fans of 2011 World Cup, Check Posts | CSK Team News | Thala

Related posts

WTCରେ କିଏ ମାରିଛି ସର୍ବାଧିକ ଶତକ ?

ସଚିନଙ୍କୁ ପଛରେ ପକାଇ ବିରାଟ ହାସଲ କରିଛନ୍ତି ଗୌରବ

Odisha Sports Bureau

ଟିମ୍ ଇଣ୍ଡିଆରୁ ଅବସର ନେଲା ଜର୍ସି ନମ୍ବର ୭

Odisha Sports Bureau